ଗଞ୍ଜାମ

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଦିଗପହଣ୍ଡି, ୮ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୧ ଟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚତ୍ ଜଣେ ଚାଷୀଙ୍କ ମୃତଦେହ ଜବତ କରିଛନ୍ତି। ସେ ହେଲେ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗାଁ ଗୌଡସାହିର ରବି ଗୌଡ।…

ଶେରଗଡ଼ ଆଖପାଖ ଅଞ୍ଚଳରେ ଓଷାକୋଠି ଆରମ୍ଭ

ଶେରଗଡ଼,୮ା୧୦(ଡି.ଏନ.ଏ.)- ଶେରଗଡ଼ ରମୁଣିସାହି ଓ ହରିଜନସାହିରେ ଓଷାକୋଠି ଯାତ୍ରା ଆରମ୍ଭ ହୋଇଛି। ଦୁଇ ସାହି ଲୋକେ ନିଜ ସାହିର କୋଠ ଘରେ ଏକତ୍ରିତ ହୋଇ ଓଷାକୋଠି ଚିତ୍ର ଆଙ୍କିଥିବା କାନ୍ଥରେ ଫୁଲଚନ୍ଦନ ଦେବାପରେ ମା’ ରାମଚଣ୍ଡୀଙ୍କ ଆଜ୍ଞାମାଳ ଆଣିଥିଲେ। ହରିଜନ ସାହିରେ…

ଜୁଆ ଆଡ୍ଡାରେ ଚଢ଼ାଉ: ୧୫ ଜୁଆଡ଼ି ଗିରଫ

ଭଞ୍ଜନଗର,୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ତାରସିଂ ପୋଲିସ ସୋମବାର ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା, ୨ଟି ସାଇକେଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଭଞ୍ଜନଗର କୋର୍ଟ…

ରେଳ ଧାରଣାରୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୭ା୧୦(ଡି.ଏନ୍‌.ଏ.)- ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତଦେହଟି ଜଗନ୍ନାଥପୁର ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଥିବା ପୋଲିସ କହିଛି। ତାଙ୍କ ପରିଚୟ ମିଳି ନ ଥିବାବେଳେ ବୟସ ଆନୁମାନିକ ୫୫ବର୍ଷ ହେବ।…

ଜୁଆ ଆଡ୍ଡାରେ ଚଢାଉ, ୭ ଗିରଫ

ଦିଗପହଣ୍ଡି/ଚିକିଟି,୭ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ନିକଟ ନୂଆପଡ଼ା ଗ୍ରାମ ଖାଡିସାହି କୋଠ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ କେ. ନୂଆଗଁା ଥାନା ଏସ୍‌ଆଇ ଜ୍ଞାନ ରଞ୍ଜନ ସେଠି, ନୂଆପଡ଼ା ଫାଣ୍ଡି ଏଏସଆଇ କ୍ଷୀରୋଦ ଚନ୍ଦ୍ର ବେହେରା ସଦଳବଳ ଚଢ଼ାଉ କରି ୭ ଜୁଆଡିଙ୍କୁ…

ଶେରଗଡ଼ର ଦେବାଶିଷଙ୍କୁ ରୌପ୍ୟ ପଦକ

ଶେରଗଡ଼,୭ା୧୦(ଡି.ଏନ.ଏ.)- କେରଳରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ଶେରଗଡ ବ୍ଲକ ଶେରଗଡ଼ ଗ୍ରାମର ଦେବାଶିଷ ମହାନ୍ତି ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ୨୧୦ କି.ଗ୍ରା-୨୧୭ କି.ଗ୍ରା. ଡେଡ ଲିପ୍ଟ ଉଠାଇ ଦ୍ୱିତୀୟ ସ୍ଥାନରେ ରହି ସେ ଏହି…

ବ୍ୟାୟାମ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ

ଭଞ୍ଜନଗର,୭।୧୦(ଡି.ଏନ.ଏ.)-ମେକ୍ସିକୋର ମଣ୍ଟେରେ ଗତ ୨୬ ତାରିଖରେ ମେଦ ବହୁଳତା ଉପରେ ଲଣ୍ଡନ ବିଶ୍ୱ ମେଦବହୁଳତା ମହାସଂଘ ଏବଂ ମେକ୍ସିକୋ ମେଦବହୁଳତା ସମାଜ ମିଳିତ ଆନୁକୂଲ୍ୟରେ ସ୍କୋପ ସମ୍ମିଳନୀ ହୋଇଥିଲା। ଏଥିରେ ବିଶ୍ୱର ୨୦୦ ଡାକ୍ତର ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସେମାନଙ୍କ…

ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା: ମିଳିଛି ଫୁଟେଜ, ଧରାପଡିନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୭ା୧୦-ଜଣେ ବରିଷ୍ଠ ନାଗରିକଙ୍କ ଟଙ୍କା ବ୍ୟାଗ ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଏହି ଘଟଣା ୨ ମାସ ପୁରିବାକୁ ବସିଲାଣି। ବ୍ୟାଙ୍କରେ ଲଗାଯାଇଥିବା ସିସି ଟିଭି ଫୁଟେଜ ପୋଲିସ ସଂଗ୍ରହ କରିଥିଲା। ହେଲେ ଏବେସୁଦ୍ଧା ଅଭିଯୁକ୍ତଙ୍କୁ ଧରିପାରିନାହିଁ। ଅନ୍ୟପଟେ…

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୭ା୧୦-ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗେଟବଜାର ଚନ୍ଦ୍ରମଣିପେଟା ସାହିର ରବି ବେହେରା (୨୨)। ସରକାରୀ ରେଳପଥ ପୋଲିସ ରବିବାର ତାଙ୍କ ମୃତଦେହ ଉଦ୍ଧାର କରି ନଂ. ୪୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ…

ପିକ୍‌ଅପରେ ବେଆଇନ ଛେଳି ଚାଲାଣ, ୩ ଗିରଫ

ଆସିକା,୬ା୧୦(ଡି.ଏନ୍‌.ଏ.): ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କରଞ୍ଜେଇ ନିକଟରୁ ପୋଲିସ ଶନିବାର ବିଳମ୍ବିତ ରାତିରେ ବେଆଇନ ଭାବେ ୬୦ଟି ଛେଳି ଚାଲାଣ କରୁଥିବା ଏକ ପିକଅପ ଭ୍ୟାନ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।…

ଘରେ ଶୋଇଥିବା ଯୁବକଙ୍କୁ ଛୁରି ଭୁସି ହତ୍ୟା

ଦିଗପହଣ୍ଡି,୬ା୧୦(ଡି.ଏନ.ଏ.)-ସାମାନ୍ୟ ବଚସାକୁ ନେଇ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମରେ ଘରେ ଶୋଇଥିବା ରବି ଓରଫ ରବୀନ୍ଦ୍ର ବାଡ଼ତ୍ୟାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତି ପ୍ରାୟ ୯.୨୫ରେ ରବିଙ୍କ…

ମୋ ପୋଖରୀ ଯୋଜନାକୁ ଚାହିଁ ବସିଛନ୍ତି ହିତାଧିକାରୀ

ଭଞ୍ଜନଗର,୬।୧୦(ଡି.ଏନ.ଏ.)-ରାଜ୍ୟରେ ମାଛର ବେଶ୍‌ ଚାହିଦା ରହିଛି। ମାତ୍ର ଯେତିକି ମାଛ ଦୌନନ୍ଦିନ ରାଜ୍ୟରେ ଆବଶ୍ୟକ, ତାଠାରୁ କମ୍‌ ଉତ୍ପାଦନ ହେଉଛି। ତେଣୁ ପଡ଼ୋଶୀ ଆନ୍ଧ୍ର ଉପରେ ମାଛର ଚାହିଦା ମେଣ୍ଟାଇବାକୁ ନିର୍ଭରଶୀଳ ହେବାକୁ ପଡୁଛି ଓଡ଼ିଶାକୁ। ମାଛର ଆବଶ୍ୟକତା ପୂରଣ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri