କେନ୍ଦ୍ରାପଡ଼ା

ଭିତରକନିକା ଜାତୀୟ ଉଦ୍ୟାନକୁ ୫୦ବର୍ଷ

ରାଜନଗର, ୨୬ା୮(ଭାସ୍କର ରାଉତରାୟ):ପ୍ରକୃତିର ଗନ୍ତାଘର ସୌନ୍ଦର୍ଯ୍ୟର ଅନନ୍ୟ ଗୌରବ ଗାଥା ପ୍ରକୃତିରାଣୀ ଭିତରକନିକା ଜାତୀୟ ଉଦ୍ୟାନ ଏବେ ୫୦ ବର୍ଷରେ ପାଦ ଥାପିଛି। ଏହି ସୁଦୀର୍ଘ ସମୟ ଭିତରେ ଭିତରକନିକା ଜାତୀୟ ଉଦ୍ୟାନ ବିଭିନ୍ନ କ୍ଷେତ୍ରରେ ଅଜସ୍ର ସ୍ମୃତି ସାଉଁଟି...

ଫରାସୀ ପଣ୍ୟ ଜାହାଜର ଦୁର୍ଘଟଣାକୁ ୧୯୨ବର୍ଷ

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ପୂର୍ବତଟ ହୁକିଟୋଲା-ମାଦଳି ମୁହାଣ ଅନତି ଦୂରର ବାଲି ଢିପ ଯୋଗୁ ୧୮୩୨ ମସିହାରେ ଫରାସୀ ନିର୍ମିତ ପଣ୍ୟ ବୋଝେଇ ଜାହାଜର ଦୁର୍ଘଟଣା ଘଟିଥିଲା। ଏହାକୁ ଏବେ ୧୯୨ ବର୍ଷ ବିତିଛି।...

ଗହୀରମଥାରେ ନୀଳରକ୍ତ କଙ୍କଡ଼ାଙ୍କ ଜିଓ ଟ୍ୟାଗିଂ ହେଲାନି

ମହାକାଳପଡ଼ା,୨୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁଳ ମାତ୍ରାରେ ଦେଖାଯାଉଥିବା ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବର ଜିଓ ଟ୍ୟାଗିଂ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ। ବାଲେଶ୍ୱର ଜିଲାରେ ଜିଓଲୋଜିକାଲ୍‌ ସର୍ଭେ...

ଏଆର୍‌ସିଏସ୍‌ଙ୍କୁ ଭେଟିଲେ ଚାଷୀ

ରାଜକନିକା,୨୧।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକରେ ଥିବା କଟକ ସେଣ୍ଟ୍ରାଲ କ୍ରେଡିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ଲିଃ ଶାଖା ଅଧୀନରେ ୧୬ଟି ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପାକ୍ସ) ଅବସ୍ଥାପିତ। ସମସ୍ତ ସମବାୟ ସମିତିରେ ଚାଷୀଙ୍କ ଟଙ୍କା...

ଚାରିପୋଖରିଆ ଗାଁରେ ଝାଡ଼ାବାନ୍ତି ସ୍ଥିତି ବିଗୁଡୁଛି

ରାଜନଗର, ୨୧।୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଭିତରଗଡ଼ ପଞ୍ଚାୟତ ଚାରିପୋଖରିଆ ଗାଁରେ ଶନିବାରଠାରୁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗାଁରେ ୨ଶହ ପରିବାର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦ରୁ ଊର୍ଦ୍ଧ୍ୱ ପରିବାର ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି...

୩ ବର୍ଷର ଶିଶୁ ବଞ୍ଚାଇଦେଲା ୨ ଭଉଣୀଙ୍କ ଜୀବନ

ରାଜନଗର,୨୦।୮(ଭାସ୍କର ରାଉତରାୟ):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ ଡାଙ୍ଗମାଳ ପଞ୍ଚାୟତ ତ୍ରିଲୋଚନପୁର ଗାଁର ବାବୁରାମ ଗିରିଙ୍କ ୭ ବର୍ଷର ଝିଅ ଶୁଭଶ୍ରୀ ଓ ଦାଶରଥି ଗିରିଙ୍କ ୬ ବର୍ଷର ଝିଅ ବର୍ଷା ଘର ଆଗରେ ଥିବା ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ।...

ଚପଲ ଥୋଇ ଭରା ନଦୀକୁ ଡେଇଁ ପଡ଼ିଲେ ଯୁବକ

କେନ୍ଦ୍ରାପଡ଼ା,୧୭।୮: କେନ୍ଦ୍ରାପଡ଼ା ସଦର ଥାନା କରିଲୋପାଟଣା-ବସପୁର ସେତୁ ଉପରୁ ଲୁଣା ନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ। ନଦୀକୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ବସପୁର ପଟୁ ଆସି ବ୍ରିଜ ଉପରେ...

ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

କେନ୍ଦ୍ରାପଡ଼ା,୧୭ା୮: କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ପ୍ରଦୀପଙ୍କ ଘର, ଅଫିସ ସହିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ।...

୨ ଦୁର୍ବୃତ୍ତଙ୍କ ସହ ସୁନା ଦୋକାନୀ ଜେଲ ଗଲେ

ରାଜକନିକା,୧୭ା୮(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲା। ଚୋରି ଘଟଣାରେ ଗୁରୁବାର ପୋଲିସ ୩୪. ୫ ଗ୍ରାମ୍‌ ସୁନା ଜବତ କରିବା ସହ ୨ ଦୁର୍ବୃତ୍ତଙ୍କ ସହ ସୁନା କିଣିଥିବା ଦୋକାନୀଙ୍କୁ ଧରି କୋର୍ଟଚାଲାଣ...

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ବହୁ କୋଟିର ସମ୍ପତ୍ତି

କେନ୍ଦ୍ରାପଡ଼ା,(ଜଗନ୍ନାଥ ଧଳ)/ ଭୁବନେଶ୍ୱର,୧୭ା୮(ସତ୍ୟଜିତ୍‌ ରାଉତ): କେନ୍ଦ୍ରାପଡା ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ପ୍ରଦୀପ କୁମାର ମହାପାତ୍ର ଶୁକ୍ରବାର ଭିଜିଲାନ୍ସ ଜାଲରେ ଫସିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ପ୍ରଦୀପଙ୍କ ଘର ସମେତ ଭୁବନେଶ୍ୱର, କଟକ...

ଗ୍ୟାସ୍‌ଟାଙ୍କି ବିସ୍ଫୋରଣ ହୋଇ ଘର ସହ ଜଳିଗଲେ ଭଉଣୀ-ଭାଇ

ରାଜନଗର,୧୫ା୮(କୈଳାସ ସାହୁ): ସ୍ବାଧୀନତା ଦିବସରେ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି। ଗ୍ୟାସ୍‌ଟାଙ୍କିରୁ ବିସ୍ଫୋରଣ ହୋଇ ଘର ସହ ଜଳି ଯାଇଛନ୍ତି ଭଉଣୀ-ଭାଇ। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଳରାମପୁର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ...

କୋକୁଆ ଭୟ: ନଦୀରେ ଘୂରି ବୁଲୁଛନ୍ତି ଶତାଧିକ କୁମ୍ଭୀର

ମହାକାଳପଡ଼ା,୧୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ, ଗୋବରୀ, ଲୁଣା, ଚିତ୍ରୋତ୍ପଳା ଓ ପାଇକା ନଦୀ କୂଳିଆ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ସୃଷ୍ଟି ହୋଇଛି। ଗତ ୨ଦିନ ତଳେ ବ୍ରାହ୍ମଣୀ ନଦୀରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri