କେନ୍ଦୁଝର

ରିଲିଫ ଫଣ୍ଡକୁ ଦାନ କଲା ମହିଳା ମଞ୍ଚ

କେନ୍ଦୁଝର, ୧୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ମୈଦାନକେଲ ପଞ୍ଚାୟତ ସମିତି ମହାସଂଘ ପକ୍ଷରୁ ୧୩ ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ ୩ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ଦିଆଯାଇଛି। ଜିଲାପାଳଙ୍କ ଜରିଆରେ ଏହି ସହାୟତା…

୫୦୦୦ ମାସ୍କ ବଣ୍ଟନ

କେନ୍ଦୁଝର, ୨୦ା୪(ଡି.ଏନ.ଏ.): ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମନୋଜ ମଞ୍ଜରୀ ଶିଶୁଭବନ ତରଫରୁ ହରିଚନ୍ଦନପୁର ଓ ବାଂଶପାଳ ବ୍ଲକର ୪୦ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୫ ହଜାର ମାସ୍କ ବଣ୍ଟନ କରାଯାଇଛି। ଆଦିବାସୀ ସ୍ବାସ୍ଥ୍ୟକେନ୍ଦ୍ର, ସୋମଗିରି ଅଧୀନରେ ଥିବା ଏହି ୪୦ଟି…

୩୦ ୟୁନିଟ୍‌ ରକ୍ତ ସଂଗୃହୀତ

କେନ୍ଦୁଝର, ୨୦ା୪(ଡି.ଏନ୍‌.ଏ.)-ଲକ୍‌ଡାଉନ୍‌ ସମୟରେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ସମୟରେ ବିଜେଡି ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଦୈନନ୍ଦିନ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ କରାଯାଇ ରକ୍ତ ସଂଗ୍ରହ କରାଯାଉଛି। ଏହିକ୍ରମରେ ସୋମବାର ଜିଲା ମୁଖ୍ୟାଳୟର ରୋଟାରୀ ଭବନ ପରିସରରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା

କେନ୍ଦୁଝର, ୨୦।୪(ସ୍ବ.ପ୍ର.)-ସରକାରୀ ମୋଟର କର୍ମଚାରୀ ସଂଘ କେନ୍ଦୁଝର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସୋମବାର ଦିନ ଜିଲାପାଳଙ୍କ ଜରିଆରେ ଏହି ସହାୟତା ରାଶିର ଚେକ୍‌ ଦିଆଯାଇଛି। ଜିଲାରେ କାର୍ଯ୍ୟରତ ସମସ୍ତ ମୋଟର କର୍ମଚାରୀଙ୍କ ଠାରୁ…

ଖରାରେ ସର୍ବତ ବାଣ୍ଟିଲେ ସ୍ବେଚ୍ଛାସେବୀ

କେନ୍ଦୁଝର, ୨୦।୪(ସ୍ବ.ପ୍ର.)-କେନ୍ଦୁଝରରେ କୋରନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହାସହିତ ପ୍ରବଳ ଖରା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ତାପମାତ୍ରା ପାଖାପାଖି ୩୯ ଡିଗ୍ରୀ ରହୁଥିବାରୁ ବହୁତ ଗରମ ଅନୁଭୂତ ହେଉଛି। ଏଥିପାଇଁ ଅନେକ ସ୍ବେଚ୍ଛାକୃତ ଭାବେ…

ଗଛରେ ପିଟି ହୋଇ ଟ୍ରାକ୍ଟର ଚାଳକଙ୍କ ଜୀବନ ଗଲା

ପାଟଣା,୨୦ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ହାତିବାରି ମୁଣ୍ଡା ସାହି ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଗଛରେ ପଟିହୋଇ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଅଜୟ ମୁଣ୍ଡା। ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ…

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

କେନ୍ଦୁଝର,୧୯ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଦେଉଳଡିହାଠାରେ ରବିବାର ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା…

ଏମ୍‌ଏସ୍‌ପିରେ ଲାଗିଲା ସାନିଟାଇଜର ଟନେଲ

କେନ୍ଦୁଝର, ୧୯।୪(ସ୍ବ.ପ୍ର.)-ସ୍ଥାନୀୟ ସଦର ବ୍ଳକ ହଳଦିଗୁଣା ଗ୍ରାମରେ ଥିବା ଏମ୍‌ଏସ୍‌ପି ସ୍ପଞ୍ଜ କାରଖାନାରେ କରୋନା ସଂକ୍ରମଣ ରୋକିବା ପାଇଁ ସାନିଟାଇଜର ଟନେଲ ପ୍ରତିଷ୍ଠା କରାଯାଇଛି। ବାହାରୁ ଆସୁଥିବା ସମସ୍ତ କର୍ମଚାରୀ, ଟ୍ରକ ଚାଳକ, ଶ୍ରମିକ ଏହି ଟନେଲ ଦେଇ କାରଖାନା ଭିତରକୁ…

ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼ କରି ଲୁଟ୍‌, ୨ ଗିରଫ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଏସାର ପେଟ୍ରୋଲ ପମ୍ପ ସମୁଖରେ ଥିବା ମହିନ୍ଦ୍ରା ଓାର୍କସପ୍‌ ଠାରେ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ଜଣେ ଘରୋଇ ସୁରକ୍ଷା କର୍ମୀଙ୍କୁ ଛୁରି ମାଡ କରି ଲୁଟ୍‌ କରିବା ଅଭିଯୋଗରେ ଯୋଡା…

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳର ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ମାମଲା (ନଂ.୪୮/୨୦୨୦) ରୁଜୁ କରି ହତ୍ୟାକାଣ୍ଡରେ ସଂପୃକ୍ତ ନାବାଳକଙ୍କୁ ଅଟକ ରଖି…

ଅସହାୟଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କରୋନା ମହାମାରୀର ମୁକାବିଲା ପାଇଁ ସରକାର ଦେଶରେ ଲକଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକଡାଉନ୍‌ ନିୟମାନୁଯାୟୀ ଲୋକେ ନିଜ ଜୀବିକାରୁ ବଞ୍ଚିତ ରହି ଘରେ ରହୁଛନ୍ତି। ଏହି କାରଣରୁ ସରକାରଙ୍କ ପକ୍ଷରୁ ଗରିବ , ଅସହାୟ ଓ ନିରାଶ୍ରୟ…

ଭ୍ରାମ୍ୟମାଣ ଭ୍ୟାନରେ ଦିଆଗଲା ସହାୟତା ରାଶି

ପାଟଣା,୧୯।୪(ସ୍ବ.ପ୍ର.)-ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ଅଗ୍ରଣୀ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ସ୍ବାମ ପାଟଣା ତରଫରୁ ଶନିବାର ଭ୍ରାମ୍ୟମାଣ ଭ୍ୟାନ ଯୋଗେ ବ୍ୟାଙ୍କ ଅଧିକାରୀ ଗାଁକୁ ଗାଁ ବୁଲି ହିତାଧିକାରୀଙ୍କୁ ଉଜ୍ବଳା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆସିଥିବା କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri