ଗଞ୍ଜାମ

ରାସ୍ତା, ପୋଖରୀ କାମରେ ଅନିୟମିତତା ଅଭିଯୋଗ

ହିଞ୍ଜିଳିକାଟୁ,୭ା୭(ଡ଼ି.ଏନ୍‌.ଏ.) -ହିଞ୍ଜିଳିକାଟୁ ବ୍ଲକ ଗଣ୍ଡଳା ପଞ୍ଚାୟତ ପଳାସି ଗ୍ରାମର ଏକ ରାସ୍ତା କାମ ଓ ଆଦର୍ଶ ପୋଖରୀ ଖୋଳାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଗ୍ରାମରେ ୬ଲକ୍ଷ ଟଙ୍କାରେ ରାସ୍ତା କାମ ଓ ୧୫ଲକ୍ଷ ଟଙ୍କାର ଆଦର୍ଶ ପୋଖରୀ ଖନନ କରାଯାଉଛି।…

ଖଟିଆରେ ବୁହା ହେଲେ ଗୁରୁତର ମହିଳା

ଦିଗପହଣ୍ଡି,୭ା୭(ଡି.ଏନ.ଏ.)-ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଘାସିଆମ୍ବ ଗାଁରେ ଶନିବାର ସକାଳ ପ୍ରାୟ ୮ଟାରେ ଜଣେ ମହିଳା ବଗଡ଼କୁ କାମ କରିବାକୁ ଯାଇଥିଲେ। ସେ ପାହାଡ଼ରୁ ୫ ଫୁଟ ତଳକୁ ଖସି ପଡ଼ି ଗୁରତର ହୋଇଛନ୍ତି। ସେ…

କୃଷି, ଗ୍ରାମୀଣ ମଜଦୁର ସଂଘ ସମ୍ମିଳନୀ

ବ୍ରହ୍ମପୁର ଅଫିସ୍‌,୭ା୭-ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ଗଞ୍ଜାମ ଜିଲା ସମ୍ମିଳନୀ ଶନିବାର ସ୍ଥାନୀୟ ଏନ୍‌ଜିଓ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ସଭାପତି ରାଜେନ୍ଦ୍ର ନାଥ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ସଂଗଠନର ରାଜ୍ୟ ସମ୍ପାଦକ ବସନ୍ତ…

ଅଭିନବ ଉପାୟରେ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୭ା୭-ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନରେ ଥିବା କାନାରା ବ୍ୟାଙ୍କରେ ଲୁଟେରାମାନେ ଶନିବାର ଜଣେ ଜମାକାରୀଙ୍କ ୧୮ ହଜାର ୫ଶହ ଟଙ୍କା ଅଭିନବ ଉପାୟରେ ଠକି ନେଇଛନ୍ତି। ନିଳାଦ୍ରୀବିହାରର ଶିବରାମ ସାହୁ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ନଂ.୧୩୬/୧୯ରେ ମାମଲା…

୩ ଫେରାର୍‌ ଅଭିଯୁକ୍ତ ଗିରଫ

ଆସିକା,୬।୭(ଡି.ଏନ୍‌.ଏ)- ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମରୁ ଶୁକ୍ରବାର ରାତିରେ ପୋଲିସ ୩ଜଣ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଉକ୍ତ ଗଁ।ର ସୁଦର୍ଶନ ନାୟକ, ବିପ୍ର ନାୟକ ଓ ଜୁରିଆ ନାୟକ । ଏକ ଫୌଜଦାରୀ ମାମଲାରେ ସମ୍ପୃକ୍ତ ଥାଇ…

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର,୬।୭(ଡି.ଏନ.ଏ)-ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ଗ୍ରାମର ନବବଧୂ ଶିବାନୀ ନାୟକଙ୍କ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। କେଉଁ କାରଣ ଓ କିପରି ମୃତ୍ୟୁ ଘଟିଛି ତାହା ଠିକ୍‌ ଭାବେ ଜଣାପଡ଼ି ନ ଥିଲେ ମଧ୍ୟ ବିଷକ୍ରିୟାରୁ ଶିବାନୀଙ୍କ ମୃତ୍ୟୁ ଘଟିଥାଇ ପାରେ…

ଜିଲାପାଳଙ୍କୁ ଭେଟିଲା ମିଳିତ ସଙ୍ଗଠନ କମିଟି

ଛତ୍ରପୁର,୬। ୭(ଡି.ଏନ.ଏ)-ଛତ୍ରପୁରର ବିଭିନ୍ନ ସଂଗଠନକୁ ନେଇ ଗଠିତ କମିଟିର ଏକ ପ୍ରତିନିଧି ଦଳ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାରେ ବିଳମ୍ବ ଓ ଅନ୍ୟାନ୍ୟ ସମସ୍ୟା ନେଇ ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ…

ବନ୍ୟଜନ୍ତୁ ଶିକାର ରୋକିବାକୁ ହେଉନି ପାଟ୍ରୋଲିଂ: ରାତିରେ ବିଦ୍ୟୁତ୍‌ କାଟ, ଲୋକେ ହଇରାଣ

ଭଞ୍ଜନଗର,୬।୭(ଡି.ଏନ.ଏ.)-ବନ୍ୟଜନ୍ତୁ ସୁରକ୍ଷା ପାଇଁ ସାଉଥ୍‌କୋ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ବିଭିନ୍ନ ସମୟରେ ସମନ୍ବୟ ବୈଠକ ହେଉଛି। ମିଳିତ ପାଟ୍ରୋଲିଂ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା କାଗଜ କଲମରେ ରହିଯାଉଛି । ଯାହାର ଫାଇଦା ନେଉଛନ୍ତି ବନ୍ୟଜନ୍ତୁ ଶିକାରୀ। ସେମାନେ…

ଉପଭୋକ୍ତାଙ୍କ ଠାରୁ ଦୂରେଇଯାଉଛି ବିଏସ୍‌ଏନଏଲ୍‌

ଭଞ୍ଜନଗର,୬।୭(ଡି.ଏନ.ଏ.)-ଘରୋଇ କମ୍ପାନୀଙ୍କ ସ୍ବାର୍ଥ ପାଇଁ ସରକାରୀ ସଂସ୍ଥା ବିଏସ୍‌ଏନଏଲ୍‌କୁ ଜାଣିଶୁଣି ଦୁର୍ବଳ କରି ଦିଆଯାଉଥିବା ଅଭିଯୋଗ ହେଉଛି। ଦେଶର ଅଧିକାଶଂ ଅଞ୍ଚଳରେ ୪ଜି ମୋବାଇଲ ସେବା ମିଳୁଛି। ଭଞ୍ଜନଗରରେ ମଧ୍ୟ ଘରୋଇ କମ୍ପାନୀ ଗୁଡ଼ିକ ୪ଜି ସେବା ପ୍ରଦାନ କରୁଛନ୍ତି। କିନ୍ତୁ…

ମହାଗୁଡ଼ି, ତାଜୁଙ୍ଗିଆ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୬।୭(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ପକ୍କାରାସ୍ତା ନ ଥିବା ବିଭିନ୍ନ ଗ୍ରାମବାସୀଙ୍କ ସମସ୍ୟା ବଢିଯାଇଛି। ତାଜୁଙ୍ଗିଆ ପଞ୍ଚାୟତକୁ ଥିବା କଚ୍ଚାରାସ୍ତା କର୍ଦ୍ଦମାକ୍ତ ହୋଇଯାଇଛି। ଫଳରେ ଗାଡ଼ିମଟର ଯିବା ତ ଦୂରର କଥା…

ଛତ୍ରପୁର ହସ୍ପିଟାଲରେ ଡାକ୍ତର ଅଭାବ

ଛତ୍ରପୁର,୬।୭(ଡି.ଏନ.ଏ)-ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲର ପରିମଳ ବ୍ୟବସ୍ଥା ସୁଦୃଢ କରିବା ସହ ରୋଗୀଙ୍କୁ ଉତ୍ତମ ସେବା ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ହସ୍ପିଟାଲରେ…

ଛତ୍ରପୁରର ବିଭିନ୍ନ ସମସ୍ୟା ସମାଧାନ ଚିନ୍ତା: ଏକାଠି ଆଲୋଚନା କଲେ ସମସ୍ତ ସଂଘ

ଛତ୍ରପୁର,୬।୭(ଡି.ଏନ.ଏ) -ଛତ୍ରପୁର ସହରର ବିଭିନ୍ନ ସମସ୍ୟା ଆଲୋଚନା କରିବା ଏବଂ ଏହାର ସମାଧାନ ପାଇଁ ଆଗାମୀ ଦିନରେ କିି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri