ଗଞ୍ଜାମ

ଜନସାଧାରଣଙ୍କୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ: ଏସ୍‌ଡିପିଓ

ପୁରୁଷୋତ୍ତମପୁର,୩।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍‌ଡିପିଓ ଭାବେ ସୁଜିତକୁମାର ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଭଞ୍ଜନଗର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରେ ଯୋଗଦେବା ଅବସରରେ ସେ କହିଛନ୍ତି, ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ରୋକାଯିବ।...

ଦର୍ଶକଙ୍କ ମନ ଜିଣିଲେ ଲୋକନୃତ୍ୟ କଳାକାର: ଉତ୍ସାହିତ କଲେ ବିଧାୟକ

ଦିଗପହଣ୍ଡି,୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଦୁଇଦିନ ବ୍ୟାପୀ ଚାଲିଥିବା ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ଆୟୋଜିତ ଏହି ମହୋତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ...

ବିଧାୟକଙ୍କ ବଡ଼ ପଦକ୍ଷେପ: ଖୁସିରେ ଅଭିଭାବକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଆସନ୍ତା ୨୦୨୬-୨୦୨୭ ଶିକ୍ଷାବର୍ଷରୁ ଯୁକ୍ତ ୨ ଖୋଲିବା ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଛି। ତେଣୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗୁରୁବାର ଅଚାନକ କେନ୍ଦ୍ରୀୟ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଭିତ୍ତିଭୂମି...

ଅବଶିଷ୍ଟ ଜୀବନ ସୁଖ ସମୃଦ୍ଧିରେ କଟୁ; ଏଭଳି କାମନା କରି ପ୍ରଧାନଶିକ୍ଷକଙ୍କୁ…

ଦିଗପହଣ୍ଡି,୨ା୭(ଅଶେଷ ନାଥ ମିଶ୍ର: ଦିଗପହଣ୍ଡି ବ୍ଲକ ଆଙ୍କୋରଡା କ୍ଲଷ୍ଟର କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୀବନ ନନ୍ଦ ଅବସର ଗ୍ରହଣ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ...

ମନ ଜିଣିଲା ‘ମଝି ନଈରେ ମୋ ଜୀବନ ଡଙ୍ଗା’ ନାଟକ, କଳାକାରଙ୍କ ଅଭିନୟ ଦେଖି…

ଦିଗପହଣ୍ଡି,୨ା୭(ଅଶେଷ ନାଥ ମିଶ୍ର): ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ସାମାଜିକ ନାଟକ ‘ମଝି ନଇରେ ମୋ ଜୀବନ ଡଙ୍ଗା’ ଦିଗପହଣ୍ଡି ବ୍ଲକ ଭ୍ରମରପୁର ବଡ଼ଦାଣ୍ଡ ବ୍ରାହ୍ମଣ ସାହିରେ ମଞ୍ଚସ୍ଥ ହୋଇଛି। ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ସଭାପତି ସୁଶାନ୍ତ...

ଭଞ୍ଜନଗରରେ ଜବରଦଖଲକାରୀଙ୍କ କବଳରେ କେନାଲ ଆଡ଼ିବନ୍ଧ; ରାସ୍ତାରେ ଭାସୁଛି ପାଣି, ଦୃଷ୍ଟି ଦେଉ ନାହାନ୍ତି କର୍ତ୍ତୃପକ୍ଷ

ଭଞ୍ଜନଗର,୨।୭(ବାବୁଲା ପ୍ରଧାନ)-ସର୍ବସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରଣୟନ କରାଯାଉଛି। କିନ୍ତୁ କିଛି ନ୍ୟସ୍ତ ସ୍ବାର୍ଥ ଥିବା ବ୍ୟକ୍ତିଙ୍କ ପାଇଁ ସାଧାରଣଜନତା ତାହାର କୁପରିଣାମ ଭୋଗୁଛନ୍ତି। ଏଭଳି ଏକ ଘଟଣାକ୍ରମରେ ଭଞ୍ଜନଗର ସହର ଏବଂ ସହରତଳି ଗ୍ରାମ...

ଗଞ୍ଜାମରେ ବୁଲିଲା ଖଣ୍ଡା: ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନ ତେଲୁଗୁ ନୁଆଗାଁ ନିକଟରେ ଦୁଇ ଜଣଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ଶିକାର ହେଲେ ତେଲୁଗୁ ନୂଆଗାଁର ରିଙ୍କି ବେହେରା ଓ ଅଗସ୍ତି ନୂଆ...

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦରେ ସମୂହ ଛୁଟିରେ ଗଞ୍ଜାମ ଓଏଏସ୍‌ ସଂଘ

ଛତ୍ରପୁର,୧ା୭(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ଗଞ୍ଜାମ ଜିଲା ଓଏଏସ୍‌ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ କରାଯାଇଛି। ସଂଘ ସଭାପତି ତଥା ଏଡିଏମ...

୨ ପରିବାର ମଧ୍ୟରେ ସଂଘର୍ଷ: ଜେଲ୍‌ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୨ ନଂ. ୱାର୍ଡ ଅନ୍ତର୍ଗତ ସାହାଣୀ ସାହିର ୨ ପରିବାର ମଧ୍ୟରେ ଗତ ଶନିବାର ସନ୍ଧ୍ୟାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣା ଘଟିଥିଲା। ସଂଘର୍ଷରେ ଉଭୟ...

ଖଲ୍ଲିକୋଟରେ ଧରାପଡ଼ିଲା ବାଇକ ଚୋରି ଗ୍ୟାଙ୍ଗ: ୪ ଗିରଫ, ୧୯ ବାଇକ ଜବତ କରି…

ଖଲ୍ଲିକୋଟ,୧ା୭(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ପୋଲିସ ବାଇକ ଚୋରି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଖଲ୍ଲିକୋଟ ଥାନା ଅଞ୍ଚଳରେ ଗତ ୩ ମାସ ମଧ୍ୟରେ ବାଇକଚୋରି ହେଉଥିଲା। ଜୁନ ୧୯...

ପ୍ରତ୍ୟକ୍ଷ-ପରୋକ୍ଷ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ : ଉପ ଜିଲାପାଳ

ଭଞ୍ଜନଗର,୧।୭(ବାବୁଲା ପ୍ରଧାନ): ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ ରହିଛି। ଶାସକ ଭାଜପା ଓ ବିରୋଧୀ ବିଜେଡି, କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଅନ୍ୟପଟେ...

ବାରଣ୍ଡାରେ ଶୋଇଥିବା ବେଳେ ପିଟିପିଟି ହତ୍ୟା କରିଥିଲେ, ସନ୍ତୋଷ ପାତ୍ରଙ୍କୁ କୋର୍ଟ ଚାଲାଣ କଲା…

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭିଷ୍ମଗିରି ଗ୍ରାମର ଗୋଲାସାହିରେ ଗତ ରବିବାର ରାତିରେ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ଅଭିଯୁକ୍ତ ଯୁବକ କେ. ସନ୍ତୋଷ ପାତ୍ରଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri