ଗଞ୍ଜାମ

ପୁଅଙ୍କ ଏମ୍‌ବିବିଏସ୍‌ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ

ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ ଯେଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ସେନେଇ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ…

ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍‌: ଚଳନ୍ତା ବାଇକ୍‌ରୁ ଟଙ୍କା ଛଡ଼ାଇବା ବେଳେ ଖସିପଡ଼ି ମହିଳା ଗୁରୁତର

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଜଣେ ଦମ୍ପତିଙ୍କଠାରୁ ୩୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।୨ଜଣ ଅଜଣା ଦୁର୍ବୃତ୍ତ ଚଳନ୍ତା ବାଇକ୍‌ରୁ ମହିଳାଙ୍କ ବ୍ୟାଗ୍‌ ଟାଣି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।…

ନାବାଳିକା ନିଖୋଜ ଘଟଣା: ମିଛ ତଥ୍ୟ ଦେଉଛି ପ୍ରଶାସନ; ଏବେବି ନିଖୋଜ ୯, ଚିନ୍ତାରେ ପରିବାର

ବ୍ରହ୍ମପୁର ଅଫିସ, ୯। ୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଛି। କିନ୍ତୁ ୯ ଜଣ ଏବେବି ନିଖୋଜ ଅଛନ୍ତି। ବୁଧବାର ଅପରାହ୍ନ ସୁଦ୍ଧା ଭୁବନେଶ୍ୱରରୁ ୩ ଓ ବ୍ରହ୍ମପୁରରୁ ଜଣେ…

ପୂର୍ବତନ ବିଧାୟକଙ୍କ ପରଲୋକ

ଆସିକା,୯ା୧(ଡି.ଏନ୍‌.ଏ.): ଆସିକାର ବରିଷ୍ଠ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ୍‌ ତଥା ପୂର୍ବତନ ବିଧାୟକ ରାଧାଗୋବିନ୍ଦ ସାହୁଙ୍କ (୯୩)ର ବୁଧବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ନିଜ ପୁଅଙ୍କ ବାସଭବନରେ ରହୁଥିଲେ। ଗତ ସପ୍ତାହରେ ତାଙ୍କର ହୃଦ୍‌ଘାତ ହେବାରୁ ଏକ…

ଟ୍ରଲିରେ ବୁହାହେଲା ମୃତଦେହ

ଭଞ୍ଜନଗର,୮।୧(ଡି.ଏନ.ଏ)- ପୁଣି ମୃତଦେହକୁ ଅସମ୍ମାନ। ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲରେ ଜଣେ ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକେ ବୁଧବାର ଟ୍ରଲିରେ ବୋହି ନେଇଥିବା ଜଣାପଡିଛି। ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନଜଣାଇ ମୃତଦେହ ନେଇ ଯାଇଥିବା ମେଡିକାଲ ପକ୍ଷରୁ…

ରଙ୍ଗେଇଲୁଣ୍ଡା ବ୍ଲକ: ଚିହ୍ନଟ ହେଲେ ନକଲି ଶିକ୍ଷୟିତ୍ରୀ

ଗୋପାଳପୁର,୮।୧- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀଙ୍କର ସିଟି ସାର୍ଟିଫିକେଟ ବୁଧବାର ଯାଞ୍ଚ ପରେ ନକଲି ଜଣାପଡିଛି। ଶିକ୍ଷୟିତ୍ରୀ ଜଣକ ହେଲେ ଭାରତୀ ଲକ୍ଷ୍ମୀ ମିଶ୍ର। ଏନେଇ ଗୋପାଳପୁର ଥାନାରେ ରଙ୍ଗେଇଲୁଣ୍ଡା ବିଇଓ ଡ.…

ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେବା ଘଟଣା: କମ୍ପ୍ୟୁଟର ସେଣ୍ଟର ସିଲ୍‌, ମାଲିକ ଅଟକ

ବେଗୁନିଆପଡ଼ା,୮ା୧(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଚାକିରି ନିମନ୍ତେ ଜାଲ୍‌ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ସେଣ୍ଟର ମାଲିକଙ୍କୁ ମଙ୍ଗଳବାରଠାରୁ ଅଟକ ରଖାଯାଇଛି। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ବେଗୁନିଆପଡ଼ା ବଜାର ଉପରେ ଥିବା ଉକ୍ତ କମ୍ପ୍ୟୁଟର ସେଣ୍ଟରକୁ ସିଜ୍‌ କରିଛନ୍ତି।…

ସ୍କୁଟି ଜାଳିଦେଲେ ଦୁର୍ବୃତ୍ତ

ପାଟପୁର,୮ା୧: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଟିଗୁଡ଼ା ଗ୍ରାମର ପୀତବାସ ଗୌଡ଼ଙ୍କ ସ୍କୁଟିକୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପୋଡି ଦେଇଥିବା ଅଭିଯୋଗ ହୋଇଛି। ପୀତବାସଙ୍କ ଏତଲା କ୍ରମେ ନଂ. ୩/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପୀତବାସ…

ପ୍ରଶାସନ ପକ୍ଷରୁ ଚାଉଳ ମିଲ୍‌ ଉପରେ ଅତର୍କିତ ଚଢ଼ାଉ, ମିଲର୍‌ଙ୍କୁ ତାଗିଦ

ପୁରୁଷୋତ୍ତମପୁର, ୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଚାଉଳ ମିଲ ଉପରେ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ସହକାରୀ ଜିଲା ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ବାଇଁ, ପୁରୁଷୋତ୍ତମ…

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଆନ୍ଦୋଳନ

ପୁରୁଷୋତ୍ତମପୁର,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖାଦେଇଛି। ସହରର ବିଭିନ୍ନ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନଭୋଜନରେ ନିୟୋଜିତ ପାଚିକା,ସହାୟିକା ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନ ଯୋଗୁ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ…

ଦିଗପହଣ୍ଡିରେ ଧର୍ମଘଟ ଶାନ୍ତିପୂର୍ଣ୍ଣ

ଦିଗପହଣ୍ଡି,୮।୧(ଡି.ଏନ.ଏ.): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ୧୨ ଦଫା ନେଇ ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ବୁଧବାର ସର୍ବଭାରତୀୟ ଧର୍ମଘଟ ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଥିଲା। ଦିଗପହଣ୍ଡି ବସଷ୍ଟାଣ୍ଡ, ବଜାର ଓ ପୁଞ୍ଜି କଁୟା ଛକଠାରେ ସିପିଆଇ, ସିପିଆଇ(ଏମ)…

ଛତ୍ରପୁରରେ ବନ୍ଦ ପ୍ରଭାବ ଶୂନ

ଛତ୍ରପୁର, ୮।୧(ଡି.ଏନ.ଏ): ଗଞ୍ଜାମ ଜ଼ିଲା ସଦର ମହକୁମା ଛତ୍ରପୁର ସହରରେ ଭାରତ ବନ୍ଦର ପ୍ରଭାବ ଆଦୌ ପଡିନି। ଏଠାରେ ପରିବା, ମାଛ ମାର୍କେଟ ସହ ସମସ୍ତ ଦୋକାନ, ବଜାର ଖୋଲା ରହିଛି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?