ଖୋଲା ବୋରୱେଲ ଶିଶୁଙ୍କ ପାଇଁ ବିପଦ : ଗାଇଡ୍ଲାଇନ ମାନୁ ନାହାନ୍ତି ଖନନକାରୀ ସଂସ୍ଥା
ଯାଜପୁର ଅଫିସ,୨୩ା୯: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିପଦ ହୋଇଛି। ଖନନକାରୀ ସଂସ୍ଥା କିମ୍ବା ସମ୍ପୃକ୍ତ ମାଲିକ ଗାଇଡଲାଇନ ମାନୁ ନ ଥିବାରୁ ଏହା ବିପଦାପନ୍ନ ହୋଇଛି। ଯାଜପୁର ଜିଲାରେ ଅନେକ ଖନନକାରୀ...
ବର୍ଷାରେ ଧୋଇଗଲା ନଗଡ଼ା ବିକାଶ : ୨ ବର୍ଷ ଗଲାନି ୧୨.୯୫ କୋଟିର ରାସ୍ତା
ଯାଜପୁର ଅଫିସ,୨୩ା୯ : ନଗଡ଼ା ବିକାଶକୁ ଅଧାପନ୍ତରିଆ କରି ବସିଯାଇଛି ପ୍ରଶାସନ। ନଗଡ଼ା ଆଧିବାସୀଙ୍କୁ ସେବା ପ୍ରଦାନ ପାଇଁ କୌଣସି ସରକାରୀ କର୍ମଚାରୀ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି। ଚିକିସତ୍କ, ସମନ୍ବିତ ଶିଶୁ ବିକାଶ ଅଧିକାରୀ/କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ ପ୍ରମୁଖ...
ମରାମତି ଅଭାବ : ନଦୀବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା
ସିଂହପୁର,୨୧।୯(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅଧିନସ୍ଥ ଖରସ୍ରୋତା ନଦୀବନ୍ଧର ଜରୀ ନୂଆ ମାହାରାଠାରୁ ବାଛୋଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ନଦୀବନ୍ଧ ରାସ୍ତା ଦୀର୍ଘଦିନ ମରାମତି ନ ହେବାରୁ ଭାଙ୍ଗିରୁଜି ଏବେ ମରଣଯନ୍ତା ପାଲଟିଛି। ଫଳରେ...
ଜଳିଗଲା ୩ ବଖରା
ଧର୍ମଶାଳା,୨୦-୯(ଡି.ଏନ୍.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ସଂପାରୁ ପଞ୍ଚାୟତ କାଦୁଆ ମାଗୁରା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସତ୍ୟରଞ୍ଜନ ନାୟକଙ୍କ ୩ ବଖରା ଘର ଜଳିଯିବା ସହ ସମସ୍ତ ଆସବାବପତ୍ର ଓ ଧାନ ଚାଉଳ ଜଳି ଯାଇଛି। ଖବର...
ବ୍ରାହ୍ମଣୀ ସେତୁ, ଚଣ୍ଡିଖୋଲ- ଡୁବୁରୀ ୫୩ନଂ ଜାତୀୟ ରାଜପଥ ଶୋଚନୀୟ,ମରାମତି ଦାବିରେ ପ୍ରତିବାଦ, ପଥପ୍ରାନ୍ତ ସଭା
ଜେନାପୁର,୨୦-୯(ଡି.ଏନ୍.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁ ଓ ଚଣ୍ଡିଖୋଲ- ଡୁବୁରୀ ୫୩ନଂ ଜାତୀୟ ରାଜପଥ ଶୋଚନୀୟ ହେବାରେ ଲାଗିଛି। ମରାମତି ଅଭାବରୁ ବିପଦସଙ୍କୁଳ ହୋଇପଡିଥିବାରୁ ଅଧିକାଂଶ ସମୟରେ ସେତୁ ଉପରେ ଛୋଟବଡ଼ ଦୁର୍ଘଟଣା...
କଂସ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ:ଉପଜିଲାପାଳଙ୍କୁ ଭେଟିଲେ ଓ୍ବାର୍ଡ ସଭ୍ୟାସଭ୍ୟ
କାଳିଆପାଣି,୨୦-୯(ଡି.ଏନ୍.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ସାହୁଙ୍କ ବିରୋଧରେ ନାଏବ ସରପଞ୍ଚଙ୍କ ସମେତ ୮ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏ ନେଇ ଗୁରୁବାର ନାଏବ ସରପଞ୍ଚଙ୍କ ସହ ସମସ୍ତ ୱାର୍ଡ...
‘ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଧର୍ମଶାଳା,୨୦-୯(ଡି.ଏନ୍.ଏ.)- ଧର୍ମଶାଳା ବ୍ଲକ ଜାରକା ରୋଟାରି କ୍ଲବ ପକ୍ଷରୁ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ବୁଧବାର ରାଷ୍ଟ୍ର ନିର୍ମାଣ ସମ୍ବର୍ଦ୍ଧନା ସାମାରୋହ ପାଳିତ ହୋଇଯାଇଛି। କ୍ଲବର ସଭାପତି ଅଜାମ୍ବର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ୩୨୬୨ ଜିଲାର ପୂର୍ବତନ ସଭାପତି ଶିବବ୍ରତ...
୬୫ତମ ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ
ଧର୍ମଶାଳା/ଜେନାପୁର,୨୦-୯(ଡି.ଏନ୍.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ଜେନାପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୬୫ତମ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସ୍ବାଇଁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।...
ଶିଶୁକନ୍ୟାଙ୍କୁ ବଳାତ୍କାର କରି ବୃଦ୍ଧ ଗିରଫ
ଦଶରଥପୁର,୧୯।୯ (ଡିଏନ୍ଏ): ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ କୁଆଁରପୁର ଗ୍ରାମର ୫ ବର୍ଷର ଶିଶୁକନ୍ୟାକୁ ଜଣେ ବୃଦ୍ଧ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ବିଜୟ ପାଢ଼ୀ(୬୫)। ଶିଶୁକନ୍ୟା ଜଣକ...
ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଦାବି: ହାତରେ ଝାଡ଼ୁ ଧରି ଥାନା ଘେରିଲେ ମହିଳା
ଦଶରଥପୁର,୧୯।୯(ଡିଏନ୍ଏ): ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଲାଗି ବୁଧବାର ସମ୍ପୃକ୍ତ ପଞ୍ଚାୟତର ଶତାଧିକ ମହିଳା ହାତରେ ଝାଡ଼ୁ ଓ ପହଁରା ଧରି ମଙ୍ଗଳପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଉକ୍ତ ପଞ୍ଚାୟତର ଚୋରା ମଦ ବ୍ୟବସାୟୀ ଓ...
ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି
ଯାଜପୁର ରୋଡ଼,୧୯।୯(ନି.ପ୍ର.): ଯାଜପୁର ରୋଡ଼ ସହରର ସାପଗଡ଼ିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀମାନେ ସାଇବେରିଆ ଅଞ୍ଚଳରୁ ଆଜକୁ ୨୦ବର୍ଷ ଧରି ଏଠାକୁ ଆସି ଅଣ୍ଡା ଦେଇଥାନ୍ତି। ଅଣ୍ଡାରୁ ଛୁଆ ବାହାରିଲା ପରେ ଛୁଆକୁ ସାଙ୍ଗରେ ନେଇ...
ଗାଡି ଧକ୍କାରେ ଯୁବକ ଗୁରୁତର : ମେଡିକାଲରେ ଅବ୍ୟବସ୍ଥା ନେଇ ଉତ୍ତେଜନା
ସୁକିନ୍ଦା,୧୮ା୯(ଡି.ଏନ୍.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଦୁଧୂଯୋରି ଗ୍ରାମ ପଞ୍ଚାୟତ ମଙ୍ଗଳପୁର ପାଞ୍ଚଗୋଛିଆ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜ ପଥରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ...
Archives


