କେନ୍ଦୁଝର

ଜିଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଏମ୍‌ପି

କେନ୍ଦୁଝର,୩।୧(ସ୍ବ.ପ୍ର.): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ନବବର୍ଷ ଅବସରରେ ଶୁକ୍ରବାର ଜିଲାର ବହୁ ସମସ୍ୟା ଉପରେ ସ୍ଥାନୀୟ ବିଭିନ୍ନ ଗଣମାଧ୍ୟମର ଖବରଦାତା ସମ୍ମିଳନୀରେ ଆଲୋଚନା କରିଛନ୍ତି। ସେ ଜିଲାର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ କରିଥିବା ଦାବି ସମ୍ପର୍କରେ…

ମାଛକାନ୍ଦଣାରେ ପର୍ଯ୍ୟଟକଙ୍କ ଭିଡ଼

ରାଇସୁଆଁ,୩।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଭାଟୁଣିଆଁ ଗ୍ରାମ ନିକଟରେ ବହିଯାଇଛି ମାଛକାନ୍ଦଣା ନଦୀ। ଏହାର ପଥୁରିଆ ତଥା ମନଲୋଭା ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଭାଟୁଣିଆରେ ଏହା ଅବସ୍ଥିତ ହୋଇଥିବା…

ଫୁଲଝର ଆର୍ଡେଣ୍ଟ ଷ୍ଟିଲ୍‌ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ରାଇସୁଆଁ,୩।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତରେ ଥିବା ଆର୍ଡେଣ୍ଟ ଷ୍ଟିଲ୍‌ପ୍ଲାଣ୍ଟରେ ଗୁରୁବାର ରାତିରେ କୌଣସି କାରଣରୁ ଯନ୍ତ୍ରାଶଂରେ ନିଆଁ ଲାଗିଯାଇଥିଲା। ରାତିରେ ଲଘୁଚାପ ଜନିତ ବର୍ଷା ଯୋଗୁ ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି। ତେବେ ମହବିଲ ଲିକ୍‌ ହୋଇ…

କଟକଣା ସତ୍ତ୍ୱେ ସାନଘାଗରାରେ ଅସୁରକ୍ଷିତ ଫଟୋ ଉଠା

କେନ୍ଦୁଝର, ୩ା୧ (ସ୍ବ.ପ୍ର.)-ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକରେ ସେଲଫି ଫଟୋ ଉଠା ଉପରେ କଟକଣା କରାଯାଇଛି। ଏହା ଛଡା ବାରିକେଡ ବ୍ୟବସ୍ଥା କରାଯାଇ ସତର୍କତା ସୂଚନା ଫଳକ ମରାଯାଇଛି । ଏହା ସତ୍ତ୍ୱେ ଉପଯୁକ୍ତ ତଦାରଖ ଅଭାବରୁ…

ପୁଣି ଦବିଲା ଘସିପୁରା ଭିଆଇପି ରୋଡ୍‌

ଘସିପୁରା, ୩।୧(ଡି.ଏନ.ଏ.)-ଆନନ୍ଦପୁର ସହରରେ ପୂର୍ତ୍ତ ବିଭାଗ ପକ୍ଷରୁ ନବନିର୍ମିତ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ ବୈତରଣୀ ଡଙ୍ଗାଘାଟ ନିକଟରେ ପୁଣି ଥରେ ଦବିଯାଇଛି। ଦବିଯିବା କାରଣରୁ ରାସ୍ତା ମଧ୍ୟଭାଗ ତଳେ ଯାଇଥିବା ଜନସ୍ବାସ୍ଥ୍ୟ ଜଳ ଯୋଗାଣ(ପିଏଚଡି) ବିଭାଗର ବହୁ ପାଇପ ଫାଟିଯାଇଛି। ଫଳରେ…

ବିଦ୍ୟୁତ ସଂଯୋଗ ନ ହେବାରୁ ଗ୍ରାମବାସୀ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଚମ୍ପୁଆ,୩ା୧(ଡି.ଏନ.ଏ)- ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତ ହୁଡି ସାହି ଓ ସମା ସାହି ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ଲାଗିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଉ ନଥିବାରୁ ସରପଞ୍ଚ ସମେତ ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ହୁଡି…

ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୩।୧ (ଡି.ଏନ.ଏ.)-କେନ୍ଦୁଝର ଜିଲାର ପଳାଶପଙ୍ଗା (ସ୍ପଞ୍ଜ ଆଇରନ ଛକ) ପାଖରୁ ବାମେବାରୀ ପର୍ଯ୍ୟନ୍ତ ରହିଥିବା କିଡ୍‌କୋ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ୨୯କି.ମି. ରାସ୍ତା ଉପରେ ଦୁର୍ଘଟଣା ଘଟିବା ଏବେ ସାଧାରଣ ଘଟଣାରେ ପରିଣତ ହେଲାଣି। ୭କି.ମି. ରାସ୍ତା…

ରାସ୍ତାପାର୍ଶ୍ୱରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୨।୧(ସ୍ବ.ପ୍ର.): ପୂଜା ସାମଗ୍ରୀ ଆଣିବା ଲାଗି ନିକଟସ୍ଥ ଛକକୁ ଆସିଥିବାବେଳେ ରାସ୍ତାରେ ପାର୍ଶ୍ୱରେ ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସାରସକେଲା ଗ୍ରାମର ଦୁଃଶାସନ ନାଏକ(୬୦) ସାରସକେଲା ଛକକୁ ବୁଧବାର ସନ୍ଧ୍ୟାରେ ନଡ଼ିଆ କଦଳୀ…

ନୂଆବର୍ଷରେ ଘରେ ତରକାରୀ ହୋଇ ନ ଥିବାରୁ ନାବାଳିକାଙ୍କ ଆତ୍ମହତ୍ୟା

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖମୁଆଁ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ନୂଆବର୍ଷ ରାତିିରେ ଖାଇବାରେ ତରକାରୀ ହୋଇ ନ ଥିବାରୁ ରୁଷି ବାପାଙ୍କ ବ୍ଲଡ଼ପ୍ରେସର ମେଡିସିନ ଖାଇ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।…

ଓଭରବ୍ରିଜ ତଳକୁ ଖସିଲା ଟ୍ରକ: ଡ଼୍ରାଇଭରଙ୍କ ଜୀବନ ଗଲା

କେନ୍ଦୁଝର,୨।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଚନ୍ଦନପୁର- ବ୍ରାହ୍ମଣିପାଳ ରାସ୍ତାର ନରଣପୁର ନିକଟସ୍ଥ ରାମଚନ୍ଦ୍ରପୁର ରେଲୱେ ଓଭରବ୍ରିଜ ତଳକୁ ଏକ ୧୪ ଚକିଆ ଟ୍ରକ ତଳକୁ ଖସିପଡ଼ିଛି। ଘଟଣାସ୍ଥଳରେ ଡ୍ରାଇଭର ମୃତ୍ୟୁ ଘଟିଛି। ଡ୍ରାଇଭରଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିନାହିଁ। ଟ୍ରକଟି ପ୍ରାୟ…

ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ଗଡ଼ଚଣ୍ଡୀ

ହାଟଡିହୀ, ୨।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡଚଣ୍ଡୀଙ୍କ ମନ୍ଦିର। ସାକ୍ଷାତ ଦେବୀ ରୂପେ ମା’ ଗଡଚଣ୍ଡୀ କେଉଁ ଆବହମାନ କାଳରୁ ପୂଜା ପାଇଆସୁଛନ୍ତି। ୧୯୯୮ ମସିହାରେ ଓଡିଶା ଟୁରିଜମ୍‌ ବିଭାଗ ତରଫରୁ ଗଡଚଣ୍ଡୀ ପୀଠକୁ ପର୍ଯ୍ୟଟନ…

ଟ୍ରକ ଚ଼ଢିଯିବାରୁ ନାବାଳିକାଙ୍କ ମୃତ୍ୟୁ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

କେନ୍ଦୁଝର,୨।୧ (ସ୍ବ.ପ୍ର.)-ସଦର ଥାନା ଅନ୍ତର୍ଗତ ବଡପଶି ଗ୍ରାମ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରକ ଚ଼ଢିଯିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ହରିଚନ୍ଦନପୁର ବ୍ଲକ କଉତିପଦା ଗ୍ରାମର ଶ୍ରାବଣୀ ନାୟକ(୭) ବଡ଼ପୋଶିରେ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri