କେନ୍ଦୁଝର

ଶିଶୁଙ୍କୁ ପାଠ ପଢାଇବା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି, ୧୨।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବୁଧବାର ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ଉକ୍ତ ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଆଦିବାସୀ ଅଧୁଷିତ ଗ୍ରାମ ଶିକାକେତା ଠାରେ ଏହି ଦିବସ…

ହଦଗଡ ଡ୍ୟାମ୍‌ରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ

ହାଟଡିହୀ,୧୨।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଶାଳନ୍ଦୀ ନଦୀ ହଦଗଡ ଡ୍ୟାମ୍‌ରେ ଗାଧୋଉଥିବାବେଳେ ୨ ଜଣ ଜଣ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ଏହି ୨ ଜଣଙ୍କର ପ୍ରକୃତ ପରିଚୟ…

୧୪ ବଗି ଛାଡ଼ି ୨ କି.ମି. ଗଡ଼ିଲା ଇଞ୍ଜିନ

ରୂପ୍‌ସା, ୧୨।୬(ବାଞ୍ଛାନିଧି ଦେ):ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ବାଲେଶ୍ୱର ଜିଲା ଅଧୀନ ଅମର୍ଦ୍ଦାରୋଡ ଷ୍ଟେଶନ ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନର ଭ୍ୟାକୁମ ପାଇପ୍‌ ଅଚଳ ହେବାରୁ ୧୪ଟି ବଗି ଛାଡି ଇଞ୍ଜିନ ୨ କି.ମି. ଗଡ଼ିଯାଇଥିଲା। ଇଞ୍ଜିନ ସହ…

ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପାନୀୟ ଜଳଯୋଗାଣ ବନ୍ଦ:ପାନୀୟ ଜଳ ପାଇଁ ପର୍ଯ୍ୟଟକ ହିନସ୍ତା

ପାଟଣା,୧୧।୬(ବୀର କିଶୋରଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଗତ ଶୁକ୍ରବାର ଅପରାହ୍ନରେ ବଜ୍ରପାତ ଯୋଗୁ ବୋରୱେଲର ପମ୍ପ ପୋଡ଼ଯିବାରୁ ପର୍ଯ୍ୟଟକ ପିଇବା ପାଣି ପାଇଁ ହଇରାଣ ହରକତ ହେଇଛନ୍ତି। ଦୀର୍ଘ…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୧୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବାଉଁଶୁଳୀ ଉଖୁଣ୍ଡା ରାସ୍ତାର ଭଅଁରପୁର ନାଳ ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କା ରେ ଜଣେ୪୨ବର୍ଷୀୟ ମାନସିକ ବିକୃତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ତେଲକୋଇ ଥାନା…

ଜିତିଛନ୍ତି ବିଜେଡି ପ୍ରାର୍ଥୀ, କମିଛି ଭୋଟ

ହାଟଡ଼ିହୀ, ୮ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟଲାଭ କରିଛନ୍ତି। ସେ ୭୧ ହଜାର ୬୫୧ ଖଣ୍ଡ ଭୋଟ ପାଇଛନ୍ତି। ମାତ୍ର ଏଠାରେ ପୂର୍ବ ନିର୍ବାଚନ ଅପେକ୍ଷା ଦଳର ଭୋଟହାର ହ୍ରାସ ପାଇଛି।…

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

କେନ୍ଦୁଝର,୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟରେ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି। ଦୋଷୀ ହେଲେ ତେଲକୋଇ ଥାନା…

ସରପଞ୍ଚଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ

ଯୋଡ଼ା,୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ପଳସା ପଞ୍ଚାୟତ ଗୟଳମରା ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ବହୁବାର ଗ୍ରାମବାସୀ ଅଭିଯୋଗ କଲେ ବି ସ୍ଥାୟୀ ସମାଧାନ ହେଉନାହିଁ। ପାନୀୟ ଜଳ ଯୋଗାଣ ଦାବିରେ…

ଅନ୍ୟତ୍ର ବିବାହ ଠିକ୍‌ ହେବାରୁ ଝୁଲିପଡ଼ିଲେ ଯୁବତୀ

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଗ୍ରାମ  ଝପାସାହିରେ ଗୁରୁବାର ଶୋଇବା ଘରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ହେଉଛନ୍ତି ବାଟି ବୁଲିଉଲିଙ୍କ ଝିଅ ଶକୁନ୍ତଳା। ଘଟଣାସ୍ଥଳରେ ପାଟଣା…

ସିରିଜ ଦୁର୍ଘଟଣା: ୩ ମୃତ, ୧୨ ଆହତ

କେନ୍ଦୁଝର,୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଠାକୁର ଡିହିରୁ ପୂତୁଲୁପାଣି ଛକ ମଧ୍ୟରେ ଜାତୀୟ ରାଜପଥ ୪୯ରେ ବୁଧବାର ଏକ ସିରିଜ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।…

ଭାଜପାର ଗଡ଼ ଦଖଲ, ବିଜେଡି ଧରାଶାୟୀ

କେନ୍ଦୁଝର,୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଦୀର୍ଘ ବହୁବର୍ଷ ପରେ ଭାଜପା ବିଜେଡି ହାତରୁ ଲୋକ ସଭା ସିଟ୍‌ ଛଡ଼ାଇ ନେଇଛି। ବାଜପେୟୀ ସରକାରରେ ଅନନ୍ତ ନାୟକ ଦୁଇ ଥର ଏମ୍‌ପି ହେବାର ସୁଯୋଗ ପାଇଥିଲେ।  ଏହା ପରେ ସେ କ୍ରମାଗତ…

ଘସିପୁରାରେ ବିଜେଡି ଜିତିଲା

ଭୁବନେଶ୍ୱର,୪।୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିବା ବେଳେ ଘସିପୁରା ବିଧାନସଭାରେ ବିଜେଡି ଜିତିଛି। ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇ ବିଜୟୀ ହୋଇଛନ୍ତି।  

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri