କେନ୍ଦୁଝର

ଘର ଭାଙ୍ଗିଲେ ହାତୀପଲ, ଧାନ-ମକା ଫସଲ ଦଳିଚକଟି କଲେ ନଷ୍ଟ

ପାଟଣା,୨୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଈ ଟାଙ୍ଗିରି ସେକ୍ସନ ଯମୁନା ପଶି ବିଟ୍‌ ମାନପୁର ଗ୍ରାମରେ ବୁଧବାର ରାତିରେ ୧୭ ଟିକିଆ ହାତୀପଲ ୨ଘର ଭାଙ୍ଗିବା ସହ ବ୍ୟାପକ ଧାନ ଓ ମକା ଫସଲ ଉଜାଡ଼ି ଦେଇଛନ୍ତି।...

ଟ୍ରେନ୍‌ରେ କଟି ଚାଲିଗଲା ପ୍ରେମୀଯୁଗଳଙ୍କ ଜୀବନ

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଧନୁର୍ଜୟପୁର ନିକଟରେ ଟ୍ରେନରେ କଟି ପ୍ରେମୀଯୁଗଳଙ୍କ ମୃତ୍ୟୁ ହୋଇଛି। ପ୍ରେମୀଯୁଗଳ ବୁଲେଟ ନାୟକ(୨୨) ଓ ସ୍ବପ୍ନ ନାୟକ(୨୫) ବୋଲି ଜଣାପଡ଼ିଛି। ବୁଲେଟଙ୍କ ଘର୍‌ ଧନୁର୍ଜୟପୁର ଓ ଝିଅ ଘର ଘାଗରବେଡା ବୋଲି ଜଣାପଡିଛି।...

ପୁତୁରାଙ୍କ ଟାଙ୍ଗିଆ ଚୋଟରେ ଦାଦାଙ୍କ ମୃତ୍ୟୁ, ଅଭିଯୁକ୍ତ କୋର୍ଟ ଚାଲାଣ

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସାମାନ୍ୟ ବଚସାକୁ କେନ୍ଦ୍ରକରି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଚମ୍ପାଝର ଗାଁରେ ନିଜର ବୃଦ୍ଧ ଦାଦାଙ୍କୁ ଟାଙ୍ଗିଆରେ ହାଣି ପୁତୁରା ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ପୁତୁରାଙ୍କ ବୁଧବାର କୋର୍ଟ ଚାଲାଣ କରାଯାଇଛି।...

ହତ୍ୟା ଅଭିଯୋଗରେ ରାତିରେ ଜେଲକୁ ଗଲେ, ସକାଳେ ମୃତଦେହ ଉଦ୍ଧାର

ବଡବିଲ,୨୦।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଉପ-କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଓଏମସି (ଓଡିଶା ଖଣି ନିଗମ)ର ଗୃପ-୪ ସିକ୍ୟୁରିଟୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଯାଜପୁର ଜିଲା ବିଞ୍ଝାରପୁରର ତୁଷାର କାନ୍ତ ମଲ୍ଲିକ(୨୯)।...

ଯାତ୍ରୀବାହୀ ବସ୍‌- ଟ୍ରକ୍‌ ଧକ୍କା: ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ଆନନ୍ଦପୁର,୧୯।୮: କେନ୍ଦୁଝର ଜିଲା ଆନ୍ଦପୁର ବେଲବାହାଳି ବାଇପାସ୍‌ ରାସ୍ତାରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ ସହ ଏକ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ...

ପରୀକ୍ଷା ଦେଇ ଫେରୁଥିଲେ ମହିଳା: ପିସ୍ତଲ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ସୁନାଚେନ୍‌ 

ପାଟଣା,୧୯।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପଶି ପାଟଣା ରାସ୍ତାର ହନୁମାନ  ଛକ ନିକଟରେ ଶନିବାର  ରାତିରେ ଲୁଟ୍‌ ହୋଇଛି। ୨ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଦମ୍ପତିଙ୍କୁ ପିଛାକରି ଥିଲେ। ପରେ ବାଇକ୍‌ ସମ୍ମୁଖକୁ ଆସି ପିସ୍ତଲ ଦେଖାଇ ମହିଳାଙ୍କ...

ରାଜ୍ୟସ୍ତରୀୟ ଖୋ-ଖୋ ଏବଂ ଟାଏକୋଣ୍ଡୋରେ ବାଲେଶ୍ୱର ଚାମ୍ପିୟନ

କେନ୍ଦୁଝର, ୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ମାଇନିଂ ରୋଡସ୍ଥିତ ନିର୍ମଳା କନଭେଣ୍ଟ ସ୍କୁଲ ପରିସରରେ ସିଆଇଏସ୍‌ସିଇ ତରଫରୁ ରାଜ୍ୟସ୍ତରୀୟ ଖୋ-ଖୋ ଏବଂ ଟାଏକୋଣ୍ଡୋ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ୭ ଜୋନ୍‌ର ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ...

କାଳ ସାଜିଲା ବଜ୍ରପାତ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶନିବାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏପରିକି ବଜ୍ରପାତରେ ୮ଗାଈଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା...

କେନ୍ଦୁଝରରେ ପତାକା ଉତ୍ତୋଳନ କଲେ ଜିଲାପାଳ

କେନ୍ଦୁଝର,୧୫ା୮: ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମଠାରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲାପାଳ ବିଶାଲ ସିଂହ ଯୋଗ ଦେଇ ସମ୍ମିଳିତ ପରେଡ୍‌କୁ ଉଦ୍‌ବୋଧନ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ।...

ସ୍ବାଧୀନତା ଦିବସ ସମାରୋହରେ ସମ୍ମାନିତ ହେଲେ ଛାତ୍ର ରାଜେନ୍ଦ୍ର

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ୭୮ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ହାଟଡ଼ିହୀ ବ୍ଲକ ବାଙ୍ଗୋର ଗ୍ରାମର ବାସିନ୍ଦା ତଥା ସିଟିଟିସି ଭୁବନେଶ୍ୱରର ଛାତ୍ର ରାଜେନ୍ଦ୍ର ବିନ୍ଧାଣିଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଛି। ସମାରୋହରେ ମୁଖ୍ୟ...

ରାଷ୍ଟ୍ରକୁ ଉନ୍ନତିର ଶିଖରରେ ପହଞ୍ଚାଇବାକୁ ପାଟଣା ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ଗୁରୁବାର ୭୮ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ...

ଶୌଚ ହେବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଭାଲୁ: ଦୁଇ ମହିଳା ଗୁରୁତର

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ହାତୀନୁଟା ଗ୍ରାମରେ ଭାଲୁ ଆକ୍ରମଣ ରେ ବୁଧବାର ଭୋରରୁ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri