ରଙ୍ଗଡ଼ିହି-ଜଗଦଳା ଶିଳ୍ପାଞ୍ଚଳ ରାସ୍ତା ମରଣଯନ୍ତା
କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବହୁ ଉଦ୍ୟୋଗୀ ଖଣି ଓ ଶିଳ୍ପ ପ୍ରତିଷ୍ଠା କରି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି, ସରକାରଙ୍କୁ ରାଜସ୍ବ ଦେଉଛନ୍ତି। ରାଜ୍ୟ ସରକାର କମ୍ପାନୀଗୁଡ଼ିକର ସୁବିଧା ପାଇଁ ବିଶେଷ କରି ଖଣି ଓ ଶିଳ୍ପାଞ୍ଚଳର ଭିତ୍ତିଭୂମିର ବିକାଶ...
ହାତୀ ମୃତ୍ୟୁ ରୋକିବ ସୌର ତାରବାଡ଼
ଯୋଡ଼ା,୯।୧୦(ଡି.ଏନ୍.ଏ.):କେନ୍ଦୁଝର ବନଖଣ୍ଡର ଚମ୍ପୁଆ ରେଞ୍ଜ ଅଧୀନ ତଥା ଯୋଡ଼ା ବନପାଳ ଅନ୍ତର୍ଗତ ଯୁରୁଡ଼ି କ୍ରେଚ୍ ହଟିଂ ରେଲ୍ୱେ କ୍ରସିଂ ନିକଟରେ ହାତୀଙ୍କୁ ସୁରକ୍ଷା ଉଦ୍ଦେଶ୍ୟରେ ଏକ ଝୁଲନ୍ତା ସୌର ତାରବାଡ଼ (ହ୍ୟାଙ୍ଗି ସୋଲାର ଫେନ୍ସିଂ) ବ୍ୟବସ୍ଥା କରାଯାଇଛି।...
ହାତୀ ସୁରକ୍ଷା ଲାଗି ଝୁଲନ୍ତା ସୋଲାର ବାଡ଼
କେନ୍ଦୁଝର,୮ା୧୦(ସ୍ବ.ପ୍ର.): ରେଳ ଦୁର୍ଘଟଣାରୁ ହାତୀପଲଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ ଯୋଡ଼ା ବେହେରା ହାଟିଂ ନିକଟରେ ଝୁଲନ୍ତା ସୋଲାର ବାଡ଼ ପ୍ରତିଷ୍ଠା କରାଯାଇଛି। ଡିଏଫ୍ଓ ଏଚ୍.ଡି. ଧନରାଜ ଏହାର ଉଦଘାଟନ କରିଥିଲେ।...
ଏନ୍ଏଚ୍ ୪୯ରେ ଅଣ୍ଡର ପାସ୍ ନିର୍ମାଣ ଦାବି
କେନ୍ଦୁଝର,୮ା୧୦(ସ୍ବ.ପ୍ର.): କୋଲକାତା-ମୁମ୍ବାଇ ଏନ୍ଏଚ୍ ୪୯ର ତୁରୁମୁଙ୍ଗା, ଖିରେଇଟାଙ୍ଗିରି ଓ ଚିଲିଦା ନିକଟରେ ଅଣ୍ଡର ପାସ ନିର୍ମାଣ ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଏକଦଳ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ଭେଟି...
ଓସିଏସ୍ ପରୀକ୍ଷାରେ ସତ୍ୟଜିତ୍ଙ୍କ ସଫଳତା
କେନ୍ଦୁଝର,୮ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର ମାଇନିଂ ରୋଡ୍ସ୍ଥିତ ସତ୍ୟଜିତ୍ ପଟ୍ଟନାୟକ ୧୩୦ ର଼୍ୟାଙ୍କ ରଖି ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରରୁ ମାଟ୍ରିକ ପାସ୍...
ଦୁଇ ଦୁଇ ଥର ଓସିଏସ୍ରେ କୃତକାର୍ଯ୍ୟ, ବିନା କୋଚିଂରେ ସଫଳତା
ପାଟଣା,୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ପିପିଳିଆ ଗ୍ରାମର ୩୯ ବର୍ଷୀୟ ଗିରିଜାନନ୍ଦନ ହିନ୍ଦୟାର ଦ୍ୱିତୀୟ ଥର ପାଇଁ ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ର଼୍ୟାଙ୍କ ୧୦୧ରେ ଅଛନ୍ତି। ଏଥିପୂର୍ବରୁ ଗିରିଜା ୨୦୧୫ ରେ ଓସିଏସ୍ରେ...
ବେଆଇନ କ୍ରଶର ପରିଦର୍ଶନ କଲେ ଡିଏଫ୍ଓ
କେନ୍ଦୁଝର,୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ତହସିଲ ଅଧୀନ ଖଣ୍ଟଘର ଗ୍ରାମରେ ଚାଲିଥିବା ବେଆଇନ କ୍ରଶର ଅଞ୍ଚଳକୁ କେନ୍ଦୁଝର ଡିଏଫ୍ଓ ଏଚ୍ଡି ଧନରାଜ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ରଶର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମତିରେ ଏବଂ ପଥର...
ପ୍ରାଚୁର୍ଯ୍ୟ ଭିତରେ ଅପପୁଷ୍ଟି
କେନ୍ଦୁଝର, ୭/୧୦:ଖଣିଖାଦାନ ଭରା ଜିଲା କେନ୍ଦୁଝରରୁ ରାଜ୍ୟ ସରକାର ସିଂହଭାଗ ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ସ୍ବାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ଲୋକଙ୍କୁ ଯୋଗାଇବାରେ ବିଫଳ ହୋଇଛନ୍ତି। ଜିଲାରେ ରକ୍ତହୀନତା ଓ ଅପପୁଷ୍ଟି ବୃଦ୍ଧି ପାଇବା ଭଳି ସମ୍ବେଦନଶୀଳ ଘଟଣା...
ସିସିଟିଭିରେ କଏଦ ହେଲା ଗାଡ଼ି ଶୋ’ ରୁମ୍ ଚୋରିର ଦୃଶ୍ୟ, ମୁଖାପିନ୍ଧା ଲୁଟେରାଙ୍କୁ ଖୋଜୁଛି ପୋଲିସ
ଆନନ୍ଦପୁର,୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଥିବା ହିରୋ ଶୋ’ ରୁମ୍ରୁ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଦ୍ୱାରା ଚୋରି ହୋଇଛି। ଚୋରି ସମୟର ଦୃଶ୍ୟ ଶୋ’ ରୁମ୍ରେ ଥିବା ସିସିଟିଭିରେ କଏଦ ହୋଇଛି। ଘସିପୁରା ଥାନା ଅଧୀନ ଶାଳପଡ଼ା ବାଇପାସ୍ରୁ ଆନନ୍ଦପୁର ଯିବା...
ରେଳଲାଇନ କଡ଼ରେ ଡେରାପକାଇଛନ୍ତି ହାତୀପଲ
କେନ୍ଦୁଝର,୪।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ କଣ୍ଡରାପଶି ହାଟ ନିକଟ ରେଳଲାଇନ କଡ଼ରେ ସାତଟିକିଆ ହାତୀପଲ ଡେରା ପକାଇଛନ୍ତି। ହାତୀମାନଙ୍କ ଉପସ୍ଥିତିକୁ ନେଇ କଣ୍ଡରାପଶି, ନଇଗାଁର ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ରେଳଲାଇନ ନିକଟରେ ଥିବାରୁ ବନ ବିଭାଗ ହାତୀମାନଙ୍କ...
ଶ୍ବଶୁର ଘର ପଛ ପଟୁ ମିଳିଲା ଜ୍ୱାଇଁଙ୍କ ମୃତଦେହ
ପାଟଣା,୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗଣ୍ଡବେଡାପଞ୍ଚାୟତ ଗଣ୍ଡବେଡା ବେହେରା ଗାଁର ଶ୍ବଶୁର ଘର ପଛ ପଟେ ଥିବା ବାଉଁଶ ଗଛରୁ ଜଣେ ୩୬ ବର୍ଷ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଘଟଗାଁ ଥାନା...
ଜୁରୁଡ଼ିରେ ମା’ଙ୍କ ଖଣ୍ଡା, ମୁକୁଟ ପୂଜା ପରମ୍ପରା
ଯୋଡ଼ା,୪ା୧୦(ଡି.ଏନ୍.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି ଉପତ୍ୟକାରେ ଚଳିତ ବର୍ଷ ଆଡ଼ମ୍ବରରେ ଶାରଦୀୟ ଦୂର୍ଗାପୂଜା ପାଳନ କରାଯାଉଛି। ଖଣି ଓ ଶିଳ୍ପର ରୁଗୁଣ ଅବସ୍ଥା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଭାବାବେଗରେ ଉତ୍ସାହ କମି ନାହିଁ। ଖଣି କ୍ଷେତ୍ର ଜୁରୁଡ଼ି, ବାମେବାରୀ, ଜରିବାହାଲ...
Archives


