ଗୋବରୀ ଶାଖା ନାଳରୁ ମା’,ଝିଅଙ୍କ ମୃତଦେହ ଉଦ୍ଧାର
ମହାକାଳପଡ଼ା, ୬।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ ଗଗୁଆ ଗ୍ରାମ ଜେନା ସାହି ନିକଟ ଗୋବରୀ ଶାଖା ନାଳରୁ ମଙ୍ଗଳବାର ସକାଳେ ମା,ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଜେନା ସାହିର ଯଦୁମଣି ଜେନାଙ୍କ ସ୍ତ୍ରୀ…
ପୋଲିସ ଏନ୍କାଉଣ୍ଟର: ସୁପାରିକିଲର ମେହେତାବ ଗୁରୁତର, କଟକ ବଡ଼ ମେଡିକାଲରେ ଭର୍ତ୍ତି
କେନ୍ଦ୍ରାପଡ଼ା ଅଫିସ,୬।୮: କେନ୍ଦ୍ରାପଡ଼ା ସଦର ପୋଲିସ ଓ ଜିଲା ପୋଲିସ ସ୍କ୍ବାଡ୍ ପକ୍ଷରୁ ଗଣ୍ଡାଖିଆ ରାସ୍ତାର ଏରାଠାରେ ସୋମବାର ବିଳମ୍ବିତ ରାତିରେ ଏନ୍କାଉଣ୍ଟର କରାଯାଇଛି। ଏଥିରେ ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ସେକ୍ ମେହେତାବ ଗୁରୁତର ହୋଇ କଟକ ବଡ…
ଶ୍ରାବଣ ତୃତୀୟ ସୋମବାର : ଜଳଲାଗି କଲେ ଶତାଧିକ ଭକ୍ତ
ରାଜନଗର,୫।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନଗରସ୍ଥିତ ପ୍ରାଚୀନ ଶୈବପୀଠ ଚନ୍ଦ୍ରମଉଳି ମହାଦେବଙ୍କ ପୀଠରେ ଶ୍ରାବଣ ମାସର ତୃତୀୟ ସୋମବାରରେ ଶତାଧିକ ଭକ୍ତ ଜଳାଲାଗି କରିଛନ୍ତି। ଆଜି ପ୍ରତ୍ୟୁଷରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି।
ସାପକାମୁଡ଼ାରେ ଚାଷୀଙ୍କ ଜୀବନ ଗଲା
ରାଜନଗର,୫।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ଭାଗଚାଷୀ ବୈଲୋଚନ ରାଉତ(୪୮)ଙ୍କ ସାପକାମୁଡ଼ାରେ ମୃତ୍ୟୁ ଘଟିଛି। ସୋମବାର ସକାଳେ ବିଲରେ କାମ କରୁଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ…
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା
ରାଜନଗର,୧।୮(ଡି.ଏନ୍.ଏ): ଦେଶ ବିଦେଶର ପର୍ଯ୍ୟଟକଙ୍କ ପରିଭ୍ରମଣ ପାଇଁ ଗୁରୁବାର ଭିତରକନିକା ଜାତୀୟ ଉଦ୍ୟାନକୁ ଖୋଲାଯାଇଛି। ବହୁ ପତୀକ୍ଷା ପରେ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ପର୍ଯ୍ୟଟକ ଭିତରକନିକା ବୁଲି ଦେଖିଛନ୍ତି। ଏଥିସହ ପର୍ଯ୍ୟଟକଙ୍କ ପାଇଁ ନୌକା ବିହାରର ବ୍ୟବସ୍ଥା କରାଯିବା ସହ…
ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ମତ୍ସ୍ୟଜୀବୀ ସଂଘର ବିକ୍ଷୋଭ
ରାଜନଗର,୨୯।୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟ(ଡିଏଫ୍ଓ) ସମ୍ମୁଖରେ ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ମାଛ ଧରୁଥିବା ଟ୍ରଲରଗୁଡ଼ିକୁ ରାଜନଗର ବନ ବିଭାଗ ଜବତ…
ଅଗଷ୍ଟ ୧ରୁ ଖୋଲିବ ଭିତରକନିକା
ରାଜନଗର, ୨୯ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖ ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। କୁମ୍ଭୀର ପ୍ରଜନନ ଋତୁ ପାଇଁ ଏହି ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ…
ବାରିମୂଳ ଆଶ୍ରମରେ ଇଡିର ନୋଟିସ, ଜବତ ଜମିରେ ସର୍ବସାଧାରଣଙ୍କ ଯାତାୟାତ ମନା
କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୮।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ବାରିମୂଳ ଆଶ୍ରମ ମୁଖ୍ୟ ସାରଥି ଓରଫ ସନ୍ତୋଷ ରାଉଳ ଗତ ୨୫ ତାରିଖରେ ଜେଲରୁ ସର୍ତ୍ତମୂଳକ ଜାମିନ୍ରେ ମୁକୁଳିଛନ୍ତି। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତତ୍ପର ହୋଇଉଠିଛି ା ୨୦୧୭ ସେପ୍ଟେମ୍ବର ୧ ରେ…
୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଲାଇନ୍ ମ୍ୟାନ୍ ମୃତ
ଆଳି,୨୩।୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଲାଇନ୍ ମ୍ୟାନ୍ଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାଳନ୍ଦୀ ସିଂ(୫୬)। କାଳନ୍ଦୀ ସାନଆଙ୍କୋରୁ ମହୁ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାରରେ…
ବର୍ଷା ପାଇଁ ବେଙ୍ଗ,ବେଙ୍ଗୁଲୀଙ୍କ ପୂଜାର୍ଚ୍ଚନା
ମହାକାଳପଡ଼ା,୨୩ା୭(ଡି.ଏନ୍.ଏ.)- ଚଳିତ ବର୍ଷ ମହାକାଳପଡା ବ୍ଲକରେ ଭଲ ବର୍ଷା ନ ହେବାରୁ ଚାଷୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ଚିନ୍ତା ବଢ଼ିବାରେ ଲାଗିିଛି। ବର୍ଷା ଅଭାବରୁ ଜମିରେ ଗଜା ମରୁଡ଼ି ହେବାର ଆଶଙ୍କା ରହିଛି। ଏନେଇ ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ…
ସାପକାମୁଡାରେ ବୃଦ୍ଧଙ୍କ ଜୀବନଗଲା
ରାଜନଗର,୧୯।୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣୀ ପଞ୍ଚାୟତ ଓଲସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସାପକାମୁଡାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଫକୀର ଚରଣ ରାଉତ (୬୦)। ଗୁରୁତର ଅବସ୍ଥାରେ ଫକୀରଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା।…
ଖବରଦାତାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ବୋଲଗଡ଼,୧୯ା୭(ଡି.ଏନ.ଏ.)-ନିର୍ବାଚନ କାର୍ଯ୍ୟ ଚାଲିଥିବାବେଳେ କେନ୍ଦ୍ରାପଡ଼ା ପାଟକୁରାଠାରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଜଣେ କାର୍ଯ୍ୟରତ ଖବରଦାତାଙ୍କୁ ଏସ୍ପିଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ ହୋଇଛି। ଓଡ଼ିଶା ୟୁନିୟନ ଅଫ୍ ଜର୍ନାଲିଷ୍ଟ(ଓୟୁଜେ), ବୋଲଗଡ ବ୍ଲକ ପକ୍ଷରୁ ଉକ୍ତ ଘଟଣାର ବିରୋଧ ଓ ନିନ୍ଦା କରାଯାଇଛି…
Archives


