୨ ଲୁଟେରା ଗିରଫ, ବ୍ୟାଗ ଜବତ
ବ୍ରହ୍ମପୁର ଅଫିସ,୧୭ା୧- ସରକାରୀ ରେଳବାଇ ପୋଲିସ (ଜିଆରପି)ଟ୍ରେନ ଯାତ୍ରୀଙ୍କ ବ୍ୟାଗ ଲୁଟ ଘଟଣାରେ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ ଲୋଚାପଡାର ଶଙ୍କର ପାତ୍ର (୨୩) ଓ ଶେରଗଡ ଥାନା ଅନ୍ତର୍ଗତ ପନ୍ନାଡ଼ ଗ୍ରାମର ବବ୍ରୁବାହନ…
ଏନଏଚ୍ ନଂ.୧୬ ରେ ଫ୍ଲାଇଓଭର, ଅଣ୍ଡରପାସ୍ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ଏମ୍ପି, ବିଧାୟକ
ଛତ୍ରପୁର,୧୭ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଗିରିଶୋଲାରୁ ପୁଇଁତଳା ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ନଂ. ର ଉନ୍ନତୀକରଣ କାମ ଚାଲିଛି। ୬ ଲେନ୍ ତ ଦୂରର କଥା ଆବଶ୍ୟକତା ଅନୁସାରେ ଫ୍ଲାଇଓଭର, ଅଣ୍ଡର ପାସ୍ ଓ ସର୍ଭିସ ରୋଡ୍ ଏନ୍ଏଚ୍ଏଆଇ ପ୍ରସ୍ତାବରେ ନାହିଁ। ଫଳରେ ଦୁର୍ଘଟଣା…
ପୃଥକ୍ ଦୁର୍ଘଟଣାରେ ୨ ଗୁରୁତର
ଦାରିଙ୍ଗବାଡ଼ି,୧୬।୧(ଡି.ଏନ୍.ଏ): ଗୋଟିଏ ପଟେ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ କରାଯାଇ ଜନସଚେତନତା କରାଯାଉଥିବାବେଳେ ଅନ୍ୟପଟେ ଦୁର୍ଘଟଣା ବଢୁଛି। ଗୁରୁବାର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ଟି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ଗୁରୁତର ଆହତ ହେବାସହ ଜଣେ…
ଆସିକା ମହୋତ୍ସବ ଉଦ୍ଯାପିତ
ଆସିକା,୧୬ା୧(ଡି.ଏନ୍.ଏ.)-ଆସିକା କଳିଙ୍ଗାରୋଡ ନିକଟ ପଡିଆରେ ଗତ ୫ଦିନ ଧରି ଚାଲିଥିବା ଆସିକା ମହୋତ୍ସବ ବୁଧବାର ରାତିରେ ଉଦ୍ଯାପିତ ହୋଇଛି । ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷା ତଥା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତ…
ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଖଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନ
ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଖଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍ ଓ ଉପ ନିର୍ଦ୍ଦେଶକ ଭାଗୀରଥି କାଣ୍ଡି। ମହାବିଦ୍ୟାଳୟରେ ପହଞ୍ଚି…
ଋଷିକୂଲ୍ୟାକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଗଞ୍ଜାମ,୧୬।୧(ଡି.ଏନ୍.ଏ.): ଗଞ୍ଜାମସ୍ଥିତ ଋଷିକୂଲ୍ୟାକୁ ଗୁରୁବାର ପୂର୍ବାହ୍ନରେ ଜଣେ କଲେଜ ଛାତ୍ରୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଧୀବରମାନେ ତାଙ୍କୁ ଉଦ୍ଧାର କରିଛନ୍ତି। ସେ ହେଲେ ଚିକଲଖଣ୍ଡି ଗ୍ରାମର। କୌଣସି କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସେଠାରେ ମାଛ…
ପୂର୍ବତନ ବାଚସ୍ପତି ଚିନ୍ତାମଣିଙ୍କ ପ୍ରସ୍ତାବ: ବଂଶଧାରାକୁ ସଂଯୋଗୀକରଣ ହେଉ ଋଷିକୁଲ୍ୟା ନଦୀ
ବ୍ରହ୍ମପୁର ଅଫିସ,୧୬ା୧-ଗଜପତି ଜିଲା ବଂଶଧାରା ଓ ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀ ସଂଯୋଗୀକରଣ କରାଯାଉ। ଏହାଦ୍ୱାରା ଦୁଇ ନଦୀ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ ଏବଂ ଗ୍ରୀଷ୍ମ ଓ ଶୀତଋତୁରେ ଶୁଷ୍କ ହୋଇଯାଉଥିବା ଋଷିକୁଲ୍ୟା ଚିରସ୍ରୋତା ହୋଇପାରିବ। କେବଳ ସେତିକି ନୁହେଁ,…
ବୈଷୟିକ ଜ୍ଞାନକୌଶଳରେ ଶିକ୍ଷାଦାନ ପାଇଁ ପ୍ରୟାସ
ଧରାକୋଟ,୧୬ା୧(ଡି.ଏନ.ଏ.)-ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏକ ଭିନ୍ନ ପଦକ୍ଷେପ ଆପଣେଇଛନ୍ତି। ସୂଚନା…
ଟିକ୍ଟକ୍ ଶୁଟିଂ ବେଳେ ଦୁର୍ଘଟଣା : ଭିଣୋଇ ମୃତ, ଶାଳକ ଗୁରୁତର
ବ୍ରହ୍ମପୁର ଅଫିସ,୧୬ା୧-୧୬ନଂ. ଜାତୀୟ ରାଜପଥ ଖଜୁରିଆ ବାଇପାସ ନିକଟରେ ବୁଧବାର ସନ୍ଧ୍ୟାରେ ଟିକ୍ଟକ୍ ଶୁଟିଂ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ବାଇକ୍ରେ ବସି ୨ ଜଣ ଯୁବକ ଟିକ୍ଟକ୍ ଶୁଟିଂ କରୁଥିବା ବେଳେ ଟ୍ରକ୍ ଧକ୍କାରେ ଭିଣୋଇ (ବାଇକ୍ ଚାଳକ)ଙ୍କ ମୃତ୍ୟୁ…
ଅଗ୍ନିକାଣ୍ଡରେ ଧାନଗଦା ଜଳିଗଲା
ଗଞ୍ଜାମ,୧୫ା୧(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ଉମୁରି ଧର୍ମଶରଣପୁର ଗ୍ରାମରେ ବିଦ୍ୟୁତ ତାରରୁ ନିଅଁାଝୁଲ ଖସି ଧାନ ଗଦା ଜଳି ଯାଇଛି। ଖଳାରେ ଥିବା ପ୍ରାୟ ୩୨ ଏକର ଜମିରୁ ଉତ୍ପାଦିତ ୨ଟି ଧାନ ଗଦା ଓ ୪ ପାଳଗଦା ପୋଡି ପାଉଁଶ ହୋଇଯାଇଛି।…
୨୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଗଲା
ଆର.ଉଦୟଗିରି, ୧୫ା୧(ଡି.ଏନ.ଏ.)- ଆର.ଉଦୟଗିରି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି ଜିଲାପାଳ ଅନୁପମ ସାହା ଓ ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ ଥାନା…
ଗଞ୍ଜାମରେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର ପର୍ଦ୍ଦାଫାଶ: ୨ ଛାତ୍ର ଗିରଫ
ବ୍ରହ୍ମପୁର ଅଫିସ ,୧୫।୧ – ଗଞ୍ଜାମ ଜିଲାରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଏଥିରେ ସାମିଲ ଥିବା ୨ ଜଣ ଯୁକ୍ତ ୩ ଛାତ୍ରଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ଅଭିଯୁକ୍ତ ଦ୍ୱୟ…

