କେନ୍ଦୁଝର

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଯୋଡ଼ା ଥାନାରେ ଅଭିଯୋଗ

ଯୋଡ଼ା, ୨୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ତଥା ସହରର ୭ନଂ ଓ୍ବାର୍ଡସ୍ଥିତ କମାରଯୋଡାରେ ରହୁଥିବା ରଂଜିତ ପାତ୍ର ନାମକ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଯୋଡ଼ା…

ଢେଙ୍କିକୋଟରେ ସଚେତନତାର ବାର୍ତ୍ତା ଦେଲେ ଅରବିନ୍ଦ

ଢେଙ୍କିକୋଟ, ୨୩।୧୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗହେଲେ ବି ମନରେ ଅଦମ୍ୟ ସାହସ। ‘ଝିଅ ବଞ୍ଚାଅ- ଦେଶ ବଞ୍ଚାଅ’, ‘ରକ୍ତଦାନ – ମହାପୁଣ୍ୟ’ ଏବଂ ‘ଯେକୌଣସି ଗାଡ଼ି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ କଥା ହୁଅନ୍ତୁ ନାହିଁ ’ଏଭଳି ସଚେତନତାର ବାର୍ତ୍ତା ପ୍ରଚାର ଲାଗି ବିହାର ପାଟଣା ଦାନପୁର…

୧ରୁ ଲାଗୁହେବ ଫାଷ୍ଟ ଟ୍ୟାଗ୍‌ ଆଇନ

କେନ୍ଦୁଝର ୨୩।୧୧ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ନୂତନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡିରେ ଫାଷ୍ଟ ଟ୍ୟାଗ୍‌ (ଚିପସ) ନ ଲଗାଇଲେ ଟୋଲ ଗେଟ୍‌ରେ ଦୁଇଗୁଣ ଜରିମାନା ଆଦାୟ କରାଯିବ। ଏହି ବ୍ୟବସ୍ଥା ଡିସେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ତଦନୁଯାୟୀ…

ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି। ଜିଲା…

ଥାନାରେ ଆତ୍ମହତ୍ୟା କଲେ ହତ୍ୟା ଅଭିଯୁକ୍ତ

ବଡବିଲ,୨୧।୧୧(ସ୍ବ.ପ୍ର): ବଡବିଲ ଥାନାରେ ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ବଡ଼ବିଲ ସେଡିଂ ବସ୍ତିର ସୁରେଶ ନାଏକ। ସ୍ତ୍ରୀ ବାସନ୍ତୀଙ୍କୁ ହତ୍ୟା ଅଭିଯୋଗରେ ଗତ ୧୮ ତାରିଖ ସାରେ ପୋଲିସ ସୁରେଶଙ୍କୁ ଗିରଫ କରିଥିଲା। ତାଙ୍କ ନାଁରେ…

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ସ୍କୁଲ ଆଗରେ ମୃତଦେହ ରଖି ପ୍ରତିବାଦ

କେନ୍ଦୁଝର,୨୧।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ମସିଣାଯୋଡ଼ି ଏଜୁକେଶନାଲ କମ୍ପ୍ଲେକ୍ସ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମା ଜୁଆଙ୍ଗଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହଷ୍ଟେଲରେ ରହି ପଢୁଥିବା ପଦ୍ମାଙ୍କ ୍‌ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ…

ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାରେ ଚାଷୀ ଗୁରୁତର

ଆନନ୍ଦପୁର/ହାଟଡିହୀ,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁରଠାରେ ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବିଜୟ ଘଡ଼େଇ ନାମକ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବିଜୟଙ୍କୁ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର…

ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ ଆଧାରରେ ସିକନଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି। ଉକ୍ତ ଯୁବକ…

ଓଲଟିଲା ଆଳୁ ବୋଝେଇ ଟ୍ରକ୍‌

ପାଟଣା, ୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୪ ଚକିଆ ଆଳୁ ବୋଝେଇ ଟ୍ରକ୍‌ ବୁଧବାର ଭୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକ୍‌ ଚାଳକ ଓ ଖଲାସି ଆହତ…

ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ ନେଇ ଅଭିଯୋଗ କଲେ ହିତାଧିକାରୀ

ଯୋଡ଼ା, ୨୦।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତରେ ଗରିବ ହିତାଧିକାରୀଙ୍କଠାରୁ ଟିପ ଚିହ୍ନ ନେଇ ପିଡିଏସ୍‌ ସାମଗ୍ରୀକୁ ହରିଲୁଟ୍‌ କରାଯାଉଥିବା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ଓ କିରୋସିନ ବିଭିନ୍ନ ଆଳ…

୨୪ ଘଣ୍ଟା ପରେ ଜେଲରୁ ମୃତଦେହ ଉଦ୍ଧାର: ପରିବାର ଲୋକେ ଥାନାରେ ଦେଲେ ଏତଲା, ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର, ୨୦ା୧୧ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜେଲରେ ବିଚାରାଧୀନ କଏଦୀ ପ୍ରଦୀପ ବେହେରାଙ୍କ ଆତ୍ମହତ୍ୟା କରିବାର ୨୪ ଘଣ୍ଟା ପରେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଆତ୍ମହତ୍ୟା ଘଟଣାରେ ସେମାନଙ୍କ ପରିବାରବର୍ଗ ସନ୍ଦେହ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ…

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି

କେନ୍ଦୁଝର,୧୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ଲାଞ୍ଚ ନେଉଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଇନକ୍ରିମେଣ୍ଟ କରାଇଦେବା ପାଇଁ କହି ଉକ୍ତ ବ୍ଲକ ଅଧୀନ ଭଗାନଇ ୟୁପି ସ୍କୁଲର ପ୍ରଧାନଶିକ୍ଷକ ମୁକୁନ୍ଦ ସାହୁଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri