ଗଜପତି

ଲାଗିଛି ନିମ୍ନମାନର ଡଷ୍ଟବିନ୍‌ ଷ୍ଟାଣ୍ଡ

କାଶୀନଗର,୨୪ା୨(ଡି.ଏନ୍‌.ଏ.) ଗଜପତି ଜିଲା କାଶୀନଗର ଏନ୍‌ଏସିରେ ସଫେଇ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏଥିପାଇଁ ଅଞ୍ଚଳରେ ଘୁଷୁରିଙ୍କ ଉପଦ୍ରବ ପୁଣି ବଢ଼ିଛି। ତେବେ ଲୋକେ ଅଳିଆ ଆବର୍ଜନା ବାହାରେ ନ ଫୋପାଡ଼ି...

ତିତ୍‌ଲିର ବର୍ଷେ ପରେ ବି ନିର୍ମାଣ ହୋଇପାରୁନି ରାସ୍ତା

ପାରଳାଖେମୁଣ୍ଡି,୨୪ା୨(ସ୍ବ.ପ୍ର.) ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ କଇଁପୁର-ତୁମ୍ବ ରାସ୍ତାଟି ତିତ୍‌ଲି ପର ବନ୍ୟାରେ ଧୋଇ ହୋଇଯାଇଛି। ହେଲେ ତିତ୍‌ଲିକୁ ଇତିମଧ୍ୟରେ ୧ବର୍ଷ ୪ମାସ ବିତିଯାଇଥିଲେ ମଧ୍ୟ ନୂତନ ରାସ୍ତା କିମ୍ବା ମରାମତି ହୋଇପାରିନାହିଁ। ତିତ୍‌ଲିରେ ଗଜପତି ଜିଲାର ରାୟଗଡ଼ ବ୍ଲକ୍‌...

ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର

କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ ବିକ୍ରି ହେଉଛି। ହେଲେ ସଫେଇ ପ୍ରତି ଏନ୍‌ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ...

ପଥର ଖୋଲରୁ ୨ ମୃତଦେହ ଉଦ୍ଧାର

ଆର.ଉଦୟଗିରି,୨୬ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ଥାନା ଖମ୍ଭାରିସାହି ଗ୍ରାମ ନିକଟସ୍ଥ ତିତ୍‌ଲି ଆମ୍ବ ପର୍ବତର ଏକ ପଥର ଖୋଲରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରଷଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ଏ ନେଇ ଆର.ଉଦୟଗିରି ପୋଲିସ ନଂ. ୧/୨୦ରେ...

ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିର

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଶୁକ୍ରବାର ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆର. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ଯୋଗ ଦେଇ ରକ୍ତଦାନ ମହାପୁଣ୍ୟର ମହତ୍ୱକୁ ଜନସାଧାରଣଙ୍କୁ...

ଚିକିଟିକୁ ଲେଉଟିଲେ ହାତୀପଲ

ଚିକିଟି,୧୯ା୧(ଡି.ଏନ.ଏ.)-ଗଜପତି ଜିଲାର ଲଖାରି ଜଙ୍ଗଲ ଛାଡି ଏଣେତେଣେ ବୁଲୁଥିବା ଏକ ହାତୀପଲ ପୁଣି ଏବେ ଚିକିଟି ଅଞ୍ଚଳକୁ ଫେରିଛନ୍ତି। ଶନିବାର ବିଳମି୍ବତ ରାତିରେ ଗୋବିନ୍ଦନଗର ଗ୍ରାମର କୋରା ସାହୁ, ଗୋବର୍ଦ୍ଧନ ସାହୁଙ୍କ ଧାନଖଳାରେ ୧୦ରୁ ଊର୍ଦ୍ଧ୍ୱ ହାତୀପଲ ପଶି କ୍ଷତିଗ୍ରସ୍ତ...

ପୋଲିଓ ବୁନ୍ଦା ଖାଇଲେ ଶିଶୁ

ଚନ୍ଦ୍ରଗିରି,୧୯।୧(ଡି.ଏନ୍‌.ଏ.): ସମଗ୍ର ଭାରତକୁ ପୋଲିଓମୁକ୍ତ କରିବା ଉଦ୍ଦେଶ୍ୟରେ ଜନ୍ମରୁ ପାଞ୍ଚ ବର୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯାଉଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲା ମୋହନା ଅଞ୍ଚଳରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୋଲିଓ କେନ୍ଦ୍ରଗୁଡ଼ିକରେ ରବିବାର ଶିଶୁମାନଙ୍କୁ ପୋଲିଓ ବୁନ୍ଦା...

ପଦ୍ମ ପଙ୍କରେ ଲୀନ ହେଲା କଣ୍ଟାସାଗର

ରାୟଗଡ଼(ଗଜପତି),୧୮।୧-ଗଜପତି ଜିଲା ରାୟଗଡ଼ସ୍ଥିତ ଶତାୟୁ ‘କଣ୍ଟାସାଗର’ ପୋଖରୀ ଆଉ ଅଞ୍ଚଳବାସୀଙ୍କ କାମରେ ଲାଗୁନି। ଦିନେ ଅଞ୍ଚଳ ପାଇଁ ଆଶୀର୍ବାଦ ପାଲଟିଥିବା ଏହି ପୋଖରୀ ଏବେ ପଦ୍ମ ପଙ୍କରେ ଭର୍ତ୍ତି ହୋଇ ସମ୍ପୂୂର୍ଣ୍ଣ ନଷ୍ଟ ହୋଇଛି। ରାୟଗଡ଼ ଗ୍ରାମର ଉଭୟ ପାର୍ଶ୍ୱର...

୨୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଗଲା

ଆର.ଉଦୟଗିରି, ୧୫ା୧(ଡି.ଏନ.ଏ.)- ଆର.ଉଦୟଗିରି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି ଜିଲାପାଳ ଅନୁପମ ସାହା ଓ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ...

ପରଲୋକରେ ପାରଳା ମହାରାଜା

ଭୁବନେଶ୍ୱର/ପାରଳାଖେମୁଣ୍ଡି,୧୦।୧(ବ୍ୟୁରୋ/ସ୍ବ.ପ୍ର.): ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା।  ୨୦୧୬ରୁ ପାରଳା ମହାରାଜାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ତେଣୁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ...

ବଂଶଧାରାର ଜଳକୁ ନେଇ ତୁଟୁନି ବିବାଦ: ସୁପ୍ରିମ୍‌କୋର୍ଟରେ ଶୁଣାଣି ଆଜି

କାଶୀନଗର, ୧୦।୧(ଡି.ଏନ୍‌.ଏ.)-ସୁପ୍ରିମ୍‌କୋର୍ଟ ଶୁକ୍ରବାର ବଂଶଧାରା ଜଳ ବିବାଦର ଶୁଣାଣି ରହିଛି। ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନରୁ ଏହାକୁ ନେଇ ବିବାଦ ଲାଗିରହିଛି। ଟ୍ରିବ୍ୟୁନାଲ୍‌ରୁ ବିବାଦ ଏବେ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଶୁକ୍ରବାର ଏହି ବିବାଦର ଶୁଣାଣି ଉପରେ ଗଜପତି ଜିଲା...

ଭରୁନି ତିତ୍‌ଲି କ୍ଷତ :ଏବେ ବି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୭।୧(ସ୍ବ.ପ୍ର.) – ତିତ୍‌ଲି ବାତ୍ୟା ଯିବାର ବର୍ଷେ ପୁରିଲାଣି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଭୟଙ୍କର ବାତ୍ୟା ଓ ଏହା ପରବର୍ତ୍ତି ବର୍ଷାରେ ଘର ନଷ୍ଟ ହୋଇଥିବାବେଳେ ବାତ୍ୟା ସହାୟତା କେବଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri