କେନ୍ଦୁଝର

ସାମାଜିକ ଦୂରତା ଉଲ୍ଲଂଘନ: ୩ ଦୋକାନ ସିଲ୍‌ କଲା ପ୍ରଶାସନ

କେନ୍ଦୁଝର, ୧୪ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଗାମୀ ମେ’ ୩ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକୁ ଏଥିରୁ ବାଦ୍‌ ଦିଆଯାଇଛି। ଗ୍ରୋଶରୀ ସାମଗ୍ରୀ କିଣିବା ସମୟରେ ଲୋକମାନେ ସାମାଜିକ…

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା

କେନ୍ଦୁଝର,୧୪ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କାଇଯୋଡ଼ା ଗ୍ରାମରେ ସୋମବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୁଗୁନୁ ମୁଣ୍ଡା। ସେ ପାଖ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।…

ଶ୍ରୀ ମେଟାଲିକ୍ସ କାରଖାନା ପରିସର ସାନିଟାଇଜ୍‌

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ଚାଲିଛି ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ବିଶୋଧନ। ସମସ୍ତ ପବ୍ଲିକ ଯାତାୟାତ ଅଫିସ, ସ୍ଥାନ ଆଦିକୁ ବିଶୋଧନ କରାଯାଇଛି। କରୋନା ପାଇଁ ଲକ୍‌ ଡାଉନ ଘୋଷଣା ହୋଇଥିଲେ ହେଁ କାରଖାନା ଗୁଡିକ ବାଦ କରାଯାଇଛି।…

ଘରକୁ ଘର କରୋନା ସମ୍ପର୍କିତ ଚିହ୍ନଟ କାର୍ଯ୍ୟକ୍ରମ

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ଏନେଇ ସୋମବାର କେନ୍ଦୁଝର ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ବିଭିନ୍ନ ଓ୍ବାର୍ଡରେ ଘରକୁ ଘର ବୁଲି ପ୍ରତ୍ୟେକ…

ବିନା ଭକ୍ତରେ ଚାଲିଛି ମା’ ତାରିଣୀଙ୍କ ଚଇତି ପର୍ବ

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ପୀଠରେ ଭକ୍ତ ଶୂନ୍ୟ ହୋଇ ପଡିଛି। ମା’ଙ୍କ ଚଇତି ପର୍ବ ଚାଲିଥିବା ବେଳେ ସୋମବାର ପଣା ସଂକ୍ରାନ୍ତିରେ ମା’ଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି। ପ୍ରତ୍ୟେକ ବର୍ଷ ଏହି ଦିନରେ ଲକ୍ଷାଧିକ…

ପାନୀୟଜଳ ଦାବିରେ ରାସ୍ତାରୋକୋ

ଯୋଡ଼ା, ୧୩।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜୁରୁଡିସ୍ଥିତ କ୍ରେଚ ହଟିଂ ଅଞ୍ଚଳବାସୀ ବିଦ୍ୟୁତକାଟ୍‌ ଯୋଗୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବାରୁ ରାସ୍ତା ଅବରୋଧ କରିଥିଲେ। ସୋମବାର ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ରାଜ୍ୟ ରାଜପଥ ନଂ ୨ ଜୁରୁଡି-…

ଯୋଡ଼ାରେ ରନ୍ଧାଖାଦ୍ୟ, ରାଶନ ସାମଗ୍ରୀ ବଣ୍ଟନ

ଯୋଡ଼ା, ୧୩।୪ (ଡି.ଏନ.ଏ.)-ସାରାଦେଶରେ କୋଭିଡ୍‌ ୧୯ ମହାମାରୀ ରୂପ ନେଇିଥିବା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ଲକଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଲୋକେ ଜୀବିକାରୁ ବଞ୍ଚିତ ହୋଇଥିବାରୁ ଖାଦ୍ୟାଭାବକୁ ଆଖି ଆଗରେ ରଖି ବହୁ ସ୍ବେଛାସେବୀ ସାମାଜିକ ସଂଗଠନ…

ସାମାଜିକ ଦୂରତା ରକ୍ଷାକରି ପାଳିତ ହେଲା ହନୁମାନ ଜୟନ୍ତୀ, ଓଡ଼ିଆ ନୂଆବର୍ଷ

ପାଟଣା,୧୩।୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଛକସ୍ଥିତ ହନୁମାନ ମନ୍ଦିରରେ ସୋମବାର ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆବର୍ଷ ସକାଶେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ମହାମାରୀ କରୋନା ସଂକ୍ରମଣ ସକାଶେ ଲକ୍‌ଡାଉନ ଜାରି ରହିଥିବାରୁ…

ଧୂଳିଧୂଆଁରେ ପରିପୂର୍ଣ୍ଣ ଯୋଡ଼ା-ବାମେବାରୀ ରାସ୍ତା, ଜନଜୀବନ ଅସ୍ତବ୍ୟସ୍ତ: ପ୍ରତିଦିନ ଜଳ ସିଞ୍ଚନ ଦାବି

ଯୋଡ଼ା, ୧୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ କମାରଯୋଡ଼ା ତାରିଣୀ ଛକ ଓ ବାଂଶପାଣି ଅଞ୍ଚଳବାସୀ ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଏ ନେଇ ସ୍ଥାନୀୟ ମହିଳାମାନେ ସୋମବାର ପୂର୍ବାହ୍ନରେ ଯୋଡ଼ା-ବାମେବାରୀ ୨ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ପ୍ରାୟ…

ସାନିଟାଇଜ ହେଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ରାଇସୁଆଁ,୧୩।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯) ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ ବିଧିବଦ୍ଧ ଭାବେ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ଼ ପଦ୍ମପୁର ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ପରିସରକୁ ସୋମବାର ଏମ୍‌ଏସ୍‌ପି କାରଖାନା ପକ୍ଷରୁ…

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ପାଟଣା, ୧୩ା୪(ସ୍ବ.ପ୍ର.)-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଓ ପରେ ହତ୍ୟା ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ପୋଲିସ ଲୋକନାଥ ମହାନ୍ତ ନାମକ ଯୁବକଙ୍କୁ ରବିବାର ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ଘର ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ବଲାଣିପାସି ଗ୍ରାମରେ। ଏହି…

ଧରାପଡିଲେ ୨୮ ବଙ୍ଗୀୟ ଶ୍ରମିକ

ଚମ୍ପୁଆ, ୧୩ା୪(ଡି.ଏନ.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ସହିତ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବା ସହ ସୀମାନ୍ତଗୁଡିକୁ ସିଲ୍‌ କରି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗତ ୨୯ତାରିଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri