ଗଞ୍ଜାମ

୩ ବାତ୍ୟା ଆଶ୍ରୟସ୍ଥଳୀ ରାଜ୍ୟସ୍ତରରେ ପୁରସ୍କୃତ :  ଜିଲାପାଳଙ୍କୁ ଭେଟିଲେ କମିଟି ସଦସ୍ୟ

ଛତ୍ରପୁର,୩ା୧୧(ଡି.ଏନ.ଏ.)-ଭୁବନେଶ୍ୱରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ୩ ବାତ୍ୟା ଆଶ୍ରୟସ୍ଥଳୀକୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩ ଆଶ୍ରୟ ସ୍ଥଳୀର କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ। ଉକ୍ତ ଆଶ୍ରୟସ୍ଥଳୀଗୁଡିକର…

ବାଣ ଫୁଟାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ବୁଗୁଡ଼ା,୩ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଚିଲିଖମାରେ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀଙ୍କୁ ଠେଲାପେଲା, ଟଣାଓଟରା ଓ ଧମକ ଦେବା ଅଭିଯୋଗରେ ବୁଗୁଡ଼ା ପୋଲିସ ଶନିବାର ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଜଣକ ହେଲେ ଚିଲିଖମା ଗ୍ରାମର ରମେଶ…

ସହକାରୀ ନିର୍ଦ୍ଦେଶକଙ୍କ ଗାଲେରି କଲେଜ ପରିଦର୍ଶନ:  ଅନୁପସ୍ଥିତ ଅଧ୍ୟକ୍ଷ,ଅଧ୍ୟାପକଙ୍କ ଦରମା ବନ୍ଦ

ଭଞ୍ଜନଗର,୩।୧୧(ଡି.ଏନ.ଏ)-ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ବିଶ୍ୱମ୍ବର ଷଢ଼ଙ୍ଗୀ ଗୁରୁବାର ଅଚାନକ ଗାଲେରୀ ଦଣ୍ଡପାଣି ମହାର୍ଥା କଲେଜ ପରିଦର୍ଶନ କରିଥିଲେ। କଲେଜର ଅବ୍ୟବସ୍ଥା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ। ଉକ୍ତ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା :  ୨୧ ବର୍ଷ ପରେ ସହକାରୀ ଯନ୍ତ୍ରୀ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ, ୩ା୧୧-ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ବିଜୟ କୁମାର ଜେନା ଶନିବାର ଏକ ଆୟବହିର୍ଭୁୁତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ଦୀର୍ଘ ୨୧ ବର୍ଷ ପରେ ପୁରୀର ତତ୍କାଳୀନ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ…

୯ବର୍ଷ ପରେ ଘରକୁ ଫେରିଲା ପୁଅ:  ଶୁଦ୍ଧିକ୍ରିୟା ସାରିଥିଲେ ପରିବାର

ହିଞ୍ଜିଳିକାଟୁ,୩ା୧୧(ଡି.ଏନ୍‌.ଏ.)- ୯ବର୍ଷ ତଳେ ନିଖୋଜ ହୋଇଯାଇଥିଲେ ପୁଅ। ମୃତ୍ୟୁ ହୋଇଥିବା ଭାବି ଶୁଦ୍ଧିକ୍ରିୟା ସାରିଦେଇଥିଲେ ପରିବାର ଲୋକେ। ତେବେ ଶୁକ୍ରବାର ରାତିରେ ହଠାତ୍‌ ପୁଅ ଘରେ ପହଞ୍ଚତ୍ବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ। ପୁଅକୁ ପାଖରେ ଦେଖୁଥିଲେ ମଧ୍ୟ ବିଶ୍ୱାସ କରିପାରୁ…

କୁଠାରି ମନ୍ଦିର ସମ୍ପତ୍ତି ହଡ଼ପ ମାମଲା :  ବିଧାୟକ ରମେଶଙ୍କ ସମେତ ୫ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୩ା୧୧-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ନିରଞ୍ଜନ ଜେନା ଶନିବାର ଟାଉନ ଥାନା ଅନ୍ତର୍ଗତ ଗେଟବଜାର ଛକରେ ଥିବା କୁଠାରି ମନ୍ଦିର ସମ୍ପତ୍ତି ହଡପ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳି ନ ଥିବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା,…

ଆକ୍ରମଣ ମାମଲା, ଅଭିଯୁକ୍ତଙ୍କୁ ବର୍ଷେ ଜେଲ

ଦିଗପହଣ୍ଡି, ୨ା୧୧ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର ମାଜିଷ୍ଟ୍ରେଟ ବିଷ୍ଣୁ ପ୍ରସାଦ ଦେବତା ଶନିବାର ମାମଲା ନଂ. ଜି. ଆର ନଂ.୮୩/୨୦୧୦ ର ଶୁଣାଣୀ କରି ପାଟପୁର ଥାନା ସିଙ୍ଗପୁର ଗ୍ରାମର ଏକ ଆକ୍ରମଣ ମାମଲାରେ ଅଭିଯୁକ୍ତ ଥିବା…

କଲ୍ୟାଣ ମଣ୍ଡପରୁ ମୃତଦେହ ଉଦ୍ଧାର

ହିିଞ୍ଜିଳିକାଟୁ,୨ା୧୧: ହିିଞ୍ଜିଳିକାଟୁ ପୌରାଞ୍ଚଳ ନୂଆଁଗଡ଼ ଶିବ ମନ୍ଦିର ନିକଟରେ ନିର୍ମାଣାଧୀନ ବାପୁଜୀ କଲ୍ୟାଣ ମଣ୍ଡପରୁ ଶନିବାର ପୋଲିସ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା ବି ଗୌଡୁଣୀ ଗଁାର ରାଜୁ ପ୍ରଧାନ (୨୨)।…

ରୋଡ୍‌ ରୋମିଓଙ୍କ ଦୌରାତ୍ମ୍ୟରେ ଛାତ୍ରୀ ଅତିଷ୍ଠ: ଉପଜିଲାପାଳ, ଥାନାଧିକାରୀଙ୍କୁ ଦାବିପତ୍ର

ଭଞ୍ଜନଗର,୨।୧୧(ଡି.ଏନ.ଏ.)-ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଷ୍ଟ୍ରିଟ ରୋମିଓମାନେ ଘୂରି ବୁଲୁଛନ୍ତି। ଛାତ୍ରୀମାନଙ୍କୁ ଯିବାଆସିବାବେଳେ କମେଣ୍ଟ ମାରୁଛନ୍ତି, ଯାହାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ସମ୍ମୁଖ ରାସ୍ତାଟି ସହରର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବାବେଳେ ଉକ୍ତ…

ଆମ୍ବପୁଆରେ ମଦ ଦୋକାନକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୨ା୧୧-ଆମ୍ବପୁଆରେ ଏକ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ୩୯ ଏବଂ ୪୦ ନମ୍ବର ୱାର୍ଡ଼ ବାସିନ୍ଦା ତୀବ୍ର ବିରୋଧ କରୁଛନ୍ତି। ଏନେଇ ଏକ ଦାବିପତ୍ର ସେମାନେ ଅବକାରୀ କମିଶନର୍‌…

ଘରେ ପଶି ଆକ୍ରମଣ, ୩ ଆହତ

ଭଞ୍ଜନଗର,୨ା୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ବେଲଗୁଣ୍ଠା ଫାଣ୍ଡି ଇଙ୍ଗିନାଠୀ ଗ୍ରାମରେ ଶୁକ୍ରବାର ରାତିରେ କେତେକ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଦେବରାଜ ଗୁରୁ, ସବିତା…

ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ :ପ୍ରଶ୍ନପତ୍ର ନିଅଣ୍ଟକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡି,୨।୧୧(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରେ ରହିଥିବା ପ୍ରାୟ ୩ ଶହ ବିଦ୍ୟାଳୟରେ ଶୁକ୍ରବାର ଏକକ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ତେବେ ପରିଚାଳନାଗତ ତ୍ରୁଟି ଯୋଗୁ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡିଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୧୮,୫୭୦ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?