କନ୍ଧମାଳ

ଲଗାଣ ବର୍ଷା: ଧୋଇଗଲା ପୋଲର ଦୁଇ ପାର୍ଶ୍ୱ

କୋଟଗଡ଼, ୧୪।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ପକାରିଓ ରାଣିପଙ୍ଗା ପଞ୍ଚାୟତରେ ଗ୍ରାମ ଉନ୍ନୟନ ବିଭାଗ ଦ୍ବାରା ନୂତନ ଭାବେ ଏକ ପୋଲ ନିର୍ମାଣ ହୋଇଥିଲା। ଗତ ଲଗାଣ ବର୍ଷାରେ ପୋଲର ଦୁଇ ପାର୍ଶ୍ୱ ଧୋଇଯାଇଛି। ଫଳରେ ଦୁଇ ପଞ୍ଚାୟତ ମଧ୍ୟରେ…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ସପ୍ତାହେ ହେଲା କାଲିଗାଡ଼ୁ-ସୁଗଡ଼ବାଡ଼ି ମଧ୍ୟରେ ଯାତାୟାତ ବନ୍ଦ, ବିପଦସଙ୍କୁଳ ଭାବେ ନାଳ ପାର ହେଉଛନ୍ତି ଛାତ୍ରୀଛାତ୍ର

ରାଇକିଆ, ୧୪।୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ କାଲିଗାଡୁ-ସୁଗଡବାଡି ରାସ୍ତାରେ ଏକ ସପ୍ତାହ ହେଲା ଯାତାୟାତ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁଁ କାଲିଗାଡୁ ନାଳରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେବା ଫଳରେ ସେଠାରେ ଥିବା ନିର୍ମାଣଧୀନ ପୋଲର ଉଭୟ…

ଧୋଇଗଲା ବାଟାଗୁଡ଼ା ଅସ୍ଥାୟୀ ପୋଲ

କୋଟଗଡ଼, ୧୩।୮ (ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ବାଟାଗୁଡ଼ା ଅସ୍ଥାୟୀ ପୋଲ ଲଗାଣ ବର୍ଷାରେ ମଙ୍ଗଳବାର ପୁଣିଥରେ ଧୋଇଯାଇଛି। ଫଳରେ ଗାଡ଼ିମୋଟର ଯିବାଆସିବା ଠପ୍‌ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଦୁଇ ଦିନ ହେବ…

ରାସ୍ତା ଉପରେ ପାଣି, ଯୋଗାଯୋଗ ବିଚ୍ଛିନ୍ନ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ବ୍ଲକ ନେଡିପଦରଠାରୁ ଜାର୍ଗିପଦର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ)ରେ ହୋଇଥିବା ରାସ୍ତା ପାର୍ଶ୍ୱ ବର୍ଷାରେ ଧୋଇ ଯାଇଥିଲା। ଏବେ ଏହି ରାସ୍ତା ବୁଡିଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇଯାଇଛି। ନେଡିପଦରରୁ-ଜାର୍ଗିପଦର ପର୍ଯ୍ୟନ୍ତ ହୋଇଥିବା…

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ପୋଲିସ ମାଶ୍ରିପଡା ରାସ୍ତା ପୁକେରିମା ସାହିରେ ଚଢ଼ାଉ କରି ଏକ ବୋଲରରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଫୁଲବାଣୀ ସହର ପାଖ ସରୁପଡାର…

କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା: ଧୋଇଗଲା ଡାଇଭର୍ସନ, ଦାରିଙ୍ଗବାଡ଼ି-ଭବାନୀପାଟଣା-ତୁମୁଡ଼ିବନ୍ଧ ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି/କୋଟଗଡ଼,୧୨।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ରବିବାର ସନ୍ଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଫଳରେ ଜିଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ସହ ରାସ୍ତା ଧୋଇଯିବା କାରଣରୁ ଯାତାୟାତରେ ସମସ୍ୟା ଦେଖାଯାଇଛି । ଦାରିଙ୍ଗବାଡ଼ିଠାରୁ ବାଲିଗୁଡ଼ା, ତୁମୁଡ଼ିବନ୍ଧ, ଭବାନୀପାଟଣା, ରାଇପୁର ଆଦିକୁ ସଂଯୋଗ…

ଖଟିଆରେ ବୁହାହେଲେ ଗର୍ଭବତୀ

ଦାରିଙ୍ଗବାଡ଼ି,୧୨ା୮(ଡି.ଏନ୍‌.ଏ.-ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ରବିବାର ଅପରାହ୍ନରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ସେ ପ୍ରସବ କରିଛନ୍ତି। ତାଜୁଙ୍ଗିଆ ପଞ୍ଚାୟତ ଦୁବୁରି ଗାଁକୁ ଗାଁକୁ ରାସ୍ତା ନାହିଁ । ବଣ ପାହାଡ଼…

ନାଗରିକ ମଞ୍ଚ ତରଫରୁ ଚାରାରୋପଣ

ରାଇକିଆ,୧୨ା୮(ଡି.ଏନ୍‌.ଏ.)-ରାଇକିଆ ନାଗରିକ ମଞ୍ଚ ତରଫରୁ ଷ୍ଟେଟବ୍ୟାଙ୍କ ରୋଡ଼ଠାରେ ଶନିବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯିବା ସହ ଏହାର ସୁରକ୍ଷା ପାଇଁ ତାରବାଡ଼ ଲଗାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱ ସଫେଇ କରାଯାଇଥିଲା। ବନ…

ଦାରିଙ୍ଗବାଡି ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୧ା୮(ଡି.ଏନ.ଏ.)- କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରବିବାର ଦାରିଙ୍ଗବାଡ଼ି ବ୍ଲକରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି। ଏମ୍‌ପି ପ୍ରଥମେ ଦାରିଙ୍ଗବାଡ଼ି ଗାନ୍ଧୀ ପାଠାଗାରଠାରେ…

ସପ୍ତାହେ ହେଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ବିଦ୍ୟୁତ, ମୋବାଇଲ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୧୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ଦାରିଙ୍ଗବାଡ଼ିରେ ଗତ କିଛିଦିନ ହେଲା ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି। ବ୍ରାହ୍ମଣୀଗାଁ ସମେତ ଗଦାପୁର, ତାଜୁଙ୍ଗିଆରେ ଏକ ସପ୍ତାହ ହେଲା ଏହି ସେବା ବନ୍ଦ ରହିଥିବା ବେଳେ ଦାରିଙ୍ଗବାଡ଼ିରେ…

ଆର୍ତ୍ତନାଦ ଦିବସରେ ଶୋଭାଯାତ୍ରା, ଦଳିତ ଖ୍ରୀଷ୍ଟିଆନ୍‌ଙ୍କୁ ମିଳୁ ଅନୁସୂଚିତ ଜାତି ମାନ୍ୟତା

ବ୍ରହ୍ମପୁର ଅଫିସ୍‌,୧୧ା୮- ହିନ୍ଦୁଙ୍କ ଭଳି ଖ୍ରୀଷ୍ଟିଆନ୍‌ ଧର୍ମରେ ଥିବା ଦଳିତମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦାବି ନେଇ ଶନିବାର ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ଦଳିତ ଖ୍ରୀଷ୍ଟିଆନ୍‌ ପରିଷଦର ଓଡ଼ିଶା ଶାଖା ପକ୍ଷରୁ ଆର୍ତ୍ତନାଦ ଦିବସ ପାଳନ ଅବସରରେ…

ମିିନିବସ୍‌ ଓଲଟି ୧୩ ଆହତ

ଶଙ୍କରାଖୋଲ,୧୧ା୮(ଡି.ଏନ.ଏ.)-ଟିକାବାଲି ନିକଟ କୋଚିଲା ଗଡନାଳ ଡାଇଭର୍ସନ ରୋଡରେ ଶନିବାର ଏକ ମିନିବସ୍‌ ଓଲଟି ପଡିବାରୁ ୧୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଜିଉଦୟଗିରିର ଫିରଜା ପ୍ରଧାନ, ଅଞ୍ଜୁଳା ପ୍ରଧାନ, ଅମିତ କୁମାର ପ୍ରଧାନ, ସାରଙ୍ଗଗଡ ଥାନା ରତିଫ ଗ୍ରାମର ସାବିତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri