କଳାହାଣ୍ଡି

କଳାହାଣ୍ଡି ୱେବ୍‌ ମିଡିଆ ସଂଘର ଜିଲାସ୍ତରୀୟ ବୈଠକ: ବିଭିନ୍ନ ସମସ୍ୟା ଠିକ୍‌ ଭାବେ ଉପସ୍ଥାପନା ନେଇ ଗୁରୁତ୍ୱ

ଭବାନୀପାଟଣା,୧୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଏକ ହୋଟେଲରେ କଳାହାଣ୍ଡି ୱେବ୍‌ ମିଡିଆ ସଂଘର ଏକ ସାଧାରଣ ସଭା ଆଦିତ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ୱେବ୍‌ ମିଡିଆମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା, ସୁରକ୍ଷା ଓ ଜନସାଧାରଣଙ୍କ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଠିକା କର୍ମଚାରୀ ମୃତ: ୨୦ ଲକ୍ଷ କ୍ଷତିପୂରଣ ଦାବି

ଭବାନୀପାଟଣା,୧୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମଙ୍ଗଳବାର ବିଦ୍ୟୁତ୍‌ ଠିକା କମ୍ପାନୀରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁର୍ଲୁଭଟ୍ଟା ଗ୍ରାମର କୃତୀ ନାଏକ। କୃତୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌…

ମିଳିତ ଓକିଲ ସଂଘର ଚେତାବନୀ: ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ତୀବ୍ର ହେବ

ଭବାନୀପାଟଣା,୧୭।୯(ଡି.ଏନ୍‌.ଏ.): କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ଓକିଲ ସଂଘ ବିଗତ ୬ ବର୍ଷଧରି ଆନ୍ଦୋଳନ କରିଆସୁଛି। ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ଭବାନୀପାଟଣା ସିଭିଲ କୋର୍ଟ ପରିସରରେ ଆୟୋଜିତ କଳାହାଣ୍ଡି ମିଳିତ ଓକିଲ…

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌:ଦ୍ୱିତୀୟ ଦିନରେ ମର୍ନିଂ କ୍ଲବ ବିଜୟୀ

ଭବାନୀପାଟଣା,୧୭।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ୨ୟ ଦିବସ ସୋମବାର ମ୍ୟାଚ୍‌ରେ ମର୍ନିଂ କ୍ଲବ ବିଜୟୀ ହୋଇଛି। ମର୍ନିଂ କ୍ଲବ ବନାମ ଇଣ୍ଡିଆନ କ୍ଲବ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ…

ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୧୭।୯(ଡି.ଏନ.ଏ.) ଏକତା ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ଏସ୍‌ଏନ୍‌ କନଫ୍ରେନ୍ସ ହଲ୍‌ଠାରେ ୨ ଦିନିଆ ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରକୁ ବରିଷ୍ଠ ଗବେଶକ ଉମାଶଙ୍କର କର ଓ ଉକ୍‌ତା ପରିସଦ ରାଜ୍ୟ ଶାଖା ଆବାହକ ଭାରତ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

କର୍ଲାମୁଣ୍ଡା,୧୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡ ବ୍ଲକ ରାଜୀବ ଗାନ୍ଧୀ ସେବା ଭବନଠାରେ ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁ, ବିଡିଓ ପ୍ରିୟଦର୍ଶନ ମିର୍ଦ୍ଧା, ସାପଲହରା ସରପଞ୍ଚ…

ହାତୀ ଶାବକର ମୃତଦେହ ଠାବ

ସେରଗଡ,୧୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦା ସେକ୍ସନ ଓ ବିଟ୍‌ ପୋରଗେଲ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀ ଶାବକର ମୃତଦେହ ଠାବ କରାଯାଇଛି । ଖବର ପାଇ ନର୍ଲା ବନ ବିଭାଗ, ରେଞ୍ଜର ନୃତରାଜ ମାଝି, କଳାହାଣ୍ଡି…

ଜିଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା

ଭବାନୀପାଟଣା,୧୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ମହାଲିଙ୍ଗା ମହାବିଦ୍ୟାଳୟଠାରେ ଗ୍ରାମପଞ୍ଚାୟତ ତରଫରୁ ଚରାରୋପଣ

ଗୋଲାମୁଣ୍ଡା/କେଗାଁ,୧୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗା ଗ୍ରାମପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଚରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ସଭାପତି ଗୋବିନ୍ଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି…

ଅଜନା ରୋଗ୍‌ରେ କଲବଲ ହେଉଛନ୍‌ ଝି’ ସୁରେଖା; ଟଁକା ପଏସା ଅଭାବୁ ଭଗବାନ ଭରସାରେ ମା’ବାପ୍‌

ଭବାନୀପାଟଣା, ୧୬ା୯ (ଡି.ଏନ୍‌.ଏ.) ଅଜନା ରୋଗ୍‌ ପରଭାବରେ ଗୁଟେ ୫ ବଛ୍‌ରିଆ ଛୁଆର ପେଟ୍‌ ଆର ଶରୀର ଅସୁଆଭାବିକ ଭାବେ ବଢ଼୍‌ତେଲ ଯାଉଛେ। ଯେନ୍‌ଥିରଲାଗି ଅନେକ ସମିଆରେ ସେ ଦରଦ୍‌ରେ ଛଟ୍‌ପଟ ହେଉଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ପରିବାର ଲୋକ୍‌…

ଅନୁସୂଚିତ ଜାତି ବିକାଶ ପରିଷଦ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

କଲମପୁର,୧୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ତରଫରୁ କଲମପୁର ମଣ୍ଡିଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ବିକାଶ ପରିଷଦ ସଭାପତି କୃଷ୍ଣଚନ୍ଦ୍ର ନିଆଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…

ବିଦ୍ୟୁତ୍‌ ତାର ଛିଣ୍ଡି ଅଙ୍ଗନୱାଡି କର୍ମୀ ଜଳିଯିବା ଘଟଣା: ୫ ବର୍ଷ ପରେ ମୃତକଙ୍କ ପରିବାରକୁ ମିଳିଲା କ୍ଷତିପୂରଣ

ଭବାନୀପାଟଣା,୧୬।୯(ସ୍ବ.ପ୍ର.) କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ପେନସୁର ଗ୍ରାମର ଦଶମିନା ମାଝି (୪୫) ଗତ ୨୦୧୪ ଅଗଷ୍ଟ ୧୩ ତାରିଖରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ବରଣ କରିଥିଲେ। ଅଙ୍ଗନୱାଡି କର୍ମୀ ଥିବା ଦଶମିନା କେନ୍ଦ୍ର ନିକଟରେ ଥିବା ନଳକୂପରୁ ପାଣି ନେଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri