୩୧ରୁ ଭିତରକନିକା ମହୋତ୍ସବ
ରାଜନଗର, ୭।୧ (ଡି.ଏନ୍.ଏ.): ଚଳିତବର୍ଷଠାରୁ ଆରମ୍ଭ ହେଉଛି ଭିତରକନିକା ମହୋତ୍ସବ। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ନଳିତାପାଟିଆଠାରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଆସନ୍ତା ୩୧ ତାରିଖରୁ ମହୋତ୍ସବ ଆରମ୍ଭ ହେବାକୁ ଥିବା ବେଳେ ଉଦ୍ଘାଟନୀ…
୫୦ ହଜାର ଟଙ୍କା ଲୁଟ୍
ରାଜନଗର, ୭।୧ (ଡି.ଏନ.ଏ.) : ରାଜନଗର ବଜାର ଉପରୁ ଜଣେ ବୃଦ୍ଧଙ୍କ ୫୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମହାକାଳପଡା ଥାନା ଅଧୀନ ଭୋପାଳ ଗ୍ରାମର ମୁରଲୀଧର ରାଉତ(୮୦) ରାଜନଗର ଷ୍ଟେଟ ବ୍ୟାଙ୍କରୁ ୫୦ହଜାର ଟଙ୍କା ଉଠାଇ ରାଜନଗର ବଜାରକୁ…
ରାଜ୍ୟସ୍ତରୀୟ ପୁସ୍ତକ ମେଳା ଉଦ୍ଘାଟିତ: ସଂସ୍କୃତି ସମ୍ପନ୍ନ ପୁସ୍ତକ କାଳଜୟୀ
କେନ୍ଦ୍ରାପଡା ଅଫିସ, ୭।୧: ସହରର ମହିପାଳ ଟେଲିକମ୍ ଗ୍ରାଉଣ୍ଡଠାରେ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍) ଆୟୋଜନାରେ ଉନବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳା ସୋମବାର ଉଦ୍ଘାଟିତ ହୋଇଯାଇଛି। ଏହା ଆସନ୍ତା ୧୩ ତାରିଖରେ ଉଦ୍ଯାପିତ ହେବ। ମେଳାକୁ ବିଶିଷ୍ଟ ସାହିତି୍ୟକ ତଥା…
ତୁଟୁନି ରାଘପୁର ଗ୍ରାମ ସମସ୍ୟା : ଜିଲାପାଳଙ୍କୁ ଭେଟି ଅଭିଯୋଗ କଲେ ଗ୍ରାମବାସୀ
କେନ୍ଦ୍ରାପଡ଼ା ଅଫିସ୍, ୭।୧: ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତ ରାଘପୁର ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗତ ଡିସେମ୍ବର ୧୯ ତାରିଖରେ ଅନଶନ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହାର ସମାଧାନ…
ବେଆଇନ ରାସ୍ତା, ଇଟାଭାଟି ନିର୍ମାଣକୁ ବିରୋଧ କଲେ ମହିଳା
ମହାକାଳପଡ଼ା,୬।୧(ଡି.ଏନ୍.ଏ.) : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳର ପାର୍ଶ୍ୱ ଗ୍ରାମ ମଧ୍ୟରେ ବେଆଇନ ରାସ୍ତା ଏବଂ ଇଟାଭାଟି ନିର୍ମାଣକୁ ସ୍ଥାନୀୟ ମହିଳାମାନେ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ଖରିନାସୀ ଗ୍ରାମର ୬ ଓ ୧୪ ନଂ ଓ୍ବାର୍ଡର ୧୦୦ରୁ…
ବରିଷ୍ଠ କଂଗ୍ରେସ ନେତା ଅରୁଣ ରାଉତ ଦଳରୁ ବହିଷ୍କୃତ
ରାଜନଗର, ୬।୧(ଡି.ଏନ.ଏ): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ପୂର୍ବତନ ଜିଲା ପରିଷଦ ସଭ୍ୟ ଅରୁଣ କୁମାର ରାଉତଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି…
ଶେଷ ପର୍ଯ୍ୟାୟରେ ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ଗଣନା: କାଲିଠୁ ଖୋଲିବ ଭିତରକନିକା
ରାଜନଗର,୪।୧(ଡି.ଏନ୍.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଡିସେମ୍ବର ୨୯ ତାରିଖଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। ଏ ନେଇ ପର୍ଯ୍ୟଟକଙ୍କ ଲାଗି ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ମାତ୍ର ଅଳ୍ପ ସମୟ ପରେ ବଉଳା…
ଦୁହୁରିଆରେ ସଡ଼କ ଦୁର୍ଘଟଣା: ୨ମୃତ, ୩ଗୁରୁତର
କେନ୍ଦ୍ରାପଡା ଅଫିସ,୨।୧: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଦୁହୁରିଆ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍କୁ କାର୍ ଧକ୍କାଦେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ…
ଆଜିଠୁ ଭିତରକନିକାରେ ବଉଳା କୁମ୍ଭୀର ଗଣନା ଆରମ୍ଭ
ରାଜନଗର,୨୯।୧୨(ଡି.ଏନ୍.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ରବିବାରଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହେଇଛି। ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ କେଉଁ ଅନାଦି କାଳରୁ ବସବାସ କରି ଆସୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା ସହିତ…
ଲୁଣା ନଦୀରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର
ମାର୍ଶାଘାଇ,୨୬।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କୁଆଁରପାଳ ନିକଟ ଲୁଣା ନଦୀରେ ଗୁରୁବାର ଜଣେ ଅଜଣା ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଖବର ପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଯୁବତୀଜଣଙ୍କ କଲେଜ ୟୁନିଫର୍ମ ପିନ୍ଧିଥିବା ବେଳେ…
ଆଜିଠୁ ଭିତରକନିକା ବନ୍ଦ
ରାଜନଗର,୨୬ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ ପର୍ଯ୍ୟଟକମାନଙ୍କ ପରିଭ୍ରମଣକୁ ବନ୍ଦ କରାଯାଇଛି। ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ…
କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ
ମହାକାଳପଡ଼ା, ୨୫।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ଥାନା ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ କାଜୁ ଜଙ୍ଗଲରେ ବୁଧବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି। ମୃତକ ହେଲେ ଲୁଣିମାଠିଆ ଶବରପଡ଼ା ଗ୍ରାମର ଫକ ମଳିକ। ଘଟଣାସ୍ଥଳରେ ଭାଙ୍ଗି…
Archives


