ଧରାକୋଟ ବ୍ଲକରେ ଅଜଣା ଜନ୍ତୁ ଆତଙ୍କ, ୩୫ ଛେଳି ମୃତ
ଧରାକୋଟ,୧୭।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଉଗାଁ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାଗୁଡ଼ା ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଅଜଣା ଜନ୍ତୁ ଆକ୍ରମଣରେ ଗ୍ରାମର ଗଙ୍ଗା ଗୌଡ଼ ଓ ଅଶୋକ ଗୌଡ଼ଙ୍କ ୩୫ ଛେଳିଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।…
ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର ଅଫିସ, ୧୭।୮: ଗଞ୍ଜାମ ଜିଲା ଗେଟବଜାର ନିକଟ ପାୟଲ ସିନେମା ହଲ ସମ୍ମୁଖରେ ଥିବା ଏକ ପୋଖରୀରୁ ଶନିବାର ସକାଳେ ୨ ଦିନ ହେବ କେଉଁଆଡ଼େ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗେଟବଜ଼ାର ଗୋଲାପଲ୍ଲୀ…
ପୂର୍ବ ଶତ୍ରୁତାରୁ ଆକ୍ରମଣ: ଭାଇଙ୍କୁ ନ ପାଇ ଭଉଣୀଙ୍କୁ ହାଣିଲେ, ୬ ଅଟକ
ବ୍ରହ୍ମପୁର ଅଫିସ,୧୭ା୮: ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଗୋଟିଏ ଗୋଷ୍ଠୀର ମୁଖିଆ ଲବ ସେଠୀଙ୍କୁ ଗୁରୁବାର ରାତିରେ ଅନ୍ୟ ଏକ ଗୋଷ୍ଠୀର କେତେଜଣ ଆକ୍ରମଣ କରିବାକୁ ଯାଇଥିଲେ। ତେବେ ସେମାନେ ଲବଙ୍କୁ ନ ପାଇ ତାଙ୍କ ଭଉଣୀ କାମିନୀଙ୍କୁ ଖଣ୍ଡାରେ…
ବୀମା ଅର୍ଥ ନ ମିଳିବା, ଡାକ୍ତର ଅଭାବ ନେଇ ଉଦ୍ବେଗ
ଛତ୍ରପୁର,୧୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାପରିଷଦର ସାଧାରଣ ଅଧିବେଶନ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଅଧ୍ୟକ୍ଷତା କରିଥିଲେ ା ଚାଷୀଙ୍କୁ ଫସଲ ବୀମା ସହାୟତା ମିଳୁ ନ ଥିବା ଓ ଜିଲାରେ ଡାକ୍ତର ଅଭାବ ଥିବା…
ଜୁଆର ମାଡ଼ରେ ୩୦ ପରିବାରର ଘର ନଷ୍ଟ
ଚିକିଟି,୧୭ା୮(ଡି.ଏନ.ଏ.)-ଚିକିଟି ବ୍ଲକ୍ କତୁରୁ ପଞ୍ଚାୟତର ସମୁଦ୍ରତଟବର୍ତ୍ତୀ ରାମେୟାପାଟଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ୫ ଫୁଟର ସମୁଦ୍ର ଜୁଆର ମାଡିଯାଇ ୩୦ ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନ୍ୟ କେତେଜଣଙ୍କ ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି ା କ୍ଷତିଗ୍ରସ୍ତ ପରିବାରଗୁଡିକ…
ମୃତକଙ୍କୁ ବଞ୍ଚାଇବାକୁ ଶ୍ମଶାନରେ ପୂଜାପାଠ
କବିସୂର୍ଯ୍ୟନଗର,୧୭ା୮- ଡାକ୍ତର ମୃତ ଘୋଷଣା କଲେ, ମାତ୍ର ମାନିଲେନି ବନ୍ଧୁ ପରିଜନ। ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ। ମୃତ୍ୟୁର ୧୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖି ଚାଲିଲା ପୂଜାପାଠ। ଶେଷରେ ଗୁଣିଆ ଚତୁରତାର ସହ ଚମ୍ପଟ ମାରିଲା ଗ୍ରାମବାସୀଙ୍କ ଆଖିରେ ଧୁଳିଦେଇ।…
ଶିକ୍ଷୟିତ୍ରୀଙ୍କ ଗହଣା ଲୁଟ୍, ବଳାତ୍କାର ଉଦ୍ୟମ
ଦିଗପହଣ୍ଡି,୧୭୮(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ଗୁରୁବାର ଜଣେ ଶିକ୍ଷୟିତ୍ରୀଙ୍କୁ ମହୁଡ଼ା-ନରସିଂହପୁର ଗ୍ରାମ ନିଛାଟିଆ ରାସ୍ତାରେ ଲୁଟ୍ ପରେ ବଳାତ୍କାର ଉଦ୍ୟମ ହୋଇଛି। ଦୁର୍ବୃତ୍ତଜଣକ ଶିକ୍ଷୟିତ୍ରୀଙ୍କଠାରୁ ଗହଣା ଲୁଟିନେବାପରେ ବଳାତ୍କାର ଉଦ୍ୟମ…
ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ଅଭିଯୋଗ
ଭଞ୍ଜନଗର,୧୭।୮(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଜେଲ ପଡ଼ିଆରେ ଗୁରୁବାର ଚାଲିଥିଲା। ଏହି ସମୟରେ ସହରର ଜଣେ ବ୍ୟବସାୟୀ ନିଜ ପୋଷା କୁକୁର ବେକରେ ଓ ଚେନରେ ଜାତୀୟ ପତାକା ମାରି ପଡ଼ିଆକୁ ଆଣିଥିଲେ। ଏହାକୁ ନେଇ ପଡ଼ିଆରେ ଉତ୍ତେଜନା ପ୍ରକାଶ…
ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ
କବିସୂର୍ଯ୍ୟନଗର,୧୭ା୮-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏକ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୬ ବର୍ଷିୟା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ପାଇଁ ଶୁକ୍ରବାର ସନ୍ଧ୍ୟାରେ…
ଶିକ୍ଷୟିତ୍ରୀଙ୍କ ଗହଣା ଲୁଟିନେବା ପରେ ବଳାତ୍କାର ଉଦ୍ୟମ
ଦିଗପହଣ୍ଡି,୧୬ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ବୋମା ମାଡ଼, ହତ୍ୟା ଉଦ୍ୟମ, ଲୁଟ, ଛିନ୍ତାଇ ଭଳି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ଗୁରୁବାର…
ବାହୁଦା ନଦୀରେ ବୁଡ଼ି ଯୁବକ ମୃତ
ପାତ୍ରପୁର,୧୬ା୮(ଡି.ଏନ୍.ଏ.): ଖାରିଆଗୁଡ଼ା ଫାଣ୍ଡି ଆମୁଣ୍ଡି ଗ୍ରାମ ନିକଟ ଦେଇ ପ୍ରବାହିତ ବାହୁଦା ନଦୀରେରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ହେଲେ ଶ୍ୟାମ ବେହେରା (୩୯)। ଶୁକ୍ରବାର ସକାଳୁ ସେ ଗାଧୋଇବା ପାଇଁ ନଦୀକୁ ଯାଇ ଆଉ ଘରକୁ ଫେରି…
ଗ୍ରାନାଇଟ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ୨ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୧୬।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ମହୁଡ଼ା ଗ୍ରାମ ନିକଟ ଶେଖାଓ୍ବତ ଗ୍ରାନାଇଟ କମ୍ପାନୀ କର୍ମଚାରୀଙ୍କୁ ଦାଦାବଟି ଲାଗି କରାଯାଇଥିବା ଆକ୍ରମଣ ଘଟଣାରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରହ୍ମପୁର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ମହୁଡା ଛାଞ୍ଚଡା…
Archives


