ବଗଳାମୁଖି ମନ୍ଦିରରୁ ତାଲା ଭାଙ୍ଗି ଲୁଟ୍
ଚିକିଟି,୨୩ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ଚିକିଟିପେଣ୍ଠ ସ୍ଥିତ ବଗଳାମୁଖି ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ରବିବାର ବିଳମି୍ବତ ରାତିରେ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛିି। ଗତ ସନ୍ଧ୍ୟାରେ ପୁଜକ ପୁଜାସାରି ମନ୍ଦିର ତାଲା ପକାଇ ଚାଲିଯାଇଥିଲେ। ସୋମବାର ସକାଳୁ ମନ୍ଦିର…
ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର,୨୩ା୧୨(ଡି.ଏନ୍.ଏ.): ପାତ୍ରପୁର ବ୍ଲକ ମୁଣ୍ଡିକେରି ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲା ବୈଦ୍ୟ ମେଡ଼ିକାଲରେ ମୃତ୍ୟୁ ଘଟିଛି । ସେ ହେଲେ ଜୁରିଆ ବେହେରା (୪୮)। ସୋମବାର ଗ୍ରାମରେ ମୃତଦେହ ପହଞ୍ଚିବା ପରେ ସତ୍କାର କରାଯାଇଛି। ଜୁରିଆ ଏକ…
ଏମ୍କେସିଜି ପଥ୍ୟ ବିଭାଗ ପଙ୍ଗୁ
ବ୍ରହ୍ମପୁର ଅଫିସ,୨୩ା୧୨-ବ୍ରହ୍ମପୁର ମେଡିକାଲକୁ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ପ୍ରତିଦିନ ରୋଗୀ ଆସିଥାନ୍ତି। ଏମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ସହ ମାଗଣାରେ ଖାଦ୍ୟ ଓ ଔଷଧ ଯୋଗାଇ ଦେବା ନେଇ ସରକାର ଅନେକ ଯୋଜନା କରିଛନ୍ତି।…
ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ଜିଲାପାଳ
ହିିିଞ୍ଜିଳିକାଟୁ/ଶେରଗଡ଼,୨୩ା୧୨(ଡିି.ଏନ୍.ଏ)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଶେରଗଡ଼ ବ୍ଲକ ମାରୁଡ଼ିଠାରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି। ଆହତ ଜଣକ ଶେରଗଡ଼ ବ୍ଲକ ଗୋବିନ୍ଦପୁର ନୂଆଁସାହିର ଶିବରାମ ପ୍ରଧାନ। ଶିବରାମ…
ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସମ୍ମିଳନୀ: ଶାଖା ବନ୍ଦ ନିଷ୍ପତ୍ତିକୁ ବିରୋଧ
ବ୍ରହ୍ମପୁର ଅଫିସ,୨୩ା୧୨-ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ଉପଖଣ୍ଡସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ରାମଲିଙ୍ଗମ ଟେମ୍ପୁଲ ରୋଡସ୍ଥିତ ଶଙ୍କର ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବ୍ୟାଙ୍କର ଆଞ୍ଚଳିକ ମହାପ୍ରବନ୍ଧକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଉପସଭାପତି…
ପାଚିକା, ସହାୟିକାଙ୍କ ବୈଠକ
ପାତ୍ରପୁର,୨୩ା୧୨(ଡି.ଏନ୍.ଏ.) -ପାତ୍ରପୁର ଦୁର୍ଗାଦେବୀ ମନ୍ଦିର ପ୍ରାଙ୍ଗଣରେ ରବିବାର ପାଚିକା, ସହାୟିକାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାତ୍ରପୁର ବ୍ଲକ ସମେତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେତେକ ବିଦ୍ୟାଳୟର ପାଚିକା ଓ ସହାୟିକାମାନେ ଯୋଗ ଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ଆଲୋଚନା…
ପୃଥକ୍ ଦୁର୍ଘଟଣାରେ ୫ ଗୁରୁତର
ସୋରଡା,୨୩ା୧୨(ଡି.ଏନ୍.ଏ.) -ସୋରଡା-ଆସିକା ଜାତୀୟ ରାଜପଥ ନଂ.୫୯ କରଡାବାଡି ଗ୍ରାମଠାରେ କାର ଓ ବୁଲେଟ୍ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କ ହାତ ଛିଣ୍ଡିବା ସହ ଗୋଡ ଭାଙ୍ଗି ଯାଇଛି। ଅନ୍ୟଜଣେ ମଧ୍ୟ ଆହତ ହୋଇଛନ୍ତି। ଆସିକା କୋର୍ଟର ୬ଜଣ କର୍ମଚାରୀ ରବିବାର…
ମାନବିକତା ଦେଖାଇଲେ ଜିଲାପାଳ: ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ
ଶେରଗଡ଼,୨୨।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁ ଗ୍ରାମ ଛକରେ ରବିବାର ପୂର୍ବାହ୍ନରେ ଏକ ବାଇକ୍ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଶିବ ପ୍ରଧାନ ନାମକ ଜଣେ ବ୍ୟକ୍ତି ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ଠିକ୍ ସେହି ସମୟରେ…
ଫେରିଲେ ୬୫ ଏନ୍ସିସି କ୍ୟାଡେଟ: କହିଲେ ଗୁଆହାଟୀରେ ଫସିବା ଗୁଜବ
ବ୍ରହ୍ମପୁର ଅଫିସ,୨୨ା୧୨-ମେଘାଳୟର ଶିଲଂରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଟ୍ରାକିଂ କ୍ୟାମ୍ପରେ ଯୋଗଦେବାକୁ ବ୍ରହ୍ମପୁର ଏନ୍ସିସି ଗ୍ରୁପର ୬୫ ଜଣିଆ କ୍ୟାଡେଟ ଦଳ ଶନିବାର ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଛନ୍ତି ା ବ୍ରହ୍ମପୁର ରେଳଷ୍ଟେଶନରେ ପହଞ୍ଚିବା ପରେ ନିକଟରେ ଗଣମାଧ୍ୟମରେ ଗୁଆହାଟୀରେ ଫସିବା ନେଇ…
ଏଚ୍ଏଣ୍ଡୟୁଡି ବିଭାଗ ନିର୍ଦ୍ଦେଶନାମାକୁ ବିଏମ୍ସିର ବେଖାତିର
ବ୍ରହ୍ମପୁର ଅଫିସ,୨୨ା୧୨-ବ୍ରହ୍ମପୁର ମହାନଗର ନିଗମ ୩୮ ନଂ. ୱାର୍ଡ ଆଙ୍କୋଲି ଖଳାସାହି ବସ୍ତି ଅଞ୍ଚଳର ୭ ଉଚ୍ଛେଦ ପରିବାରକୁ ଆରଏୱାଇ(ରାଜୀବ ଆବାସ ଯୋଜନା) ଗୃହରୁ ବଞ୍ଚିତ କରାଯାଇଛି।ଏନେଇ ବସ୍ତିବାସିନ୍ଦା ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ(ଏଚଏଣ୍ଡୟୁଡି)…
ଗର୍ଭବତୀ, ପ୍ରସୂତି ମୃତ୍ୟୁର ତଦନ୍ତ କଲେ ଜିଲାପାଳ
ଛତ୍ରପୁର,୨୨ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଗତ ୮ ମାସ ମଧ୍ୟରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୩୮ ମାତୃ ମୃତ୍ୟୁ ହୋଇଛି। ନିକଟରେ ହୋଇଥିବା ୨ ଗର୍ଭବତୀ ଓ ଜଣେ ପ୍ରସୂତିଙ୍କ ମୃତ୍ୟୁର କାରଣ କ’ଣ ରହିଛି ସେ ସମ୍ପର୍କରେ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ…
କିଲୋ ୬ ଟଙ୍କାରେ ଶିକ୍ଷୟିତ୍ରୀ ବିକିଲେ ସ୍କୁଲ ବହି
ପାଟପୁର,୨୨ା୧୨-ଗଞ୍ଜାମ ଜିଲା ପାଟପୁର ଗ୍ରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବହିକୁ ଜଣେ ଶିକ୍ଷୟିତ୍ରୀ ୬ଟଙ୍କା କିଲୋରେ ବିକ୍ରି କରିଥିବା ଶନିବାର ଅଭିଯୋଗ ହୋଇଛି। ଖବର ପାଇ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ପହଞ୍ଚତ୍ ଜିଲା ଶିକ୍ଷାଧିକାରୀ ସନାତନ…
Archives


