ଗଞ୍ଜାମ

ବସ୍‌ରେ ପାଣି, ହ୍ୟାଣ୍ଡୱାଶ୍‌ ବ୍ୟବସ୍ଥା ଉପରେ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୦ା୩ – କରୋନା ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଘରୋଇ, ସରକାରୀ, ସିଟି ବସ୍‌ କର୍ତ୍ତୃପକ୍ଷ । କରୋନା ସଂକ୍ରମଣକୁ ରୋକିବାକୁ ନେଇ ରହିଥିବା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବସ୍‌ଗୁଡିକରେ ସଚେତନତାମୂଳକ ପଦକ୍ଷେପ ନେବା ଆରମ୍ଭ ହୋଇଛି…

ଫୁଲଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଗଞ୍ଜାମ ମହିଳା

ସନ୍ତୋଷ ପାଢୀ ଛତ୍ରପୁର,୨୦ା୩(ଡି.ଏନ୍‌.ଏ.) – ମହିଳା ସବୁ କ୍ଷେତ୍ରରେ ଆଗକୁ ଯାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି।  ଏପରିକି ପୁରୁଷଙ୍କୁ ମଧ୍ୟ କେତେକ କ୍ଷେତ୍ରରେ ପଛରେ ପକାଇ ଚର୍ଚ୍ଚାକୁ ଆସୁଛନ୍ତି। ଗଁ।ରେ ଥିବା ମହିଳାମାନେ ସଂଘ କରି ଏବେ…

ଡାକ ବିଭାଗ ଚିଠି ଶଟିଂରେ ତ୍ରୁଟି: ଗଞ୍ଜାମ ଥାନା ଚିଠି ପହଞ୍ଚିଲା ହିଞ୍ଜିଳି ଥାନାରେ

ହିିଞ୍ଜିଳିକାଟୁ, ୧୯ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିିଳିକାଟୁ ଡାକ ବିଭାଗ କାର୍ଯ୍ୟାଳୟରେ ଚିଠି ଶଟିଂରେ ତ୍ରୁଟି ହେତୁ ଏକ ରେଜିଷ୍ଟ୍ରି ଚିଠି ଗଞ୍ଜାମ ଥାନା ପରିବର୍ତ୍ତେ ହିଞ୍ଜିିଳି ଥାନାରେ ପହଞ୍ଚିଛି। ଏହା ପରେ କାର୍ଯ୍ୟାଳୟରେ ଖାମଖିଆଲ ଭାବେ ଚିଠି ପ୍ରଦାନ କରାଯାଉଥିବା ସ୍ପଷ୍ଟ…

ଆସିକାରୁ ବ୍ରହ୍ମପୁର ଚାଲାଣ ବେଳେ ୨ ବସ୍ତା ଗଞ୍ଜେଇ ଜବତ: ୩ କୋର୍ଟଚାଲାଣ

ହିିଞ୍ଜିଳିକାଟୁ,୧୯ା୩ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ପୋଲିସ ମଙ୍ଗଳବାର ଖଣ୍ଡରା ଛକରେ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଏକ ଅଟୋ ଉପରେ ଚଢ଼ାଉ କରିଥିଲା। ଅଟୋରେ ଥିବା ୨ ବସ୍ତା ଚୋରା ଗଞ୍ଜେଇ ଜବତ କରିଛି। ଏହି…

ଗଞ୍ଜାମରୁ ଉଠିଲା ୧୪୪ ଧାରା: କୋଭିଡ-୧୯ ନିର୍ଦ୍ଦେଶନାମା ବଳବତ୍ତର

ଛତ୍ରପୁର, ୧୯।୩(ଡି.ଏନ୍‌.ଏ.)-କରୋନା ଭୟାବହତା ନେଇ ଗତ ୧୫ ତାରିଖରେ ଗଞ୍ଜାମ ଜ଼ିଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ବୁଧବାର ଜ଼ିଲାପାଳ ଉଠାଇ ଦେଇଛନ୍ତି। ଅପରପକ୍ଷେ କୋଭିଡ-୧୯ ରେଗୁଲସନ ୨୦୨୦ ଏବେ ବି ଜ଼ିଲାରେ ବଳବତ୍ତର ରହିଛି। ଏହାଫଳରେ ସାମାଜିକ କାର୍ଯ୍ୟକ୍ରମ, ସଭାସମିତି…

କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ

ଛତ୍ରପୁର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଫଳରେ ଗୁରୁବାର ହାଟସ୍ଥଳ ଶୂନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସାପ୍ତାହିକ ହାଟ ହେଉଥିବାରୁ…

ବଜ୍ରପାତରେ ଯୁବତୀଙ୍କ ଜୀବନଗଲା

ଭଞ୍ଜନଗର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ହାତୀଗୁଡ଼ାରେ ଗୁରୁବାର ମଧ୍ୟାହ୍ନରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ ଟୁନି ପୋଲାଇ। ସେ ଜମିରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ।…

ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ହରାଇଲେ ପଦବୀ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଅଧ୍ୟକ୍ଷା

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ ନିଜ ପଦବୀ ପୁଣି ଥରେ ହରାଇଛନ୍ତି। ହାଇକୋର୍ଟ ତାଙ୍କ ପଦବୀକୁ ୧୩ ତାରିଖରେ ଅସିଦ୍ଧି ଘୋଷଣା କରିଛନ୍ତି। ପୂର୍ବରୁ ଏହି ମାମଲାରେ ଜିଲା ଦୌରାଜଜ୍‌ ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ…

ଅଙ୍ଗଦାନ କରିଥିବା ବିପିନଙ୍କ ପରିବାରକୁ ସମ୍ବର୍ଦ୍ଧନା

ଭଞ୍ଜନଗର,୧୯।୩(ଡି.ଏନ.ଏ)  ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଭାଟପଡ଼ା ଗ୍ରାମର ବିପିନ ପ୍ରଧାନଙ୍କ ବ୍ରେନ୍‌ ଡେଡ୍‌ ଘୋଷିତ ହେବାପରେ ତାଙ୍କ ଶରୀରର ୬ଟି ଅଙ୍ଗକୁ ପରିବାର ଲୋକେ ସୁରଟରେ ଏକ ମେଡ଼ିକାଲକୁ ଗତ ୧୫ ତାରିଖରେ ଦାନ କରିଥିଲେ। ଏହିଭଳି ମହାନ ପଦକ୍ଷେପ…

ଗଞ୍ଜାମ ଜିଲାରୁ ଉଠିଲା ୧୪୪ ଧାରା

ଛତ୍ରପୁର,୧୯ା୩(ଡି.ଏନ.ଏ.) କରୋନା ଭୂତାଣୁ ଭୟାବହତାକୁ ନେଇ ଦୁଇ ଦିନ ତଳେ ଗଞ୍ଜାମ ଜିଲାରେ ୧୪୪ ଧାରା ଲାଗୁ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ଅନ୍ୟପକ୍ଷରେ କରୋନା ଭୂତାଣୁ ଯେଭଳି ନ ବ୍ୟାପିବ ସେଥିଲାଗି କୌଣସି ସାମାଜିକ କାର୍ଯ୍ୟକ୍ରମ…

ଓଡ଼ିଶାରେ କଟକଣା, ଆନ୍ଧ୍ରରେ ନାହିଁ

ପାତ୍ରପୁର, ୧୯ା୩ (ଡି.ଏନ୍‌.ଏ.) କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ବୁଧବାର ପାତ୍ରପୁର ଓ ଏହା ନିକଟରେ ଥିବା ଗ୍ରାମରେ ତହସିଲ ଓ ବ୍ଲକ ପ୍ରଶାସନ ସ୍ଥାନିୟ ପୋଲିସ ସହାୟତାରେ ଦୋକାନବଜାର ବନ୍ଦ…

ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସରେ ଆଇଟିଆଇ

ବ୍ରହ୍ମପୁର ଅଫିସ,୧୯ା୩: ଦକ୍ଷତା ବିକାଶ ଓ ସ୍କ୍ରାପ୍‌ର ପୁନଃ ବିନିଯୋଗର ପ୍ରତିଫଳନ ଭାବେ ବ୍ରହ୍ମପୁର ଆଇଟିଆଇରେ ନିର୍ମିତ ‘ମାଇଣ୍ଡ, ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡସ୍‌ ଶୋ’ ଓପନ୍‌ ସ୍କ୍ରାପ୍‌ ବଗିଚା ଏବେ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସରେ ସ୍ଥାନୀତ ହୋଇଛି ା ଏଥିସହ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri