ଖୋର୍ଦ୍ଧା

ଟ୍ରେନ୍‌ରେ ବନ୍ଧୁକ ଦେଖାଇ ଭୟଭୀତ କରିବା ଘଟଣା: ଅଭିଯୁକ୍ତ ଗିରଫ

ଜଟଣୀ, ୫।୧(ଡି.ଏନ.ଏ.): ବନ୍ଧୁକ ଦେଖାଇ ଅନ୍ୟ ଯାତ୍ରୀଙ୍କୁ ଭୟଭୀତ କରିବା ସହ ଟ୍ରେନ୍‌ ମଧ୍ୟରେ ଆତଙ୍କ ସୃଷ୍ଟି ଘଟଣାରେ ଖୋର୍ଦ୍ଧାରୋଡ ରେଲୱେ ପୋଲିସ ସୋମନାଥ ପାଢୀ(୩୮)ଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ଘର ସୁନ୍ଦରଗଡ ଜିଲା ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ…

ଖୋର୍ଦ୍ଧାରେ ଡାକ୍ତର, ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି

ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧାରେ ଘରୋଇ କ୍ଲିନିକ୍‌ର ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣାର ୧୯ ଦିନ ପରେ ପୋଲିସ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି କରିଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖ ସନ୍ଧ୍ୟାରେ ଡାକ୍ତର ମାନସ ଦାସଙ୍କୁ…

ନୂଆବର୍ଷ ପୂର୍ବରୁ ଅଘଟଣ: ଅତ୍ୟଧିକ ମଦ୍ୟପାନ କରି ୫ ଗୁରୁତର

ଖୋର୍ଦ୍ଧା ଅଫିସ, ୩୧।୧୨: ନୂଆବର୍ଷ ପୂର୍ବରୁ ଅଘଟଣ। ଅତ୍ୟଧିକ ମଦ୍ୟପାନ କରି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ୫ ଜଣ ବ୍ୟକ୍ତି ମଙ୍ଗଳବାର ଗୁରୁତର ହୋଇଥିବା ଜଣାପଡିଛି। ସେମାନଙ୍କୁ ସ୍ଥାନୀୟ ଯୁବକମାନେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

କଲରାପତରିଆ ବାଘୁଣୀ ବର୍ଷା ମୃତ

ବାରଙ୍ଗ,୩୧ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ବେଶ ଖୁସିରେ ପ୍ରତିଷ୍ଠା ଦିବସ ପାଳନ କରିଥିବାବେଳେ ସୋମବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ୧୯ନଂ. ଏନ୍‌କ୍ଲୋଜରରେ ଥିବା ୧୪ବର୍ଷର ଏକ କଲରାପତରିଆ ବାଘୁଣୀ ବର୍ଷାର ମୃତ୍ୟୁ ହୋଇଛି। ଗତ ୨୪ତାରିଖରେ ଏନକ୍ଲୋଜରରେ ବିଚରଣ…

ନାବାଳିକାକୁ ଅନ୍ତଃସତ୍ତ୍ୱା କରି ଯୁବକ ଗିରଫ

ବାରଙ୍ଗ,୩୧ା୧୨(ଡି.ଏନ୍‌.ଏ.)- ବାରଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅନ୍ତଃସତ୍ତ୍ୱା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଉକ୍ତ ଥାନା ଅଞ୍ଚଳର ସୁବ୍ରତ ନାୟକ (୨୪)। ଏ ନେଇ ପୋଲିସ ନଂ. ୨୨୫/୧୯ରେ…

ଘରଭଙ୍ଗା ସହାୟତା ପାଇଁ ଦାବିପତ୍ର

ବାଲିଅନ୍ତା,୩୧ା୧୨(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଘର ଭାଙ୍ଗିଯାଇଥିବା ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ ଦାବିରେ ସୋମବାର ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ସ୍ବାଇଁଙ୍କୁ ସୋମବାର ଦାବିପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଏମ୍‌ପିଙ୍କ ପ୍ରତିନିଧି ସିଦ୍ଧେଶ୍ୱର ନାଥ ଓ ଭିଙ୍ଗାରପୁର ମଣ୍ଡଳ…

ଆର୍‌ଆଇ ଧରିଲେ ପଥର ଟ୍ରକ୍‌

ଖୁଣ୍ଟୁଣୀ,୨୯ା୧୨(ଡି.ଏନ.ଏ): ରବିବାର ରାତି ପ୍ରାୟ ୯ଟା ବେଳେ ଗୁରୁଡ଼ଝାଟିଆ ରାଜସ୍ବ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତି ୪ଟି ଚୋରା ମାଙ୍କଡ଼ା ପଥର ଟ୍ରକ ଧରିଥିଲେ। ଏହି ଟ୍ରକ୍‌ଗୁଡ଼ିକ ଢ଼େଙ୍କାନାଳ ଜିଲା ବଳଦିଆବନ୍ଧରୁ ଆସୁଥିବା ଖବର ପାଇ ରାଜସ୍ବ ନିରୀକ୍ଷକ ମହାନ୍ତି ନିଜେ ରାସ୍ତାରେ…

ପାଇକ ବିଦ୍ରୋହକୁ ମନେପକାଇଲା ସାମରିକ କଳାପ୍ରଦର୍ଶନ

ବୋଲଗଡ,୨୯ା୧୨(ଡି.ଏନ.ଏ): ବୋଲଗଡ ଷୋଡଶତମ ବୋଲଗଡ ମହୋତ୍ସବ ଆଶା ୨୦୧୯ ଶନିବାର ତୃତୀୟ ସଂନ୍ଧ୍ୟାରେ ପ୍ରବଳ ଶୀତ ସ୍ବତ୍ୱେ ଅଧିକ ସଂଖ୍ୟାରେ ଦର୍ଶକ ମାନଙ୍କର ସମାଗମ ହୋଇଥିଲା । ଏହି ସଂନ୍ଧ୍ୟାରେ ମହୋତ୍ସବର ମୁକ୍ତାକାଶ ମଂଚଞ୍ଚରେ ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟଗୀତ ,ମଡର୍ଣ୍ଣଡ୍ୟାନ୍ସ,ଲୋକନୃତ୍ୟ,ପାଇକ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଢୁଛି ଦୁର୍ନୀତି: ସ୍ବଚ୍ଛଳଙ୍କୁ ମିଳୁଛି, ଗୃହହୀନଙ୍କୁ ନାହିଁ

ଖୋର୍ଦ୍ଧା ଅଫିସ,୨୯ା୧୨: ଖୋର୍ଦ୍ଧା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି। ବେଗୁନିଆ ବ୍ଲକର ଗଡମାଣତୀର, ପୋଡାଡିହ ପଞ୍ଚାୟତରେ ଆବାସ ଦୁର୍ନୀତି ପର୍ଦ୍ଦାଫାଶ ହେବା ପରେ ମଧ୍ୟ ପୂର୍ବବତ କାର୍ଯ୍ୟାଦେଶ ପ୍ରଦାନ ବେଳେ ସବୁ ନିୟମକୁ ଅଣଦେଖା କରାଯାଉଛି। ସ୍ବଚ୍ଛଳଙ୍କୁ…

ଭୁବନେଶ୍ୱର ଏମ୍‌ପିଙ୍କ ଜନଶୁଣାଣି, ଲୋକଙ୍କ ଅଭିଯୋଗ ଶୁଣିଲେ: ସମାଧାନ ପାଇଁ ପଦକ୍ଷେପ ନେଲେ

ଖୋର୍ଦ୍ଧା ଅଫିସ,୨୮ା୧୨: ଖୋର୍ଦ୍ଧା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। କିଛି ଅଭିଯୋଗକୁ ଜନଶୁଣାଣି ଶିବିରରେ ସମାଧାନ କରାଇଥିଲେ। ଆଉ କିଛି…

ଜଟଣୀ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବାତ୍ୟା ଫନୀ, ଆବାସ ଯୋଜନା ଚୟନରେ ଅନିୟମିତତା

ଜଟଣୀ,୨୮ା୧୨(ଡି.ଏନ.ଏ.): ଜଟଣୀ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ବନଜା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ ବାସୁଦେବ ମାହାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ…

ସୁଧ ଟଙ୍କା ଆଦାୟକୁ ନେଇ ଯୁବକଙ୍କୁ କଟୁରିରେ ଆକ୍ରମଣ

ବାରଙ୍ଗ,୨୭।୧୨(ଡି.ଏନ୍‌.ଏ.): ସୁଧ ଟଙ୍କା ଆଦାୟକୁ କେନ୍ଦ୍ରକରି ନନ୍ଦନକାନନ ଛକରେ ଗୁରୁବାର ପିଇସୀ ପୁଅ କଟୁରି ଚୋଟରେ ମାମୁ ପୁଅ ଗୁରୁତର ହୋଇଛି। ନନ୍ଦନକାନନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାଙ୍କୀ ଅଞ୍ଚଳର ବିଭୁରଞ୍ଜନ ସାହୁଙ୍କୁ ଡାକ୍ତରଖାନାକୁ ପଠାଇଥିବାବେଳେ ତାଙ୍କ ପିଇସୀ ପୁଅକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri