ଆଇଆରଇ କର୍ମଚାରୀଙ୍କ ମୃତ୍ୟୁ, ଘରୋଇ ହସ୍ପିଟାଲ ମାଲିକ, ଡାକ୍ତରଙ୍କୁ ଜେରା
ବ୍ରହ୍ମପୁର ଅଫିସ,୧୭ା୫- ଗେଟବଜାର ଛକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ମାଟିଖାଲ ଆଇଆରଇ ପ୍ଲାଣ୍ଟରେ କାମ କରୁଥିବା ଆର. ଗୋପୀ ରେଡ୍ଡୀ (୩୫)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଗୋପୀଙ୍କ…
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଲେ
ବ୍ରହ୍ମପୁର ଅଫିସ,୧୭ା୫- ବଡବଜାର ଥାନା ପାଣ୍ଡବନଗରର ଟୁଟୁ ହାତୀ (୩୫)ଙ୍କୁ ଗୁରୁବାର ରାତି ପ୍ରାୟ ୯ଟାବେଳେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାରୁ…
ଜମି ଦେବା ନାଁରେ ଠକେଇ : ଅଭିଯୁକ୍ତ କୋର୍ଟଚାଲାଣ
ବ୍ରହ୍ମପୁର ଅଫିସ,୧୬ା୫: ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ବୁଧବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ଲୋଚପଡ଼ା ଶକ୍ତିନଗର ୫ ସାରଣୀର ଅଯୋଧ୍ୟା ପାଣିଗ୍ରାହୀ (୪୨)। ଗୁରୁବାର ଅଯୋଧ୍ୟାଙ୍କୁ କେସ ନମ୍ବର ୯୮/୧୯…
୯୩୬ଜଣ ଭୋଟଗଣତି କର୍ମଚାରୀଙ୍କୁ ତାଲିମ
ବ୍ରହ୍ମପୁର ଅଫିସ୍,୧୬ା୫-ଚଳିତ ସାଧାରଣ ନିର୍ବାଚନର ଭୋଟ୍ଗଣତି ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲାର ୧୩ଟି ବିଧାନସଭା ଆସନ ଏବଂ ୨ଟି ଲୋକ ସଭା ଆସନର ଭୋଟ୍ଗଣତି ସକାଳ ୮ଟାରୁ ହେବ। ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଏବଂ ପରେ ଇଭିଏମ୍ର ଭୋଟ୍…
ଗଞ୍ଜାମ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର
ଛତ୍ରପୁର,୧୬ା୫(ଡି.ଏନ.ଏ)-ରାଜ୍ୟରେ ଫନୀ ବାତ୍ୟା ବିପନ୍ନଙ୍କୁ ବିଭିନ୍ନ ସହାୟତା ଯୋଗାଇଥିବାରୁ ଗଞ୍ଜାମ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରଂଶସାପତ୍ର ମିଳିଛି। ପୁରୀ ଜିଲାର ବାତ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନଠାରୁ ଆରମ୍ଭ କରି ସେଠାରେ ଚାଲିଥିବା ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟରେ ଗଞ୍ଜାମ ଜିଲା…
ଅଂଶୁଘାତ ମୃତ୍ୟୁ ଅଭିଯୋଗ ହେଲେ ଜଣାଇବାକୁ ନିର୍ଦ୍ଦେଶ
ଛତ୍ରପୁର,୧୬ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ବିଭନ୍ନ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଫନୀ ବାତ୍ୟା ବେଳେ ଏବଂ…
ବିଳମ୍ବ ହେଲା ଯୁକ୍ତ ୨ ଖାତା ମୂଲ୍ୟାୟନ
ବ୍ରହ୍ମପୁର ଅଫିସ୍,୧୬ା୫-ଚଳିତ ଥର ଯୁକ୍ତ ୨ ଖାତା ମୂଲ୍ୟାୟନ ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହେବାରେ ଲାଗିଛି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ନେଇ ମଧ୍ୟ ସନ୍ଦେହ ଉପୁଜୁଛି । ଅନ୍ୟପଟେ ଅଫ୍ଲାଇନ୍ ଅପେକ୍ଷା ଅନ୍ଲାଇନ୍ ଖାତା ମୂଲ୍ୟାୟନରେ ବିଭ୍ରାଟ…
୫ ଦିନରେ୧୫୨୩ ଗ୍ରାହକ ଉଠାଇଛନ୍ତି ୬୭.୧୭ ଲକ୍ଷ ଟଙ୍କା
ବ୍ରହ୍ମପୁର ଅଫିସ,୧୬ା୫-ଚଳିତ ମାସ ପ୍ରଥମ ସପ୍ତାହରେ ଘଟିଥିବା ସାମୁଦ୍ରିକ ବାତ୍ୟା ଫନୀ ପୁରୀ ଜିଲାକୁ ବିଶେଷ ପ୍ରଭାବିତ କରିଛି । ଫଳରେ ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ ହୋଇଯାଇଛି । ତେଣୁ ମୋବାଇଲ ଏଟିଏମ୍ ଦ୍ୱାରା ଗ୍ରାହକଙ୍କୁ ସେବା ଯୋଗାଇବା ବ୍ୟବସ୍ଥା କରିଛି…
ଗଛ ସ୍ଥାନାନ୍ତର କାର୍ଯ୍ୟ ବିଳମ୍ବ,: ସାଧାରଣରେ ଅସନ୍ତୋଷ
ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଗୋପାଳପୁରଠାରୁ ରାଇପୁରକୁ ଜାତୀୟ ରାଜପଥ ସଂଯୋଗ ହୋଇଛି। ଏହାର ସଂପ୍ରସାରଣ କାର୍ଯ୍ୟ ଏବେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ଚାଲିଛି। ତେବେ ରାସ୍ତାକଡ଼ର ବଡ଼ବଡ଼ ଗଛ ପୂବର୍ର୍ଭଳି କଟା ନ ଯାଇ ଗଛର ଚାରିପାଖ ଖୋଳାଯାଇ…
ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗରରେ ହେବ ଭୋଟ ଗଣତି
ଛତ୍ରପୁର,୧୫ା୫(ଡି.ଏନ.ଏ)-ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିା ଜିଲାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରସ୍ଥିତ କେନ୍ଦ୍ରଠାରେ ଭୋଟ ଗଣତି କରାଯିବ। ୨୩ ତାରିଖ ସକାଳ ୮ ଟାରେ ପ୍ରଥମେ…
ତିତ୍ଲିରେ ହୋଇଥିଲା ଧ୍ୱଂସ : ପୁରିଆ ସାହି କ୍ଷୁଦ୍ର ସେଚ ପ୍ରକଳ୍ପ ଡ୍ୟାମ୍ ପୁନଃ ନିର୍ମାଣ
ବ୍ରହ୍ମପୁର ଅଫିସ,୧୫ା୫-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପୂରିଆ ସାହିରେ ପୁନଃ ନିର୍ମାଣ କରାଯାଉଛି ପୂରିଆ ସାହି କ୍ଷୁଦ୍ର ଜଳସେଚନ ଯୋଜନା। ଏହାର ମୁଖ୍ୟବନ୍ଧ (ହେଡୱାକ୍ସ) ନିର୍ମାଣ ଓ କେନାଲ ପୁନରୁଦ୍ଧାର ବାବଦରେ ପ୍ରଥମ ପର୍ଯ୍ୟାୟରେ ୨.୬୦ କୋଟି…
ବୁଢ଼ାଦାନୀ ଗ୍ରାମବାସୀଙ୍କୁ ନାଳ ଭରସା
ଫୁଲବାଣୀ ଅଫିସ, ୧୫ା୫-କନ୍ଧମାଳ ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ| ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍ଏସ୍) ପକ୍ଷରୁ ବହୁ ପ୍ରକଳ୍ପ କରାଯାଇଛି। ଏବେ ପ୍ରବଳ ଗ୍ରୀଷ୍ମ…
Archives


