ଗଞ୍ଜାମ

ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

ପୁରୁଷୋତ୍ତମପୁର,୫।୧୧(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ସୋମବାର ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ ହେଲେ ସୁଶାନ୍ତ ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନା ଓ ପରେ…

ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ହତ୍ୟା: ପ୍ରଥମ ସ୍ବାମୀ ସମେତ ୨ ଗିରଫ

ଶେରଗଡ଼,୪ା୧୧(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏହାର ଖୋଳତାଡ଼ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଛି। ସ୍ବାମୀଙ୍କୁ ଛାଡ଼ି…

ଝିଅ ଦେଖିବାକୁ ଯାଉଥିଲେ: ଗଛରେ ପିଟି ହେଲା କାର

ପାତ୍ରପୁର,୩ା୧୧(ଉମା ଚରଣ ନେପାକ): ଝିଅ ଦେଖିବାକୁ ଯାଇ କାର ଦୁର୍ଘଟଣାରେ ୪ଜଣ ଯୁବକ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା ଗୋଳନ୍ଥରାଥାନା ହରିପୁର ଗ୍ରାମର ୟୁ ଚନ୍ଦ୍ରୁ, ୟୁ. ଚେଲପତି, କେ. ଦନାର୍ଦ୍ଦନ ଓ ଏ. ଲୋକେଶ ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମକୁ…

ଫୋନ୍‌ କଲ୍‌ ଆସିବାରୁ ଘରୁ ବାହାରି ଯାଇଥିଲେ, ପୋଖରୀରୁ ମିଳିଲା ମୃତଦେହ

ହିଞ୍ଜିଳିକାଟୁ,୩।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମ ବୈଷ୍ଣବ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ବେଲଗାଁ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମର ସୀମାଞ୍ଚଳ ସାହୁ(୩୭)। ଏ ନେଇ…

ଏଟିଏମ୍‌ କାର୍ଡ ବଦଳାଇ ନେଇଗଲେ ୫୫ହଜାର

ବ୍ରହ୍ମପୁର, ୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗାର୍ଡବିହୀନ ଏଟିଏମ୍‌ କାଉଣ୍ଟରରେ ସହାୟତା କରିବା ଆଳରେ ଚଞ୍ଚକତା କରି ଜଣେ ଯୁବକ ଏଟିଏମ୍‌ କାର୍ଡ ବଦଳାଇ ପରେ ୫୫ହଜାର ଟଙ୍କା ଠକେଇ ହୋଇଥିବା ନେଇ ଟାଉନ ଥାନାରେ…

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

ଛତ୍ରପୁର,୨।୧୧(ଦିଲୀପ ସାମଲ): ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କର ତୃତୀୟ ମହଲାରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ଖବର ପାଇ ଛତ୍ରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା…

ବାଇକ୍‌କୁ ଧକ୍କାଦେଲା ଅଟୋ: ଚାଲିଗଲା ୨ ଜୀବନ, ୨ ଗୁରୁତର

ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ କାଣ୍ଡେଶ୍ୱର ଗାଁ ଛକରେ ଯାତ୍ରୀବାହୀ ଅଟୋ (ନଂ. ଓଡ଼ି ୦୭ ଏଫ୍‌-୩୯୦୩) ଶନିବାର ମଧ୍ୟାହ୍ନରେ ଏକ ବାଇକ୍‌ (ନଂ.ଓ ଆର ୦୭ ଓ୍ବାଇ -୩୮୫୯)କୁ ଧକ୍କା ଦେବାରୁ…

ଚାଷ ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ସ୍ବାମୀଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ସ୍ତ୍ରୀ

ଧରାକୋଟ,୨।୧୧: ଗାଁ କୋଠ ଜମିରେ ପାଣି ମଡା ଇବାକୁ କେନ୍ଦ୍ର କରି ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଘଟିଛି ଏକ ଜଙ୍ଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଯୁଧିଷ୍ଟିର ଗୌଡଙ୍କ ପୁଅ ପଞ୍ଚାନନ ଗୌଡ଼ (୫୨)ଙ୍କୁ ତାଙ୍କ ଗ୍ରାମର ସନ୍ତୋଷ ଗୌଡ଼,ଶିବ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ବୁଗୁଡ଼ା,୧ା୧୧(କାଳିଚରଣ ଦାଶ): ବୁଗୁଡା ବୁଦ୍ଧଖୋଲ ଛକସ୍ଥିତ ଏକ ବାଇକ୍‌ ଗ୍ୟାରେଜରେ ବିଦ୍ୟୁତ୍‌ ଆଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନ୍ତରପଡା ଗ୍ରାମର କଂଗ୍ରେସ ସାହୁଙ୍କ ଏକମାତ୍ର ପୁଅ ଆଲୋକ ସାହୁ(୧୭)। ଆଲୋକ ବୁଗୁଡା ପିପୁଲ୍ସ କଲେଜରେ ଯୁକ୍ତ…

ବାଇକ୍‌ରେ ଆସି ବୋମାମାଡ଼ କଲେ ଦୁର୍ବୃତ୍ତ, ଖସିଲା ଘରର ଛାତ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ନଂ.ଓ୍ବାର୍ଡ ମୁକ୍ତେଶର ଶୈବପୀଠ ସଂଲଗ୍ନ କେନାଲ ସାହିରେ ଦୁର୍ବୃତ୍ତମାନେ ପୁଣି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ କେନାଲ ସାହିରେ କୁସିଆଁ ମହାନ୍ତିଙ୍କ ଘରେ ଭଡ଼ାରେ ରହୁଥିବା ରାଜେନ୍ଦ୍ର…

ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି/ଚିକିଟି୩୦ା୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ରହ୍ମା ନଗର ସନ୍ତୋଷ କୁମାର ପଣ୍ଡାଙ୍କ ଘରୁ ଗତ ୭ ତାରିଖ ବିଳମ୍ବିତ ରାତିରେ ଚୋରି ଯାଇଥିବା ଘଟଣାର ପର୍ଦ୍ଦାଫାଶ କରିଛି କେ.ନୂଆଗାଁ ଥାନା ପୋଲିସ। ବୁଧବାର ଏହି ଚୋରି…

ଦିଗପହଣ୍ଡିରେ ବୁଲୁଛି ମହାବଳ; ପାଦଚିହ୍ନ ଠାବ, ସନ୍ଧ୍ୟାରେ ଘରୁ ନ ବାହାରିବାକୁ ପରାମର୍ଶ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଆଦିବାସୀ ଗ୍ରାମ ପଦ୍ମପୁର ନିକଟସ୍ଥ ମକାବାଡରେ ମହାବଳ ବାଘର ପାଦ ଚିହ୍ନ କୁ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ବାଘ ବୁଲୁଥିବା ଖବର ବୁଧବାର ସକାଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri