ଢେଙ୍କାନାଳ ଜିଲାରେ ବିପର୍ଯ୍ୟସ୍ତ ଶିକ୍ଷା : ୧୦୮ ହାଇସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ
ଢେଙ୍କାନାଳ ଅଫିସ, ୬।୭ – ଢେଙ୍କାନାଳ ଜିଲାରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହେବାରେ ଲାଗିଛି। ଭିତ୍ତିଭୂମି ଥିବା ସତ୍ତ୍ୱେ ଶିକ୍ଷକ ଅଭାବ ଏବେ ଶିକ୍ଷା ପ୍ରଗତିରେ ସାଜିଛି ଅନ୍ତରାୟ। ଜିଲାର ୧୩୩ ହାଇସ୍କୁଲ ମଧ୍ୟରୁ ୧୦୮ଟିରେ ପ୍ରଧାନ ଶିକ୍ଷକ ନାହାନ୍ତି। ସେହିପରି…
ଢେଙ୍କାନାଳରେ ହିମାଚଳ ପ୍ରଦେଶ ଅଧିକାରୀ: ଛତୁ ଫାର୍ମ ବୁଲିଲେ, ଚାଷୀଙ୍କୁ ଉତ୍ସାହିତ କଲେ
ଢେଙ୍କାନାଳ ଅଫିସ, ୬ା୭ – ହିମାଚଳ ପ୍ରଦେଶ ସୋଲାନ ଛତୁ ଗବେଷଣା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବେଦ ପ୍ରକାଶ ଶର୍ମା ଶୁକ୍ରବାର ଢେଙ୍କାନାଳ ଜିଲାରେ ଛତୁ ଚାଷ ଫାର୍ମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସଦର ବ୍ଲକ ଲମ୍ବୋଦରପୁର ଗ୍ରାମର…
ବଣସିଂହରେ ଗଡ଼ିଲା ପ୍ରଥମ ରଥ
ଢେଙ୍କାନାଳ ଅଫିସ, ୫।୭-ଢେଙ୍କାନାଳ ସଦର ବ୍ଲକ ବଣସିଂହରେ ଚଳିତବର୍ଷ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ରଥରେ ମହାପ୍ରଭୁ ଜଗନ୍ନାଥ, ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳରାମ ମାଉସୀ ଘରକୁ ଏକାଠି ଯାତ୍ରା କରିଛନ୍ତି। ବଣସିଂହର ଆରାଧ୍ୟ ଦେବତା ପ୍ରଭୁ…
କାର୍ଯ୍ୟରେ ଅବହେଳା କରି ଶିକ୍ଷକ ନିଲମ୍ବିତ
କାମାକ୍ଷାନଗର,୫।୭(ଡି.ଏନ.ଏ.)-କାର୍ଯ୍ୟରେ ଅବହେଳା ଅଭିଯୋଗରେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଗୋଡ଼ିସାହି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାସ ଶୁକ୍ରବାର ନିଲମ୍ବିତ ହୋଇଛନ୍ତି। ବିଇଓ ହରିହର ଦେହୁରୀ ସ୍କୁଲ ପରିଦର୍ଶନରେ ଯାଇଥିବାବେଳେ ସମ୍ପୃକ୍ତ ଶିକ୍ଷକ ବିନା ସୂଚନାରେ ଛୁଟିରେ…
ହାତୀ ଶାବକର ମୃତଦେହ ଉଦ୍ଧାର
ସାତମାଇଲ, ୫।୭(ଡି.ଏନ୍.ଏ.)-ଢେଙ୍କାନାଳ ଜିଲା ରାସୋଳ ସେକ୍ସନ ଅଧୀନ ବାଲିସାହି ନିକଟ ମୁଣ୍ଡିଆରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ୨ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ହାତୀ ଛୁଆର ମୃତ୍ୟୁ…
ମଦ ଚାଲାଣବେଳେ ଗୋଡ଼ାଇଲେ ଅବକାରୀ କର୍ମଚାରୀ: ବ୍ରାହ୍ମଣୀକୁ ଡେଇଁ ଯୁବକ ମୃତ
ପରଜଙ୍ଗ, ୩।୭ (ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ବାଇକ୍ରେ ମଦଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କବଳରୁ ବର୍ତ୍ତିବା ପାଇଁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଥିବା ଜଣେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।…
ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ: ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷେ ଟଙ୍କା
ପରଜଙ୍ଗ, ୩।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ପୁଣିଥରେ ଲୁଟେରା ଆତଙ୍କ ଦେଖାଦେଇଛି। ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗ୍ରାମ ନିକଟରୁ ମଙ୍ଗଳବାର ଅପରାହ୍ନରେ ଭାରତ ଫାଇନାନ୍ସ କର୍ମଚାରୀ ଆଶିଷ କୁମାର ନାୟକଙ୍କ ଠାରୁ ଏକଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍…
ଆରମ୍ଭ ହେଲା ସ୍ମାର୍ଟ କ୍ଲାସ୍ ପ୍ରକଳ୍ପ
ଢେଙ୍କାନାଳ ଅଫିସ, ୩।୭ – ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ‘ସ୍ଲାର୍ଟ କ୍ଲାସ ପ୍ରକଳ୍ପ’। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଢେଙ୍କାନାଳ ରାଜ୍ୟର ପ୍ରଥମ ଜିଲା। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ…
ମେରାମଣ୍ଡଳୀ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ: ଜରୁରୀ ସେବା ବାଧାପ୍ରାପ୍ତ, ତାତିଲେ ଜନତା
ଢେଙ୍କାନାଳ ଅଫିସ, ୩ା୭ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମେରାମଣ୍ଡଳୀ ସବ୍ଷ୍ଟେଶନ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ସୀମା ଟପିଲାଣି। ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁ ଜରୁରୀ ସେବା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ…
ବମ୍ବେ ପୋଲିସ ଦ୍ୱାରା ଢେଙ୍କାନାଳର ନାବାଳିକା ଉଦ୍ଧାର: ଏମ୍ପିରେ ବିବାହ କରାଇଦେଇଥିଲେ ଦଲାଲ
ଢେଙ୍କାନାଳ ଅଫିସ, ୩।୭-ସମ୍ପର୍କୀୟ ଏବଂ ଦଲାଲଙ୍କ ଦ୍ୱାରା ମଧ୍ୟପ୍ରଦେଶରେ ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଜୋରଜବରଦସ୍ତ ବିବାହ କରାଇ ଦିଆଯାଇଥିଲା। ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ଉକ୍ତ ନାବାଳିକାଙ୍କୁ ବମ୍ବେ ପୋଲିସ ଉଦ୍ଧାର କରିଛି।…
ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତଙ୍କୁ ଜାତୀୟସ୍ତରୀୟ କୋଚ୍ ମାନ୍ୟତା
ଢେଙ୍କାନାଳ ଅଫିସ, ୨।୭ ଜାତୀୟସ୍ତରରେ କୋଚ୍ ମାନ୍ୟତା ପାଇଛନ୍ତି ଢେଙ୍କାନାଳର ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତ ସାହୁ। କେରଳ ଥିରୁଭାନନ୍ତପୁରମ୍ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଗତ ମେ ୨୩ରୁ ଜୁନ ୨୫ ଯାଏ ଆୟୋଜିତ ସାର୍ଟିଫିକେଟ କୋର୍ସରେ ରାଜ୍ୟର ଏକମାତ୍ର…
ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ
ଢେଙ୍କାନାଳ ଅଫିସ, ୨ା୭ ଢେଙ୍କାନାଳ ଡାକମଣ୍ଡଳ ପକ୍ଷରୁ ମୁଖ୍ୟ ଡାକଘର ପରିସରରେ ସୋମବାର ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ ହୋଇଯାଇଛି। ଡାକମଣ୍ଡଳ ଅଧୀକ୍ଷକ ବିପିନ ବିହାରୀ ମହାନ୍ତି, ପ୍ରଧାନ ଡାକପାଳ ପୂର୍ଣ୍ଣଚନ୍ଦ୍ର ଶୁକ୍ଳା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବରିଷ୍ଠ ପରିଚାଳକ…
Archives


