କେନ୍ଦୁଝର

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଶୀକେଷ ନାଏକ ବିଜେଡି ଛାଡ଼ିଥିବା କହିଛନ୍ତି। ତାଙ୍କୁ ଦଳ ଅଣଦେଖା କରିବାରୁ ସେ ବିଜେଡି ସୁପ୍ରିମୋଙ୍କୁ ପୋଷ୍ଟାଲ ଯୋଗେ ରେଜେଷ୍ଟ୍ରି କରି…

ରାସ୍ତା ଖୋଳିଲେ ଖଣି କମ୍ପାନୀ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ଯୋଡ଼ା,୨୫।୬(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା -ବାମେବାରି ରାସ୍ତାର ବାଂଶପାଣିଠାରେ ଥିବା ରେଳ ଓଭରବ୍ରିଜ ରାସ୍ତାରେ ଦୁଇ ଫୁଟ୍‌ରୁ ଊଦ୍ଧର୍‌ବ ଉଚ୍ଚରେ ପାଣି ଜମିଛି। ରାସ୍ତାରେ ହୋଇଥିବା ବଡ଼ ଗାଢ଼ରେ ଅସରାଏ ବର୍ଷାରେ ପାଣି ଜମି ଯାତାୟାତ ଠପ୍‌ ହୋଇଯାଉଛି। ଶୁକ୍ରବାର ଓ…

ଛୁଆ ହାତୀକୁ ଗ୍ରହଣ କରୁନି ମା’, ଚିନ୍ତାରେ ବନ ବିଭାଗ

କେନ୍ଦୁଝର,୨୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ବିଟ୍‌ ଅଧିନସ୍ଥ କୋଳିମାଟି ଗ୍ରାମ ନିକଟରେ ଶୁକ୍ରବାର ଏକ ପଥର ଖୋଲରୁ ଉଦ୍ଧାର କରାଯାଇଥିବା ପ୍ରାୟ ୨ ମାସର ହାତୀ ଛୁଆକୁ ମା’ ହାତୀ କିମ୍ବା ଦଳ ଗ୍ରହଣ…

ନବଜାତକର ମୃତଦେହ ଝୁଣି ଖାଇଲେ କୁକୁର

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧୀନ ବଡ଼ରମ୍ପାସ ଓ ବରିଡ଼ି ରାସ୍ତାର ଚାରିମାଣିଆ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଏକ ନବଜାତକର ମୃତଦେହ ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ଶନିବାର ସକାଳେ କେତେକ ପଥଚାରୀ ସେହି ରାସ୍ତାରେ…

ଯୁବକଙ୍କୁ ସାଇକେଲ ସହ ଟେକି କଚାଡ଼ିଲା ହାତୀ

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଥାନା ସୀମାନ୍ତ ମହୁଲଡିହା ଥାନା ଝାଟିକିଡିହା ଗ୍ରାମରେ ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଉଛନ୍ତି ଝାଟିକିଡିହାର ଭଜ ମଢେଇ।…

ଗାଁ ରାସ୍ତା ଅବରୋଧ, ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

କୋଡ଼ପଡା,୨୪ା୬(ରଞ୍ଜିତ କୁମାର ରଣା): ଗାଁକୁ ଭଲ ରାସ୍ତା ଥାଇ ମଧ୍ୟ ରୋଗୀଙ୍କ ଘରେ ପହଞ୍ଚତ୍ ପାରିଲାନି ଆମ୍ବୁଲାନ୍ସ। ଅସୁସ୍ଥ ବୃଦ୍ଧାଙ୍କୁ ୨୦୦ମିଟର ଟେକି ଟେକି ନେଲେ ଗ୍ରାମବାସୀ। କେତେକ ଗ୍ରାମବାସୀ ରାସ୍ତା ଉପରେ ଘର କରି ଅବରୋଧ କରିଥିବାରୁ ଜରୁରୀକାଳିନ ସମୟରେ…

ବେଆଇନ ପାର୍କିଂ ଯୋଗୁଁ ଦୂର୍ଘଟଣା,ହେଲପର ମୃତ

କେନ୍ଦୁଝର, ୨୩ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ବାଇପାସ ରାସ୍ତା ସିଦ୍ଧମଠ ନିକଟରେ ଏକ ଦୁର୍ଘଟଣା ଘଟିଛି। ବେଆଇନ ପାର୍କିଂ କରିଥିବା ଏକ ଟ୍ରକ ପଛ ପଟରେ ଆଉ ଏକ ଟ୍ରକ୍‌ ଧକ୍କା…

ଆକ୍ରମଣରେ ଗଲାଣି ୩୧ ଲୋକଙ୍କ ଜୀବନ

କେନ୍ଦୁଝର,୨୩ା୬(ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ଅଧିକାଂଶ ସମୟରେ ଲୋକଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ବନ୍ୟପ୍ରାଣୀଙ୍କ ଆକ୍ରମଣରେ ଅନେକ ଜୀବନ ଯାଉଥିବା ବେଳେ ଧନ ସମ୍ପତ୍ତି କ୍ଷତି ହେଉଛି। ବନ୍ୟପ୍ରାଣୀଙ୍କ ଆକ୍ରମଣରେ…

କୃଷ୍ଣ, ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କେନ୍ଦୁଝର,୨୨।୬:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିରରେ ଗୁରୁବାର କୃଷ୍ଣ, ବଳରାମ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଝିପିଝିପି ବର୍ଷା ସତ୍ତ୍ୱେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏପରିକି ବଡ଼ ଦାଣ୍ଡରେ…

କେନ୍ଦୁପତ୍ର ବାନ୍ଧିବାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ୪ ବ୍ୟକ୍ତି

କେନ୍ଦୁଝର,୨୨।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନି। ଆମ୍ବ, ପଣସ ଖାଇବାକୁ ହାତୀ ଗାଁ ମୁହାଁ ହେଉଛନ୍ତି। ଏପରି କି ହାତୀ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏଣେ ବନ କର୍ମଚାରୀ…

ବନ କର୍ମଚାରୀଙ୍କୁ ଆକ୍ରମଣ କରି ଜଣେ ଗିରଫ

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ଥାନା ଅନ୍ତର୍ଗତ କୋଳିମାଟିଠାରେ ଗତ ୭ ତାରିଖରେ ଜାତୀୟ ରାଜପଥ ୨୦ର ମେଲଣ ନିକଟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ଚୋରା କାଠ ବୋଝେଇ ଗାଡ଼ି ଲୁଟି ନେବା ଘଟଣାରେ ପୋଲିସ ସାନ୍ତରାପୁରର…

ବିଲରେ ଟଳି ପଡିଲେ ଚାଷୀ: ଅଂଶୁଘାତରେ ମୃତ୍ୟୁ ଆଶଙ୍କା 

ପାଟଣା,୨୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମର ଜଣେ ବ୍ୟକ୍ତି  ବିଲକୁ ଯାଇଥିବା ବେଳେ ବିଲରେ ପଡି ମତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି ଉକ୍ତ  ଗ୍ରାମର  ରବୀନ୍ଦ୍ର ମୁଣ୍ଡା(୩୮) । ସୂଚନା ଅନୁଯାୟୀ, ରବୀନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri