ଗଞ୍ଜାମ

ପଲିଥିନ୍‌ ଜବତ, ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ, ୨୩।୬-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଶନିବାର ରାତିରେ ଚଢ଼ାଉ କରାଯାଇଛି । ନିଗମ ବସ୍ତି ଉନ୍ନୟନ ଅଧିକାରୀ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଓ ସ୍ବାସ୍ଥ୍ୟ ଅଧିକାରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ରାତିରେ ପୁରୁଣା ବସ୍‌ଷ୍ଟାଣ୍ଡ…

ଗସ୍‌ମା ମାଓବାଦୀ -ପୋଲିସ ଗୁଳି ମାମଲାସବ୍ୟସାଚୀଙ୍କ ବିରୋଧରେ ପୋଲିସ ଦେଲା ସାକ୍ଷୀ

ଭଞ୍ଜନଗର,୨୩।୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଲେରୀ ଫାଣ୍ଡି ପୋଡ଼ି ମାମଲା ଓ ଏହାପରେ ଗସମା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ମାମଲାର ଶୁକ୍ରବାର ଓ ଶନିବାର ସାକ୍ଷୀମାନଙ୍କ ବୟାନ ରେକର୍ଡ଼ ଭଞ୍ଜନଗର ଏଡ଼ିଜେଙ୍କ କୋର୍ଟରେ ହୋଇଥିଲା। ୬ଜଣ ପୋଲିସ…

ଆର୍ଯ୍ୟପଲ୍ଲୀର ୫୨୭ ଘର ଭଗ୍ନ ଅବସ୍ଥାରେ, ଆବାସ ଯୋଜନାରେ ସାମିଲ ଦାବି

ଛତ୍ରପୁର,୨୨ା୬(ଡି.ଏନ.ଏ)- ୧୯୯୯ ମସିହା ମହାବାତ୍ୟା ପରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଗରୀବ ଓ ଗୃହହୀନମାନଙ୍କ ପାଇଁ ଘର ନିର୍ମାଣ କରି ଦିଆଯାଇଥିଲା ା ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ପକ୍ଷରୁ ଏହି ଘର ନିର୍ମାଣ କରାଯାଇଥିଲା ା ତେବେ ୫୨୭…

ଦୋଳି ଖେଳ ହେଲା କାଳ, ଦଉଡ଼ିରେ ଗଲା ନାବାଳିକାଙ୍କ ଜୀବନ

ହିଞ୍ଜିଳିକାଟୁ,୨୨ା୬ (ଡି.ଏନ୍‌.ଏ)-ଦୋଳଖେଳ ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି। ଦଉଡ଼ି ତାଙ୍କ ବେକରେ ଅସାବଧାନତାରୁ ଛନ୍ଦି ହୋଇଯିବାରୁ ତାଙ୍କ ଜୀବନ ଯାଇଛି। ରଜ ଦିନଠାରୁ ଘରେ ବନ୍ଧା ଯାଇଥିଲା ଦୋଳି। ଦୋଳି ଖେଳୁଥିବା ସମୟରେ ସେହି ଦୋଳି ଛିଣ୍ଡି ବେକରେ ଗୁଡ଼ାଇ…

ପ୍ରତିଶ୍ରୁତି ରଖିଲାନି ପ୍ରଶାସନ, ପୁଣି ଆନ୍ଦୋଳନ କରିବେ ଆଉଟ୍‌ସୋର୍ସିଂ କର୍ମଚାରୀ

ବ୍ରହ୍ମପୁର ଅଫିସ୍‌,୨୨ା୬-ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଆଉଟ୍‌ସୋସିର୍ଂ କର୍ମଚାରୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଶାସନ ପୂର୍ବ ପ୍ରତିଶ୍ରୁତି ପୂରଣ କରି ନ ଥିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ…

ଅଣସରରେ ଠାକୁର : ପଟିଦିଅଁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ, ୨ରେ ନବଯୌବନ ଦର୍ଶନ

ବାଲିଗୁଡ଼ା,୨୨।୬(ଡି.ଏନ୍‌.ଏ.): ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଗତ ୧୭ ତାରିଖଠାରୁ ଅଣସର ଘରେ ରଖାଯାଇଛି। ଅତ୍ୟଧିକ ସ୍ନାନ ଯୋଗୁ ବିଗ୍ରହମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଅସୁସ୍ଥ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ଲାଗି ସେବାୟତମାନେ ଅଣସର ଘରେ ଗୁପ୍ତ ସେବାକାର୍ଯ୍ୟ ଜାରି…

କୃଷି ସରଞ୍ଜାମ ମହଜୁଦ ସମ୍ପର୍କରେ ଯାଞ୍ଚ କଲେ ଜିଲାପାଳ

ଶେରଗଡ଼,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗସ୍ତରେ ଆସି ଶୁକ୍ରବାର ଜିଲାପାଳ ବ୍ଲକ କାର୍ଯ୍ୟ ସମୀକ୍ଷା କରିଥିଲେ। ଏଥିସହ କୃଷି ସରଞ୍ଜାମ ଯଥା ସାର, ବିହନ ଠିକଭାବେ ମହଜୁଦ ଅଛି ନା ନାହିଁ ପଚାରି ବୁଝିଥିଲେି। ଏ ନେଇ ଶନିବାର ବ୍ଲକ କୃଷି…

ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶିତ: ବାଣିଜ୍ୟରେ ବିଶ୍ୱଜିତ୍‌ ମୁଖୀ ଜିଲା ଟପ୍ପର

ବାଲିଗୁଡ଼ା,୨୨ା୬ (ଡି.ଏନ୍‌.ଏ.): ଚଳିତବର୍ଷ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ କନ୍ଧମାଳ ଜିଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଛାତ୍ର ବିଶ୍ୱଜିତ୍‌ ମୁଖୀ ୪୯୦ ନମ୍ବର ରଖି ସମଗ୍ର କନ୍ଧମାଳ ଜିଲାରେ ଟପ୍ପର ହୋଇଛନ୍ତି। ସେ ୮୧…

ବ୍ରହ୍ମପୁର ସିଟି ହସ୍ପିଟାଲରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୨୨।୬: ବ୍ରହ୍ମପୁର ସିଟି ହସ୍ପିଟାଲରେ ଶନିବାର ନୂତନ ଅଲ୍‌ଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ୧୮ ଲକ୍ଷ ୫୫ ହଜାର ଟଙ୍କାରେ ଏହି…

ସୁଲୁମାହା ଘାଟିରେ ଟ୍ରାକ୍ଟର ଧକ୍କାରେ ଦାଦା, ପୁତୁରାଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ରାଜପଥ ଅବରୋଧ, ୧୦ ଲକ୍ଷ କ୍ଷତିପୂରଣ ଦାବି

ଦାରିଙ୍ଗବାଡ଼ି,୨୨।୬(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୁଲୁମାହା ଘାଟିରେ ଶୁକ୍ରବାର ସଂନ୍ଧ୍ୟା ୭ଟାରେ ଟ୍ରାକ୍ଟର ଧକ୍କାରେ ବାଇକରେ ଯାଉଥିବା ଦାଦା, ପୁତୁରାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଉକ୍ତ ଥାନା ଶ୍ରାନିକେତା ପଞ୍ଚାୟତ ଡବୁଲୁମାହା ଗ୍ରାମର ୫୯ନଂ ଜାତୀୟ…

ପରିବା ମାର୍କେଟ ଭଙ୍ଗା ପ୍ରତିବାଦରେ ଆନ୍ଦୋଳନ : ଜିଲାପାଳଙ୍କୁ ଫେରାଦ ହେଲେ ବ୍ୟବସାୟୀ

ପୁରୁଷୋତ୍ତମପୁର,୨୨ା୬(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଥିବା ପରିବା ମାର୍କେଟକୁ ଏନ୍‌ଏସି ପ୍ରଶାସନ ଦୋକାନ ଗୃହ ର୍ନିମାଣ କରିବା ଲାଗି ତରବରିଆ ଭାବେ ବୁଧବାର ଭାଙ୍ଗି ଦେଇଛି। ଫଳରେ ପରିବାର ବ୍ୟବସାୟୀ ଜୀବିକା ହରାଇଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ବ୍ୟବସାୟୀମାନେ ଏକାଠି ହୋଇ…

ଜଙ୍ଗଲରେ ଗୁଳି ଫୁଟିଲା, ଜଣେ ଗୁରୁତର

ଫୁଲବାଣୀ ଅଫିସ, ୨୨ା୬-ଖଜୁରିପଡା ବ୍ଲକ ସଦର ଥାନା ମାଣିଶ୍ୱର ଜଙ୍ଗଲରେ ଗୁଳି ଫୁଟିଛି। କାଠ କାଟୁଥିବା ବେଳେ ଗୁଳି ଆସି ଜଣେ ଯୁବକଙ୍କ ଗୋଡରେ ବାଜିଛି। ଗୁରୁତର ଯୁବକ ହେଲେ ଶଗଡକୁଟି ଗ୍ରାମର ସନାତନ କହଁର(୪୦)। ଗୁଳିମାଡର କାରଣ ଜଣାପଡି ନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri