ଗଛ ବଞ୍ଚାଇଦେଲା ଜୀବନ:ନାଳରେ ଭାସି ଯାଇଥିବା ବୃଦ୍ଧା ଉଦ୍ଧାର
ରାସୋଳ, ୨୯ା୧୦(ଡି.ଏନ.ଏ) ଗଛ ବଞ୍ଚାଇଦେଲା ବୃଦ୍ଧାଙ୍କ ଜୀବନ। ଘଟଣା ଘଟିଛି ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ବାହାଲୁଣ୍ଡା ଗ୍ରାମ ନିକଟରେ। ରବିବାର ରାତିରେ ସ୍ଥାନୀୟ ବଡଯୋରା ନାଳରେ ବୃଦ୍ଧା ଜଣକ ଭାସିଯାଇଥିବା ବେଳେ ସୋମବାର ସକାଳେ ତାଙ୍କୁ ଉଦ୍ଧାର କରାଯାଇଛି।...
ଗୋରୁ ଚାଲାଣ, ୬ ଗିରଫ
ଭୁବନ, ୨୮ା୧୦(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ପୋଲିସ ସାମବାର ଭୋର ସମୟରେ ୫୩ ନମ୍ବର ଜାତୀୟ ରାଜପଥ ଭୂଷଳ ଛକ ନିକଟରେ ଦୁଇଟି ଗୋରୁ ବୋଝେଇ ମିନିଟ୍ରକ ଜବତ କରିଛି। ଟ୍ରକ୍ ଦୁଇଟି (ନଂ. ଓଡି.୦୬-ଏ-୯୭୪୯ ଓ ଓଡି ୦୫-ଇ-୩୮୬୦)...
ଜଳିଗଲା ଲୁଗା ଦୋକାନ ୫୦ ଲକ୍ଷର ସାମଗ୍ରୀ ନଷ୍ଟ
ଭୁବନ,୨୮ା୧୦(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ୨ନଂ ୱାର୍ଡ ଶିଶୁମନ୍ଦିର ନିକଟସ୍ଥ ଶ୍ରୀକୃଷ୍ଣ ଡ୍ରେସ୍ ହାଉସ ମାଲିକଙ୍କ ଘରେ ରବିବାର ସନ୍ଧ୍ୟା ପ୍ରାୟ ୮ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଡ୍ରେସ ଓ ପୋଷାକ ଜଳିଯାଇଛି।...
ଏକଦିବସୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ: ‘ପରିମାର୍ଜିତ ହେଲେ ଶିକ୍ଷାର ବିକାଶ ହେବ’
କାମାକ୍ଷାନଗର, ୨୭।୧୦(ଡି.ଏନ.ଏ.) – ପ୍ରଧାନ ଶିକ୍ଷକ ବିଦ୍ୟାଳୟର ମୁରବି। ତାଙ୍କୁ ଅନୁକରଣ କରି ସହକାରୀ ଶିକ୍ଷକମାନେ କାର୍ଯ୍ୟ କରନ୍ତି। ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଶୈଳୀ ଏବଂ ବ୍ୟବହାର ପରିମାର୍ଜିତ ହେବା ନିତାନ୍ତ ଜରୁରୀ। ସହକାରୀଙ୍କୁ ପରିବାର ସଦସ୍ୟ ଭାବିଲେ ଏବଂ ଛାତ୍ରୀଛାତ୍ରଙ୍କୁ...
ଲଗାଣବର୍ଷା ଆଣିଲା ଦୁଃଖ: ୭୫୦ ହେକ୍ଟର ଚାଷ ଜମି ଜଳମଗ୍ନ
ଢେଙ୍କାନାଳ ଅଫିସ, ୨୬।୧୦ – ଲଘୁଚାପଜନିତ ଲଗାଣ ବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି। ଧାନ ବାହାରିବା ସମୟରେ ଜଳମଗ୍ନ ହୋଇପଡ଼ିଛି ଚାଷଜମି। ଚାଷୀମାନେ ବର୍ଷସାରା ପରିଶ୍ରମ କରି ଭଲ ଫସଲ ଉତ୍ପାଦନକୁ ଚାହିଁ ରହିଥିବାବେଳେ...
ସରକାରୀ ଜମି ହାତେଇ ନେବାକୁ ମସୁଧା: ଗ୍ରାମବାସୀ ତହସିଲଦାରଙ୍କ ଦ୍ୱାରସ୍ଥ
ପରଜଙ୍ଗ, ୨୬।୧୦(ଡି.ଏନ.ଏ.) – ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଭେଜିଆ ୪ନଂ. କଲୋନୀ ନିକଟବର୍ତ୍ତୀ ସରକାରୀ ଜମିକୁ ଚଞ୍ଚକତା କରି ପଟ୍ଟା କରାଇ ନେବାକୁ ମସୁଧା କରାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ ଶୁକ୍ରବାର ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି।...
ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି: ସ୍ବୟଂଶାସିତ ମାନ୍ୟତା ହରାଇବ ଢେଙ୍କାନାଳ କଲେଜ
ଢେଙ୍କାନାଳ ଅଫିସ, ୨୬।୧୦ – ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ରାଜ୍ୟ ସରକାର ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି। ଫଳରେ ସ୍ବୟଂଶାସିତ ମାନ୍ୟତା ହରାଇବାକୁ ବସିଛି...
ଟାଟାଷ୍ଟିଲ୍ ବିଏସ୍ଏଲ୍ର ଅଭିନବ ପ୍ରୟାସ: ଆରମ୍ଭ ହେଲା ସବୁଜ ବିଦ୍ୟାଳୟ ପରିଯୋଜନା
ଢେଙ୍କାନାଳ ଅଫିସ, ୨୫।୧୦- ଛାତ୍ରୀଛାତ୍ରଙ୍କୁ ପରିବେଶ ସହ ଯୋଡ଼ିବା ଭଳି ମହତ୍ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍ ବିଏସ୍ଏଲ୍ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ ହୋଇଛି ସବୁଜ ବିଦ୍ୟାଳୟ ପରିଯୋଜନା। ନୂଆଦିଲ୍ଲୀସ୍ଥିତ ଶକ୍ତି ଓ ସମ୍ବଳ ଶିକ୍ଷାନୁଷ୍ଠାନ ସହଭାଗିତାରେ...
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର: ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ
କାମାକ୍ଷାନଗର, ୨୫।୧୦(ଡି.ଏନ୍.ଏ.)-ବିଗିଡ଼ିଯାଇଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା। ମେଡିକାଲ ଭିତରକୁ ପଶିବା କ୍ଷଣି ଶୁଣିବାକୁ ମିଳୁଛି କେବଳ ‘ନାହିଁ’। ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଥିବାବେଳେ ମନମାନି କରୁଛନ୍ତି ଡାକ୍ତର। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ କଥାକୁ ବି କେହି ଖାତିର କରୁନାହାନ୍ତି।...
ଲଗାଣ ବର୍ଷାରେ ଢେଙ୍କାନାଳ ବେହାଲ
ଢେଙ୍କାନାଳ ଅଫିସ,୨୪ା୧୦-ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ଧରି ଲଗାଣବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ବୁଧବାର ଜିଲାରେ ୩୦୪.୩ ମିିଲିମିଟର ବର୍ଷା ହୋଇଥିବାବେଳେ ହିନ୍ଦୋଳରେ ସର୍ବାଧିକ ୬୬.୨ ମିଲିମିଟର ବର୍ଷା ହୋଇଛି। ସେହିପରି ଗୁରୁବାର ସକାଳ...
ଛୁଆ ହାତୀର ମୃତ ଦେହ ଉଦ୍ଧାର, ହାତୀ ପଲଙ୍କ ଆକ୍ରମଣରେ ମୃତ୍ୟୁ ସନ୍ଦେହ
ପରଜଙ୍ଗ,୨୪।୧୦(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଡମୋଳ ଗାଁ ନିକଟ ଧାନ ବିଲରୁ ଗୁରୁବାର ଏକ ଛୁଆ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି। ହାତୀଟି ବୁଧବାର ରାତିରୁ ମରି ପଡ଼ିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ,...
ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ: ଶପଥ ନେଲେ ଛାତ୍ରୀଛାତ୍ର
ଢେଙ୍କାନାଳ ଅଫିସ, ୨୪।୧୦ – ଢେଙ୍କାନାଳ ଜିଲା ପ୍ରଶାସନ, ଆକ୍ସନ ଏଡ୍ ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଗୋବିନ୍ଦପୁରସ୍ଥିତ କାମାକ୍ଷା ପ୍ରସାଦ ହାଇସ୍କୁଲରେ ‘ବାଲ୍ୟ ବିବାହକୁ ନା ଏବଂ ବିଦ୍ୟାଳୟକୁ ହଁ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।...
Archives


