ଗଞ୍ଜାମ

ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ ରହିଥିଲା। ହେଲେ ଘରୋଇ କଲେଜଗୁଡ଼ିକରେ ନାମଲେଖା ହୋଇଥିଲା। ଶୁକ୍ରବାର ସ୍ବାଭାବିକ ଭାବେ ନାମଲେଖା ଅନୁଷ୍ଠିତ…

ପୋଲିସ ପରିଚୟ ଦେଇ ଲୁଟିନେଲେ ସୁନାଚେନ, ମୁଦି

ବ୍ରହ୍ମପୁର ଅଫିସ,୬ା୭-ବ୍ରହ୍ମପୁର ସହରରେ ପୋଲିସ ପରିଚୟ ଦେଇ ଲୁଟେରାମାନେ ବରିଷ୍ଠ ନାଗରିକଙ୍କଠାରୁ ସୁନାଗହଣା ଲୁଟି ନେଉଛନ୍ତି। ଗୋଟିଏ ପରେ ଗୋଟିଏ ଏପରି ଘଟଣା ଘଟୁଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ। ନକଲି ପୋଲିସ ଏବେ ଅସଲକୁ ଖୋଲା ଚ୍ୟାଲେଞ୍ଜ ଦେଇ…

ତହସିଲଦାରଙ୍କ ଅଚାନକ ଶେରଗଡ଼ ମେଡିକାଲ, ବିଇଓ କାର୍ଯ୍ୟାଳୟ ପରିଦର୍ଶନ: କାର୍ଯ୍ୟାଳୟରେ କର୍ମଚାରୀ ଅନୁପସ୍ଥିତ ନେଇ ଖୁବ୍ଧ

ଶେରଗଡ଼,୫ା୭(ଡି.ଏନ.ଏ.)- ଶେରଗଡ଼ ମେଡିକାଲ ଓ ଶିକ୍ଷା ବିଭାଗରେ ବହୁ ଅବ୍ୟବସ୍ଥା ଲାଗି ରହିଥିବା ଗଞ୍ଜାମ ଜିଲାପାଳଙ୍କ ନିକଟରେ ଖବର ପହଞ୍ଚତ୍ ଥିଲା। ଏନେଇ ତୁରନ୍ତ ତଦନ୍ତ କରିବାକୁ ଜିଲାପାଳ ତହସିଲଦାର ଡ. ଦୟାସିନ୍ଧୁ ପରିଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର…

ପାଣି ଚିନ୍ତା, ବର୍ଷା ଉପରେ ଭରସା: ଗଞ୍ଜାମ ଜିଲାରେ ଖରିଫ ଫସଲ

ଛତ୍ରପୁର,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ଚଳିତବର୍ଷ ହେବାକୁ ଥିବା ଖରିଫ୍‌ ଫସଲ ପାଇଁ ଚାଷୀଙ୍କୁ ପାଣି ଚିନ୍ତା ଘାରିଛି। ଜିଲାରେ ହେଉଥିବା ଖରିଫ ଫସଲକୁ ଜଳସେଚନର ଅଭାବ ରହିଛି। ଫଳରେ ବର୍ଷା ଉପରେ ଚାଷୀଙ୍କୁ ନିର୍ଭର କରିବାକୁ ପଡୁଛି। ବିଗତ ଦିନଗୁଡିକରେ ମଧ୍ୟ…

ଚାଳରେ କୁକୁଡ଼ା ଚଢ଼ିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ୮ କୋର୍ଟ ଚାଲାଣ

କୁକୁଡ଼ାଖଣ୍ଡି,୫ା୭(ଡି.ଏନ.ଏ.)- କୁକୁଡ଼ାଖଣ୍ଡି ଦଳିତ ସାହିରେ ଜଣଙ୍କ ଚାଳରେ କୁକୁଡ଼ା ଚଢ଼ିବା ଘଟଣାକୁ ବୁଧବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଆକ୍ରମଣ ପ୍ରତି ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଆଙ୍କୁଶପୁର ସଦର ଥାନା ପୋଲିସ…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୫ା୭- ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ବ୍ରହ୍ମପୁର ଗୋସାଣୀନୂଆଗଁା ଗୁଣ୍ଡିଚା ମଣ୍ଡପ ନିକଟରେ ଗୁରୁବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ଶିଶୁ ବାର୍ତ୍ତା ଆନୁକୂଲ୍ୟରେ ଆୟୋଜିତ ତ୍ରୟୋଦଶ ମହୋତ୍ସବ ୮ ଦିନ ଧରି ଚାଲିବ। ଶିଶୁ କଳାକାର ରାଜ କୁମାର ଏହାକୁ ଉଦ୍‌ଘାଟନ…

ପ୍ରେମ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ୨ ଗିରଫ

ଗଞ୍ଜାମ,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନି ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁରଚୁଅଁା ଗ୍ରାମର ଜନାର୍ଦ୍ଦନ ନାହାକ ଓରଫ ଦନା (୪୧) ଓ ସହଯୋଗୀ ଉକ୍ତ କଲେଜର ପୂର୍ବତନ ଛାତ୍ର…

ନିଶାଶକ୍ତ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ.ଏ.)- ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଜଣେ କାର ଚାଳକଙ୍କୁ ଦାରିଙ୍ଗବାଡ଼ି ପୋଲିସ ଥାନାକୁ ଆଣିଛି। ଚାଳକ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଭୀମ ବିଶ୍ୱାଳ। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ପରୀକ୍ଷା…

ମାଟ୍ରିକ ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପାତ୍ରପୁର,୪ା୭(ଡି.ଏନ୍‌.ଏ.)- ରାଜ୍ୟରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ୨ଦିନ ହେଲା ସାର୍ଟିଫିକେଟ ପ୍ରଦାନ କରାଯାଉଛି। ସରକାର ବିନା ଅର୍ଥରେ ଏହି ସାର୍ଟିଫିକେଟ ଦେଉଥିବାବେଳେ ପାତ୍ରପୁର ଅଞ୍ଚଳର ଏକ ହାଇସ୍କୁଲରେ ଏନେଇ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହୋଇଛି। ବିନା ଟଙ୍କାରେ…

ଶହେବର୍ଷ ପରେ…ସୋରଡା ରଥଯାତ୍ରାରେ ଛେରାପହଁରା କଲେ ରାଜବଂଶୀ

ସୋରଡା,୪ା୭(ଡି.ଏନ୍‌.ଏ.)- ଦୀର୍ଘ ଶହେବର୍ଷ ପରେ ସୋରଡା ରଥଯାତ୍ରାରେ ରାଜବଂଶୀ ଛେରାପହଁରା କରିଛନ୍ତି। ଡ. ଦେବବତ୍ତ ସିଂଦେଓ ଯୋଗଦେଇ ରଥାରୁଢ ଠାକୁରଙ୍କ ନିକଟରେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି। ମଧ୍ୟାହ୍ନରେ ତହସିଲ କାର୍ଯ୍ୟାଳୟରୁ ପାଟ୍ଟଭୋଗ ଆସିବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନରେ…

ହିଞ୍ଜିଳିକାଟୁରେ ଟଣାହେଲା ରଥ

ହିଞ୍ଜିଳିକାଟୁ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରଥଟଣା ଯାଇଛି। ହୁଳହୁଳି, ଶଙ୍ଖଧ୍ୱନି, ହରିବୋଲ ଶବ୍ଦରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ହିଞ୍ଜିଳିକାଟୁ ରାଜବାଟୀ ନୃସିଂହ ମନ୍ଦିରରେ ପୂଜିତ ଦଧିବାମନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ…

ବ୍ରହ୍ମପୁରରେ ଖୋଲିଲା ଦୁଗ୍ଧ ଏଟିଏମ୍‌

ବ୍ରହ୍ମପୁର ଅଫିସ,୪ା୭: ଗଞ୍ଜାମ – ଗଜପତି ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍‌ ପକ୍ଷରୁ ରାଜ୍ୟର ପ୍ରଥମ ଦୁଗ୍ଧ ବିଶୋଧିତ ଏବଂ ଭିଟାମିନ ମିଶ୍ରିତ ଏଟିଏମ ଗୁରୁବାର ବ୍ରହ୍ମପୁର ଗେଟ୍‌ବଜାର ନିକଟସ୍ଥ ସଂଘ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଗଞ୍ଜାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri