କରୋନା କଟକଣା କୋହଳ ଯୋଗୁଁ ଆରମ୍ଭ ହେଲା ଚାଷ କାର୍ଯ୍ୟ: ଜିଲାପାଳଙ୍କୁ ଧନ୍ୟବାଦ ଦେଲେ ଚାଷୀ
ପୁରୁଷୋତ୍ତମପୁର, ୨୧।୪(ଡି.ଏନ୍.ଏ.): କରୋନା ସହ ମୁକାବିଲା ପାଇଁ ସରକାର ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ହେଲା ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁ ଗଞ୍ଜାମରେ ବିଭିନ୍ନ କଟକଣା ଓ ନିୟମ ଜାରି କରି ଲକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲାପାଳ…
ଲକ୍ଡାଉନ ଉଠିବା ପରେ ବାହାର ରାଜ୍ୟରୁ ଫେରିବେ ଲୋକେ: ନାମ ପଞ୍ଜିକରଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଫର୍ମ ଜାରି
ଛତ୍ରପୁର, ୨୧।୪( ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାର ବହୁ ଲୋକ ଓଡ଼ିଶା ବାହାରେ ଅଛନ୍ତି। ମେ’ ୩ ତାରିଖ ପରେ ଲକ୍ଡାଉନ ଉଠିବା ପରେ ସେମାନେ ଗଞ୍ଜାମ ଜ଼ିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବେ। ସେମାନଙ୍କୁ ବାହାର ରାଜ୍ୟ ଫେରନ୍ତା ଭାବରେ ବିବେଚନା କରାଯିବ। ଯେଉଁମାନେ…
ଗଞ୍ଜାମରେ ସକାଳ ୭ ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ: ଜିଲାପାଳ
ଛତ୍ରପୁର, ୨୧।୪(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଥିବା ସମସ୍ତ ବ୍ୟାଙ୍କ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସକାଳେ ଟୁଇଟ୍ କରି ଜଣାଇଛନ୍ତି। ବ୍ୟାଙ୍କଗୁଡିକରେ ଭିଡ଼ ନିୟନ୍ତ୍ରଣ କରିବା…
କୋଭିଡ୍ ଫଣ୍ଡକୁ ଶବର ସମାଜ କଲ୍ୟାଣ ସମିତିର ସହାୟତା
ଆର.ଉଦୟଗିରି,୨୧ା୪(ଡି.ଏନ.ଏ.)- ଗଜପତି ଜିଲା ଆଦିବାସୀ ଶବର ସମାଜ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏନେଇ ଏକ ଚେକ ଶବରପଲ୍ଲୀ ଶ୍ରୀରାମପୁର ସ୍ଥିତ ଶବର କଲ୍ୟାଣ ସମିତି କାର୍ଯ୍ୟାଳୟ ଶବର ସମାଜ ଓଡିଶା…
ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ୩୮୦୦ ଜରିମାନା ଆଦାୟ
ଆର.ଉଦୟଗିରି,୨୧ା୪(ଡି.ଏନ.ଏ.)- କରୋନା ଭୂତାଣୁକୁ ନେଇ ବିଭିନ୍ନ କଟକଣା ଜାରି କରାଯାଇଥିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଗଜପତି ଜିଲାର ଆର୍.ଉଦୟଗିରି ଥାନା ଅଞ୍ଚଳରେ ମାସ୍କ ନ ପିନ୍ଧି ବଜାର ବୁଲିବା, ସୌଦା ଓ ବିଭିନ୍ନ ଜରୁରୀ କାମରେ ଘରୁ ବାହାରକୁ ଯାଉଥିବା…
କାଜୁ ଜଙ୍ଗଲ ଲିଜ୍କୁ ନେଇ ବୋମାମାଡ଼, ଜଣେ ମୃତ
ବେଗୁନିଆପଡା,୨୦ା୪(ଡି.ଏନ.ଏ.)- କାଜୁ ଜଙ୍ଗଲ ଲିଜ୍କୁ ନେଇ ବେଗୁନିଆପଡା ବ୍ଲକ ଖିଡିଙ୍ଗିଠାରେ ସୋମବାର ୨ଗୋଷ୍ଠୀ ମୁହଁାମୁହିଁ ହେବା ସହ ବୋମାମାଡରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡଖଇରିଖମା ପଞ୍ଚାୟତ ଗୁଞ୍ଜଗଳ ଗ୍ରାମର ପ୍ରଭାକର ବିଶ୍ୱାଳ(୩୮)। ଅନ୍ୟ ୨ଜଣ…
ଲକ୍ଡାଉନରେ ମାତିଛନ୍ତି ଲୁଟେରା
ପାଟପୁର,୨୦ା୪- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ୨ ଘରୁ ଚୋରି ଉଦ୍ୟମ କରି ବିଫଳ ହୋଇଥିବାବେଳେ ଜଣେ ମହିଳାଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି। ପୋଲିସ ଲକ୍ଡାଉନ୍ରେ ବ୍ୟସ୍ତ ଥିବାବେଳେ ପାଟପୁର ଅଞ୍ଚଳରେ…
ମିଲ ଫଣ୍ଡକୁ ସହାୟତା ପାଇଁ ବିଧାୟିକାଙ୍କୁ ଚେକ ପ୍ରଦାନ
ବେଗୁନିଆପଡା,୨୦ା୪(ଡି.ଏନ.ଏ.)- ଲକ୍ଡାଉନ ପାଇଁ ସରକାର ରାଶନକାର୍ଡଧାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି। ତେବେ ଅନେକ ଅସହାୟ ଓ ଗରିବ ବିଭିନ୍ନ କାରଣରୁ କାର୍ଡ ପାଇପାରିନାହାନ୍ତି। ଏହି ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଗଞ୍ଜାମ ଜିଲାପାଳ ‘ମିଲ୍’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।…
ସ୍ତ୍ରୀଙ୍କୁ ଅଫିସ ଛାଡିବାକୁ ଯାଇ ସ୍ବାମୀ ଗଣିଲେ ଜରିମାନା
ଭଞ୍ଜନଗର,୨୦।୪(ଡି.ଏନ.ଏ.)- ଭଞ୍ଜନଗର ଉପଖଣ୍ଡର ଜଣେ ମହିଳା ଯନ୍ତ୍ରୀ ନିଜ ଘରୁ ସୋମବାର ଅଫିସ ଅଭିମୁଖେ ବାହାରିଥିଲେ। ଯନ୍ତ୍ରୀଙ୍କୁ ଗାଡ଼ି ଚଳାଇବା ଆସୁ ନ ଥିବା ଯୋଗୁ ତାଙ୍କ ସ୍ବାମୀ ସ୍କୁଟିରେ ବେଲଗୁଣ୍ଠା ରାସ୍ତାରେ ଯାଉଥିଲେ। ବାଟରେ ତନରଡ଼ା ଠାରେ ଯାଞ୍ଚ ଦାୟିତ୍ୱରେ…
ହଜାରେ ଲିଟର ପୋଚ ନଷ୍ଟ, ଭାଟି ସିଲ
ପାତ୍ରପୁର,୨୦ା୪(ଡି.ଏନ୍.ଏ.)- ଲକ୍ଡାଉନରେ ମଦଦୋକାନ ବନ୍ଦ ଥିବାବେଳେ ଦେଶୀମଦ କାରବାର ବୃଦ୍ଧି ପାଇଛି। ଭାଟି ମାନଙ୍କରେ ମଦ ତିଆରି କରି ମାଲାମାଲ୍ ହେଉଛନ୍ତି ମାଫିଆ। ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ସୋମବାର ଏକ ଟିମ୍ ଚଢ଼େଇ ଗାଁ, ସୁନରିବାଡ ଓ…
ମହିଳାଙ୍କ ଆତ୍ମହତ୍ୟା, ମଶାଣିରୁ ମୃତଦେହ ଜବତ କଲା ପୋଲିସ
ଗଞ୍ଜାମ,୨୦ା୪(ଡି.ଏନ୍.ଏ.)- ଗଞ୍ଜାମ ଥାନା ଅଞ୍ଚଳରେ ସୋମବାର ଜଣେ ମହିଳା ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଅପରାହ୍ନରେ ମୃତଦେହ ମଶାଣିକୁ ନେଇ ଦାହ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଗଞ୍ଜାମ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚତ୍…
କରୋନା ମାଡ଼: ମାସେ ହେଲା ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଋଣ ଛାଡ଼ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ସ୍ମାରକପତ୍ର
ଛତ୍ରପୁର,୨୦ା୪(ଡି.ଏନ୍.ଏ.): କରୋନା ଭୂତାଣୁ ସଂକ୍ରମଣ ନେଇ ଲାଗି ରହିଥିବା କଟକଣା ଯୋଗୁ ଗତ ଏକ ମାସ ହେଲା ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ମତ୍ସ୍ୟଜୀବୀ ଘରେ ହାତ ବାନ୍ଧି ବସିଛନ୍ତି। ଫଳରେ ସେମାନଙ୍କ ଜୀବନ ଜୀବିକା ବିଶେଷ ପ୍ରଭାବିତ ହୋଇଛି। ପରିବାର…
Archives


