ଗଞ୍ଜାମ

ବୈଷୟିକ ଜ୍ଞାନକୌଶଳରେ ଶିକ୍ଷାଦାନ ପାଇଁ ପ୍ରୟାସ

ଧରାକୋଟ,୧୬ା୧(ଡି.ଏନ.ଏ.)-ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏକ ଭିନ୍ନ ପଦକ୍ଷେପ ଆପଣେଇଛନ୍ତି। ସୂଚନା…

ଟିକ୍‌ଟକ୍‌ ଶୁଟିଂ ବେଳେ ଦୁର୍ଘଟଣା : ଭିଣୋଇ ମୃତ, ଶାଳକ ଗୁରୁତର

ବ୍ରହ୍ମପୁର ଅଫିସ,୧୬ା୧-୧୬ନଂ. ଜାତୀୟ ରାଜପଥ ଖଜୁରିଆ ବାଇପାସ ନିକଟରେ ବୁଧବାର ସନ୍ଧ୍ୟାରେ ଟିକ୍‌ଟକ୍‌ ଶୁଟିଂ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ବାଇକ୍‌ରେ ବସି ୨ ଜଣ ଯୁବକ ଟିକ୍‌ଟକ୍‌ ଶୁଟିଂ କରୁଥିବା ବେଳେ ଟ୍ରକ୍‌ ଧକ୍କାରେ ଭିଣୋଇ (ବାଇକ୍‌ ଚାଳକ)ଙ୍କ ମୃତ୍ୟୁ…

ଅଗ୍ନିକାଣ୍ଡରେ ଧାନଗଦା ଜଳିଗଲା

ଗଞ୍ଜାମ,୧୫ା୧(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ଉମୁରି ଧର୍ମଶରଣପୁର ଗ୍ରାମରେ ବିଦ୍ୟୁତ ତାରରୁ ନିଅଁାଝୁଲ ଖସି ଧାନ ଗଦା ଜଳି ଯାଇଛି। ଖଳାରେ ଥିବା ପ୍ରାୟ ୩୨ ଏକର ଜମିରୁ ଉତ୍ପାଦିତ ୨ଟି ଧାନ ଗଦା ଓ ୪ ପାଳଗଦା ପୋଡି ପାଉଁଶ ହୋଇଯାଇଛି।…

୨୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଗଲା

ଆର.ଉଦୟଗିରି, ୧୫ା୧(ଡି.ଏନ.ଏ.)- ଆର.ଉଦୟଗିରି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି ଜିଲାପାଳ ଅନୁପମ ସାହା ଓ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ ଥାନା…

ଗଞ୍ଜାମରେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର ପର୍ଦ୍ଦାଫାଶ: ୨ ଛାତ୍ର ଗିରଫ

ବ୍ରହ୍ମପୁର ଅଫିସ ,୧୫।୧ – ଗଞ୍ଜାମ ଜିଲାରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଏଥିରେ ସାମିଲ ଥିବା ୨ ଜଣ ଯୁକ୍ତ ୩ ଛାତ୍ରଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ଅଭିଯୁକ୍ତ ଦ୍ୱୟ…

ମକର ସଂକ୍ରାନ୍ତି: ମା’ ତାରା ତାରିଣୀ ପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୧୫।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ବୁଧବାର ମକର ସଂକ୍ରାନ୍ତି ଅବସରେ ମା’ଙ୍କ ଦର୍ଶନ ଲାଗି ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବିଧି ଅନୁଯାୟୀ, ଭୋର ୫ଟା ୩୦ ମିନିଟ୍‌ରୁ…

ବୁଦ୍ଧଖୋଲ ମହୋତ୍ସବ ଉଦ୍‌ଯାପିତ: ଦର୍ଶକଙ୍କୁ ଝୁମାଇଲେ ଶଶାଙ୍କ, ଦୀପ୍ତିରେଖା

ବୁଗୁଡ଼ା,୧୫ା୧(ଡି.ଏନ.ଏ.)-ବୁଗୁଡ଼ା ନିକଟସ୍ଥ ମହୋତ୍ସବ ପଡ଼ିଆରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ବୁଦ୍ଧଖୋଲ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ଯୋଜନା ଓ ସଂଯୋଜକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍‌ଘାଟନ କରିଥିଲେ। ମହୋତ୍ସବର ସଭାପତି…

ଉତ୍କଳ ବାଳାଶ୍ରମରେ ଲାଗିଲା ସିସି କ୍ୟାମେରା

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.)-ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ୬ ଜଣଙ୍କ ପତ୍ତା ମିଳିନି। ଏହି ବାଳାଶ୍ରମ ସମେତ ଜିଲାରେ ଥିବା ବିଭିନ୍ନ ଶିଶୁ ଯତ୍ନ କେନ୍ଦ୍ରରେ…

ଦୁର୍ଘଟଣାରେ ୨ ଟ୍ରକ୍‌ ଚାଳକ ମୃତ

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.)-ଛତ୍ରପୁରର ସତ୍ୟବାଦୀ ନଗର -ଏକାମ୍ର ନଗର ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ରାତିରେ ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରକ୍‌ ପଛରୁ ଧକ୍କା ଦେବା ଫଳରେ ୨ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ରାଜେଶ…

ପରିବେଶ ପ୍ରଦୂଷଣ ରୋକିବାକୁ ଆଇଟିଆଇ ଛାତ୍ରଙ୍କ ପ୍ରୟାସ: ନିର୍ମାଣ କଲେ ‘ଇ-ସାଇକେଲ’

ବ୍ରହ୍ମପୁର ଅଫିସ,୧୫ା୧-ବିସ୍ମୟ ସୃଷ୍ଟି କଲେ ଆଇଟିଆଇ ଛାତ୍ର। ପରିବେଶ ପ୍ରଦୂଷଣ ରୋକିବା, ପ୍ରାକୃତିକ ତୈଳଜାତ ଦ୍ରବ୍ୟର ଅପଚୟ ରୋକିବାକୁ ନିର୍ମାଣ କଲେ ‘ଇ-ସାଇକେଲ’। ସାଇକେଲରେ ୧୨ ଭୋଲ୍ଟର ୨ ବ୍ୟାଟେରି, ୨୪ ୱାର୍ଟର ଗୋଟିଏ ଡିସି ମିଟର ଖଞ୍ଜାଯାଇ ଏହାକୁ ପ୍ରସ୍ତୁତ…

ମାମଲା ନ କରିବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ରାମଗିରି ଫରେଷ୍ଟର

ବ୍ରହ୍ମପୁର ଅଫିସ/ରାମଗିରି,୧୫ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ବନଖଣ୍ଡ ଫରେଷ୍ଟର ଦିବାକର ଲେଙ୍କା ମଙ୍ଗଳବାର ଜଣେ କରତକଳ ମାଲିକଙ୍କ ନଁାରେ ମାମଲା ରୁଜୁ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ୱାରା…

ବ୍ରହ୍ମପୁରରେ ଭୋଗି ଉତ୍ସବ: ଜମିଲା ପାରମ୍ପରିକ ଦାଣ୍ଡିଆ ନୃତ୍ୟ

ବ୍ରହ୍ମପୁର ଅଫିସ,୧୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ତେଲୁଗୁ ସମ୍ପ୍ରଦାୟର ଭୋଗି ଉତ୍ସବ ମଙ୍ଗଳବାର ପାଳନ ହୋଇଛି। ଉତ୍ସବର ପ୍ରଥମ ଦିନରେ ସହରରେ ରହୁଥିବା ବହୁ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଠାପଣା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri