ତାମିଲନାଡ଼ୁରେ ଫସିଛନ୍ତି ଶତାଧିକ ଶ୍ରମିକ
ଭଞ୍ଜନଗର,୨୭ା୩(ଡି.ଏନ୍.ଏ.): ଦେଶରେ କରୋନା ଭୂତାଣୁର ମୁକାବିଲା ଲାଗି ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଫଳରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଦାଙ୍ଗି ଗ୍ରାମର ବହୁ ଯୁବକ ତାମିଲନାଡ଼ୁରେ ଫସି ରହିଛନ୍ତି। ପ୍ରାୟ ୨ଶହ ଯୁବକ ସେଠାକୁ ଶ୍ରମିକ ଭାବେ କାମ କରିବାକୁ ଯାଇ…
ଏମ୍କେସିଜିରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ
ବ୍ରହ୍ମପୁର ଅଫିସ,୨୭ା୩-ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଶୁକ୍ରବାର ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କରୋନା ୱାର୍ଡର ସ୍ବତନ୍ତ୍ର କକ୍ଷରେ ରଖାଯାଇଛି। ଶନିବାର ସନ୍ଦିଗ୍ଧଙ୍କ ସ୍ବାବ୍ ଟେଷ୍ଟ ପାଇଁ ଭୁବନେଶ୍ୱର ଆରଏମ୍ଆର୍ସିକୁ ପଠାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡ଼ା. ସନ୍ତୋଷ କୁମାର…
ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଆର୍ଡିସି
ବ୍ରହ୍ମପୁର ଅଫିସ,୨୭ା୩-କରୋନା ସଂକ୍ରମଣର ପ୍ରତିରୋଧ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଶୁକ୍ରବାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ। ସିଟି ହସ୍ପିଟାଲ, ଏମ୍କେସିଜିରେ କରୋନା ସଂକ୍ରମଣ ଚିକିତ୍ସା କେନ୍ଦ୍ର ଓ ରହିବା…
ଦିଗପହଣ୍ଡିରେ ପ୍ରଶାସନ ପକ୍ଷରୁ ମାନବ ଶୃଙ୍ଖଳ
ଦିଗପହଣ୍ଡି,୨୭ା୩(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପୁଞ୍ଜିକଁୟା ଛକରେ କରୋନା ସଚେତନତା ପାଇଁ ମାନବ ଶୃଙ୍ଖଳ କରାଯାଇଥିଲା। ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ କରୋନା ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ।…
ନିରାଶ୍ରୟଙ୍କୁ ମିଳିଲା ରନ୍ଧାଖାଦ୍ୟ
ଆସିକା,୨୭ା୩ (ଡି.ଏନ୍.ଏ.): ଜନସାଧାରଣଙ୍କୁ ଘର ପାଖରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇବା ଲାଗି ଆସିକା ଏନ୍ଏସି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେଜରାତି ଜିନିଷ, ପରିବା, ଫଳ, ଦୁଗ୍ଧ, ଔଷଧ, ମାଛ ମାଂସ ଏପରିକି ରନ୍ଧାଖାଦ୍ୟ ଉପଲବ୍ଧ ହେଉଥିବା ସ୍ଥାନ…
ପରିବା ବିକିଲେ ଏନ୍ଏସି କର୍ମଚାରୀ
ବୁଗୁଡା,୨୭ା୩(ଡି.ଏନ.ଏ.)-ବୁଗୁଡ଼ା ସହରରେ ଲୋକେ ପରିବା କିଣିବା ବେଳେ ସାମାଜିକ ଦୂରତା ବଜାୟ ରଖୁନାହାନ୍ତି। ତେଣୁ ଶୁକ୍ରବାର ଏନ୍ଏସି ପ୍ରଶାସନ ପକ୍ଷରୁ କର୍ମଚାରୀମାନେ ଗାଡିିରେ ପରିବା ନେଇ ବିକ୍ରୟ କରୁଥିବା ଦେଖାଯାଇଥିଲା। ସ୍ଥାନୀୟ ରଘୁନାଥ ସାହିରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଲୋକେ ଠିଆ ହୋଇ…
ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା
ଭଞ୍ଜନଗର,୨୭।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲୋକେ ଘରୁ ନ ବାହାରିବାକୁ କୁହାଯାଇଛି। ଲୋକଙ୍କ ପାଖରେ ରାଶନ, ପନିପରିବା, ଫଳ, କ୍ଷୀର, ଔଷଧ ଏବଂ ଭତ୍ତା ଯେଭଳି ପହଞ୍ଚିପାରିବ ସେ ନେଇ ଭଞ୍ଜନଗର ଏନଏସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନଏସି…
ରାସ୍ତାରେ ହାତଧୋଇ ସଚେତନତା
ସୋରଡା,୨୭ା୩(ଡି.ଏନ୍.ଏ.)- ସୋରଡାରେ ସ୍ବାସ୍ଥ୍ୟବିଭାଗ, ପୋଲିସ ଓ ଏନ୍ଏସି ପ୍ରଶାସନ ତରଫରୁ କରୋନା ଭୂତାଣୁରୁ ରକ୍ଷା ପାଇବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶୁକ୍ରବାର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଡାକ୍ତର ସନ୍ତୋଷ କୁମାର ପଣ୍ଡା, ଦିଲୀପ ନାୟକ, ସୋମାଲିନ୍ ମିଶ୍ର, ଫାର୍ମାଶିଷ୍ଟ…
ଖବରଦାତା, ବିତରକଙ୍କ ଉପରେ କଟକଣା ନାହିଁ: ଏସ୍ପି
ଛତ୍ରପୁର,୨୭ା୩(ଡି.ଏନ୍.ଏ.)- କରୋନାକୁ ପ୍ରତିରୋଧ କରିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେସମ୍ପର୍କରେ ସମୀକ୍ଷା ସମୀକ୍ଷା କରିଛନ୍ତି ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ। ଭିଡିଓ କନ୍ଫରେନ୍ସଂ ଜରିଆରେ ବୈଠକ କରି ଲକ୍ଡାଉନବେଳେ ଛାପା ଓ ବୈଦ୍ୟୁତିକ୍ ଗଣମାଧ୍ୟମ, ୱେବ ମିଡ଼ିଆ ଖବରଦାତା…
ଉତ୍ତରପ୍ରଦେଶରେ ଫସିଛନ୍ତି ଗଞ୍ଜାମର ୧୪ ତୀର୍ଥଯାତ୍ରୀ, ଉଦ୍ଧାର ପାଇଁ ବିଧାୟକଙ୍କୁ ଗୁହାରି
ଗଞ୍ଜାମ,୨୭ା୩(ଡି.ଏନ.ଏ.)- ଉତ୍ତରପ୍ରଦେଶରେ ଗଞ୍ଜାମର ୧୪ ଜଣଙ୍କ ସମେତ ଓଡିଶାର ମୋଟ ୫୧ ତୀର୍ଥଯାତ୍ରୀ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଏନ୍ଏସି ଦାମୋଦରପୁର ଗ୍ରାମର ୧୨ ଓ ଛତ୍ରପୁର ବ୍ଲକ ଅଗସ୍ତିନୂଆଗଁାର ୨ ଜଣ ମହିଳା ରହିଛନ୍ତି। ଅନ୍ୟମାନେ ପୁରୀ ଓ…
ଲକ୍ଡାଉନ୍ ଉଲ୍ଲଙ୍ଘନକାରୀ ୧୧ ଜଣଙ୍କ ନାମରେ ମାମଲା
ପାଟପୁର,୨୭।୩(ଡି.ଏନ୍.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଙ୍ଘନ କରି ଗଞ୍ଜାମ ଜିଲା ପାଟପୁର ପୋଲିସ ଦୁଇଟି ମାମଲା ରୁଜୁ କରି ୧୧ଜଣଙ୍କୁ ଗୁରୁବାର ସନ୍ଧ୍ୟାରେ…
ଦିନକରେ ୮୭ ଜଣଙ୍କ ନାଁରେ ମାମଲା
ଛତ୍ରପୁର,୨୬ା୩(ଡି.ଏନ୍.ଏ.)-କରୋନା ନେଇ ଜାରି ହୋଇଥିବା ଗାଇଡଲାଇନ ଓ ଲକ୍ଡାଉନ୍କୁ ଉଲ୍ଲଂଘନ କରି ଗଞ୍ଜାମ ପୋଲିସ ଜିଲାରେ ଗୁରୁବାର ୩୬ଟି ମାମଲା ରୁଜୁ କରାଯାଇଛି। ଏଥିରେ ୮୭ ଜଣଙ୍କ ନାଁ ରହିଛି। ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…
Archives


