ଗଞ୍ଜାମ

ବସ୍‌ ଚକାତଳେ ଚାପି ହୋଇ ସ୍କୁଟି ଆରୋହୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଖଲ୍ଲିକୋଟ,୨ା୧୧(ଡି.ଏନ.ଏ.)-ଖଲ୍ଲିକୋଟ ସହର କରଣ ସାହି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ବସ୍‌ ଚକାତଳେ ଚାପିହୋଇ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୋଦଳା ମାଗୁରା ସାହିର ସୂର୍ଯ୍ୟମଣି ମୁନି। ଏ ନେଇ ୩୧୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ...

ବାହାରେ ମଳତ୍ୟାଗ: ୨୪ ପରିବାରର ରାଶନ ବନ୍ଦ

ପାଟପୁର,୨ା୧୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ସରପଞ୍ଚ ତାଙ୍କ ପଞ୍ଚାୟତରେ ଗତମାସ ୨୦ ତାରିଖରେ ବାହ୍ୟ ମଳତ୍ୟାଗକୁ ନେଇ ଏକ ଅଭିନବ ଫତ୍‌ଓ୍ବା ଜାରି କରିଥିଲେ। ଯଦି କୌଣସି ବ୍ୟକ୍ତି ବାହାରେ ମଳତ୍ୟାଗ କରନ୍ତି, ତେବେ ତାଙ୍କ ରାଶନ ସାମଗ୍ରୀ...

ୱାର୍ଡସଭ୍ୟଙ୍କୁ ଛୁରାମାଡ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧ା୧୧(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମର ୱାର୍ଡସଭ୍ୟ ଗଣପତି ପାତ୍ରଙ୍କୁ ଶୁକ୍ରବାର ରାତିରେ ଛୁରାମାଡ ହୋଇଛି। ରାତି ପ୍ରାୟ ସାଢେ ୯ ଟାରେ ଗଣପତି ଘରକୁ ଫେରୁଥିବାବେଳେ ଗଁାଛକ ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କେତେକ...

ଯୋଗାଣ ସହାୟକଙ୍କୁ ମାଡ଼, ଥାନାରେ ଏତଲା

କୁକୁଡାଖଣ୍ଡି,୧ା୧୧(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତର ଯୋଗାଣ ସହାୟକଙ୍କୁ ଗ୍ରାମର ଏକ ପରିବାର ଆକ୍ରମଣ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, କଙ୍କିଆ ପଞ୍ଚାୟତର ଯୋଗାଣ ସହାୟକ ସୁମିତ୍ରା ନାହାକ ଗୁରବାର ପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଉଳ ବାଣ୍ଟୁଥିଲେ।...

ସୋରଡା ଆଦର୍ଶ ବିଦ୍ୟାଳୟ: ୨ଦିନ ହେଲା ଆସୁନାହାନ୍ତି ଛାତ୍ରୀଛାତ୍ର

ସୋରଡା, ୧ା୧୧(ଡି.ଏନ୍‌.ଏ.)- ରାଜ୍ୟ ସରକାର ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବାକୁ ପଛୁଆ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ମାତ୍ର ବିଭିନ୍ନ ସ୍ଥାନରେ ଶିକ୍ଷକ ଅଭାବ ସହ ଅନ୍ୟାନ୍ୟ ଅବ୍ୟବସ୍ଥା ଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ସାଧିତ...

ଗଞ୍ଜାମରେ ଟିକାକରଣ ଲକ୍ଷ୍ୟ ପୂରଣ: ପ୍ରଶଂସା ପ୍ରମାଣପତ୍ର ଗ୍ରହଣ କଲେ ଜିଲାପାଳ

ଛତ୍ରପୁର,୧ା୧୧(ଡି.ଏନ.ଏ)- ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀ ଜନପଥସ୍ଥିତ ଡ. ଆମ୍ବେଦକାର ଇଣ୍ଟରନ୍ୟାଶନାଲ ସେଣ୍ଟରଠାରେ ପଲ୍‌ସ ପୋଲିଓ ସିଲଭର ଜୁବିଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୨୦୧୭-୧୮ରେ ୯୦ ପ୍ରତିଶତ ଟିକାକରଣ...

ବେପରୁଆ ଗାଡ଼ି ଚାଳନା: ୨୩୭୦ ଜଣଙ୍କ ଡିଏଲ୍‌ ରଦ୍ଦ

ଛତ୍ରପୁର,୧ା୧୧(ଡି.ଏନ.ଏ)- ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଗଞ୍ଜାମ ଜିଲାରେ ୨,୩୭୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ବେପାରୁଆ ଗାଡିଚାଳନା, ହେଲ୍‌ମେଟ୍‌ ନ ପିନ୍ଧି ଓ ମଦ୍ୟପାନ କରି ଗାଡି ଚଳାଇବା ଆଦି କାରଣରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

ମଦ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ

ହାତୀଓଟ,୧ା୧୧- ପୋଲସରା ବ୍ଲକ ମନ୍ଦାର ପଞ୍ଚାୟତର ମାଳତୀବାଡି ଗ୍ରାମରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗୁରୁବାର ଗ୍ରାମର ଏସ୍‌ଏଚ୍‌ଜି ମହିଳାମାନେ ମନ୍ଦାର – ଆସିକା ମୂଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ପ୍ରକାଶ ଯେ, ଦୁଇଦିନତଳେ ଗ୍ରାମର...

ଘୋଡ଼ାହାଡ଼ ଗଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୩୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅଗ୍ନିଶମ ବାହିନୀ ଗୁରୁବାର ମଧ୍ୟାହ୍ନରେ ସାନଖେମୁଣ୍ଡି ବ୍ଲକ ମୌଳାଭଣଜା ପଞ୍ଚାୟତ ବଳଧିଆ ଗ୍ରାମ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେ ହେଲେ ବଳଧିଆ ଗ୍ରାମର ଶ୍ରୀକାନ୍ତ ପ୍ରଧାନଙ୍କ ସ୍ତ୍ରୀ...

ବସ୍‌ ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ଗଞ୍ଜାମ,୩୧ା୧୦(ଡି.ଏନ.ଏ.)-ଛତ୍ରପୁର ଓ ଗଞ୍ଜାମ ଅଗସ୍ତିନୂଆଗାଁ ୧୬ନଂ. ଜାତୀୟ ରାଜପଥ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ବୁଧବାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକ୍‌ ସିଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଗୁରୁତର...

ହୁଗୁଳାପଟାରେ ଝାଡ଼ାବାନ୍ତି : ୮ ପରିବାର ଆକ୍ରାନ୍ତ, ୪ ଗୁରୁତର

କୁକୁଡ଼ାଖଣ୍ଡି,୩୧ା୧୦(ଡି.ଏନ.ଏ.)-ହୁଗୁଳାପଟା ଲକ୍ଷ୍ମୀନୃସିଂହ ମନ୍ଦିର ସାହିରେ ଗତ ୩ ଦିନ ହେଲା ୮ ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ଆହତଙ୍କୁ ମଙ୍ଗଳବାର ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ଆଶାକର୍ମୀ,...

ସମୁଦ୍ରରେ ଭାସି ଯାଉଥିବାବେଳେ ୩ ଉଦ୍ଧାର

ଗୋପାଳପୁର,୩୧ା୧୦-ସମୁଦ୍ରରେ ଭାସି ଯାଉଥିବା ମା’ ପୁଅଙ୍କ ସମେତ ୩ ଜଣଙ୍କୁ ବୁଧବାର ଉଦ୍ଧାର କରାଯାଇଛି। ସେମାନେ ହେଲେ କଲିକତାର ପ୍ରୋବି କୁମାର ଦତ୍ତଙ୍କ ସ୍ତ୍ରୀ ପୋମ୍ପା (୨୬), ପୁଅ ଅରିକ୍ଷିତ (୪) ଓ ଆନ୍ଧ୍ରପ୍ରଦେଶ ବିଶାଖାପାଟନାମର ପି.ଧର୍ମା ରାଓ। ପ୍ରକାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri