ରାସ୍ତାରୋକୋ ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ : ଯୁବକ କୋର୍ଟଚାଲାଣ
ଯୋଡ଼ା,୧।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜରିବାହାଲଠାରେ ଶନିବାର ଛାତ୍ରୀଛାତ୍ରଙ୍କ ଦ୍ୱାରା ହୋଇଥିବା ରାସ୍ତାରୋକୋ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା…
ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା
ଝୁମ୍ପୁରା, ୧।୯ (ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ନୟାଗଡ ପଞ୍ଚାୟତର ପୁରୁଣାପାଣି ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାସାରା ଖାଲଢିପ ସାଙ୍ଗକୁ କାଦୁଅ ପଚପଚ। କାଦୁଅ ଶୁଖିଗଲେ ପ୍ରବଳ ଧୂଳି। ବର୍ତ୍ତମାନର ରାସ୍ତା ଏପରି ହୋଇଛି ଯେ, ବାଇକରେ ଯିବା…
ପଡିଆପଶି-ବନ୍ଧାଣୀ ପୋଲ ଧସିଲା : ବ୍ୟାପକ ଫସଲ ନଷ୍ଟ
ତେଲକୋଇ, ୧।୯(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧୀନର ପଡିଆପଶି-ବନ୍ଧାଣୀଆ ରାସ୍ତା ମଝିରେ ପୋଲ ଭୁଶୁଡ଼ି ପଡିଛି। ଏଥଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ତଳ ମୁଣ୍ଡରେ ଥିବା ରବି ମହାନ୍ତ, ନିର୍ମଳ ମହାନ୍ତ, କୀର୍ତ୍ତନ ମହାନ୍ତ, ସୀତା ସୋରେନଙ୍କ…
ଜରି ମେଢ଼ରେ ଝଲସିବେ ଗଣେଶ
କେନ୍ଦୁଝର, ୧।୯-ଆସନ୍ତା ସୋମବାର ଗଣେଶ ପୂଜା ଆରମ୍ଭ ା ଏଥି ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି ା କେନ୍ଦୁଝର ଡିଏଫଓ ଅଫିସରେ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗଣେଶ ପୂଜା ହେବ ା ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି…
ଗ୍ରାମ୍ୟ ରାସ୍ତାରେ ଭାରିଯାନ ଚଳାଚଳ : ଯାତାୟାତ ବାଧାପ୍ରାପ୍ତ
ବଡ଼ବିଲ,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମକୁ ଯାଇଥିବା ରାସ୍ତାରେ ଏକ କମ୍ପାନୀର ପରିବହନ କାର୍ଯ୍ୟ ଯୋଗୁ ଶୁକ୍ରବାର ରାତିରୁ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ହୋଇଯାଇଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…
ଖେଳନା ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ : ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଲେ ଲୋକେ
ଯୋଡ଼ା,୩୧।୮(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଲକ୍ଷ୍ମୀପଡ଼ିଆଠାରେ ଖେଳନା ବନ୍ଧୁକ ଦେଖାଇ ଟ୍ରକ ଡ୍ରାଇଭରଙ୍କଠାରୁ ଲୁଟ୍ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି। ଯୋଡ଼ା ଥାନା ଏସ୍ଆଇ ବିଶ୍ୱଜିତ ବେହେରାଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଯୋଡ଼ା ଆଜାଦ ବସ୍ତିରେ ରହୁଥିବା…
ଆନନ୍ଦପୁର ପୌରପାଳିକାରେ ସ୍ବାୟତ୍ତ ଶାସନ ଦିବସ
ଆନନ୍ଦପୁର,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୌର ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ସଂଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି…
ଟ୍ରେନ୍ରେ କଟି ବୃଦ୍ଧାଙ୍କ ମୃତ୍ୟୁ: ଘରୋଇ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ
କେନ୍ଦୁଝର,୩୧।୮(ସ୍ବ.ପ୍ର.): କେନ୍ଦୁଝର ରେଳ ଷ୍ଟେଶନ ନିକଟରେ ଶନିବାର ଟ୍ରେନ୍ରେ କଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରୁକ୍ମୁଣୀ ସାହୁ(୬୫)। ତାଙ୍କ ଘର ସଦର ବ୍ଲକ ମହାଦେଇଯୋଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ଘରୋଇ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା…
ଯାତ୍ରୀବାହୀ ବସ୍ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ୬୦ଯାତ୍ରୀ
କେନ୍ଦୁଝର/କୋଳିମାଟି,୩୧।୮(ସ୍ବ.ପ୍ର./ଡି.ଏନ୍.ଏ): କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ପ୍ରକାଶ ଯେ, ରାଉତ ନାମକ ଏକ ଯାତ୍ରୀବାହୀ…
୧୭ ବର୍ଷ ଧରି ଲୁହା ଶିକୁଳିରେ ବନ୍ଧା ଜୀବନ
ହାଟଡିହୀ,୩୧। ୮(ଡି.ଏନ୍.ଏ.)-ପୁଅ ପାଠ ପଢ଼ିବ, ବଡ଼ ମଣିଷ ହେବ। ଗରିବ ମା’ ବାପାଙ୍କ ଦୁଃଖ ହଟିବ। ପୁଅକୁ ନେଇ ସେମାନେ କେତେ ସ୍ବପ୍ନ ଦେଖିଥିଲେ। କିନ୍ତୁ ସ୍ବପ୍ନ ସବୁ ଆଶା ମଉଳି ଯାଇଛି। ସେହି ପୁଅ ମା’ ବାପାଙ୍କ ବୋଝ ନେବା…
ବେଲଗାମ ହେଲାଣି ନିଶା ଓଷଧ କାରବାର
ଯୋଡ଼ା,୩୧।୮(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ନିଶା ଓଷଧ କାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇଛି ା ବାହାର ରାଜ୍ୟରୁ ଏହାକୁ ଆଣି ସହରରେ ବିକ୍ରୟ କରାଯାଉଛି ା ପୋଲିସ ଜାଣିଶୁଣି ନୀରବ ରହୁଥିବାରୁ ଏହା ନିଶା ଓଷଧ ବ୍ୟବସାୟୀମାନଙ୍କୁ ବେଶ୍…
ବେଆଇନ୍ ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ
ଆନନ୍ଦପୁର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ପକ୍ଷରୁ ଆନନ୍ଦପୁର ଥାନା ଶାଳବଣି ଗ୍ରାମରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟର ଜବତ କରାଯାଇଛି। ଜବତ ଟ୍ରାକ୍ଟର ମାଲିକଙ୍କ ନିକଟରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ…
Archives


