ଘାରୁଛି ଭୟ: ୫ ପଞ୍ଚାୟତର ଜଣେ ବି ପ୍ରାର୍ଥୀ କରିନାହାନ୍ତି ନାମାଙ୍କନ ଦାଖଲ
ଦେବଗଡ଼,୨୧।୧(ଡି.ଏନ୍.ଏ.): ଦେବଗଡ଼ ଜିଲା ତିଳେଇବଣି ବ୍ଲକର ୫ ଟି ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ ହୋଇନାହିଁ। ୱାର୍ଡସଭ୍ୟ, ସରପଞ୍ଚ ଏବଂ ସମିତିସଭ୍ୟ ପାଇଁ ଜଣେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ, ଦିମିରିକୁଦା ପଞ୍ଚାୟତରେ ନାମାଙ୍କନପତ୍ର…
ନେଟଓ୍ବର୍କ ନ ଆସିଲେ ଭୋଟ କଥା ଭୁଲିଯାଅ
ଦେବଗଡ଼,୧୮।୧(ଡି.ଏନ.ଏ.): ନେଟୱାର୍କ ସମସ୍ୟା ନେଇ ତିଲେଇବଣୀ ବ୍ଲକର ୬ଟି ପଞ୍ଚାୟତବାସୀ ଦୀର୍ଘଦିନ ଧରି ଅସନ୍ତୋଷ ଅଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ଫଳରେ ଅଞ୍ଚଳବାସୀ ଆଗାମୀ…
୧୨ଲକ୍ଷ ଟଙ୍କାରେ ଡିଲ୍ ହେଉଥିଲା ବାଘ ଛାଲ,ତା’ପରେ…
ଦେବଗଡ଼,୧୭।୧ (ଡି.ଏନ୍.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲରୁ ଦେବଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍ ସୋମବାର ଏକ ଚିତାବାଘର ଛାଲ ଜବତ କରିଛି। ଏହା ସହ ୫ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବାଘ…
ବିଷ ପିଇଲେ ନବ ବିବାହିତା
ଦେବଗଡ଼,୧୭।୧(ଡି.ଏନ୍.ଏ.): ଦେବଗଡ଼ ଆଦର୍ଶ ଥାନା ଅଧୀନ ରମ୍ଭେଇ ଡାହିପାଳ ଗ୍ରାମର ନବଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାହିପାଳ ଗ୍ରାମର ଅଶୋକ ସାମାଡ ଏବଂ ଦନ୍ତାରିବାହାଲ ଗ୍ରାମର…
ଡ୍ରାଇଭରଙ୍କୁ ଛୁରାମାଡ଼ କରି ନେଇଯିବାକୁ ବସିଥିଲେ କାର
ଦେବଗଡ଼,୧୫।୧ (ଡି.ଏନ୍. ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଚଟି ବରଘାଟ – ତିଳେଇବଣି ୪୯ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭଡା କାରର ଡ୍ରାଇଭରଙ୍କୁ ଛୁରାମାଡ଼ ହୋଇଛି। ପରେ କାର ଲୁଟ ଉଦ୍ୟମ ହେଉଥିବା ବେଳେ ସୂଚନାପାଇ…
୨୬ ବର୍ଷ ପରେ ସ୍ତ୍ରୀ ହତ୍ୟାକାରୀ ନିର୍ଦ୍ଦୋଷ
ଦେବଗଡ଼,୮।୧(ଡି.ଏନ.ଏ.): ଏକ ହତ୍ୟା ମାମଲାର ଦୀର୍ଘ ୨୬ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଉକ୍ତ ମାମଲାର ବିଚାର କରି ଦେବଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍ ଚିନ୍ମୟ ଗୋଚ୍ଛାୟତ ମତୁଆ ମୁଣ୍ଡା ଓରଫ୍ ଗାଗାରିନ ନାମକ ଜଣେ ଅଭିଯୁକ୍ତଙ୍କୁ ପ୍ରମାଣ…
ବାଘଛାଲ, ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍: ପହଞ୍ଚିଲା ଏସ୍ଟିଏଫ୍
ଦେବଗଡ଼,୭।୧(ଡି.ଏନ୍.ଏ.): ଦେବଗଡ଼ ଜିଲା ତିଲେଇବଣି ନିକଟସ୍ଥ ୪୯.ଜାତୀୟ ରାଜପଥରୁ ଏକ କଲରା ପତରିଆ ବାଘ ଛାଲ, ଏକ ହାତୀ ଦାନ୍ତ ଏବଂ ୧ କେଜି ୭୭୦ ଗ୍ରାମର ବଜ୍ରକାପ୍ତା କାତି ଜବତ ହୋଇଛି। ଏହ ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ…
ରେଙ୍ଗାଲି ଡ୍ୟାମ୍ରୁ ମିଳିଲା ମୃତ ହାତୀ ଶାବକ
ଦେବଗଡ଼,୭ା୧(ଡି.ଏନ.ଏ) ଦେବଗଡ ବନଖଣ୍ଡ ବାରକୋଟ ଫରେଷ୍ଟ ରେଞ୍ଜ୍ ଓ ବଳମ ସେକ୍ସନ ଅନ୍ତର୍ଗତ ମୂଷାବରି ଗ୍ରାମ ନିକଟ ରେଙ୍ଗାଲି ଡ୍ୟାମ୍ ଜଳଭଣ୍ଡାରରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ହାତୀ ଶାବକର ମୃତଦେହ ଡ୍ୟାମ୍ରେ ଭାସୁଥିବା କେତେକ…
ହାତୀ ଆକ୍ରମଣରେ ଜଣେ ମୃତ
ଦେବଗଡ,୨୪।୧୧(ଡି.ଏନ୍.ଏ.): ଦେବଗଡ ଥାନା କାଳକାଠ ଗ୍ରାମ କିସାନ ସାହିର ୬୦ ବର୍ଷିୟ ଚେରୁ କିସାନଙ୍କୁ ଦଳି ଦେଲା ଦନ୍ତା ହାତୀ। ମଙ୍ଗଳବାର ବିଳମ୍ବିତ ରାତି ୩ଟା ସମୟରେ ବାଡ ଭାଙ୍ଗି ଚେରୁଙ୍କ ଘର ଭିତରକୁ ହାତୀ ପଶିବାକୁ ଉଦ୍ୟମ କରୁଥିଲା। ଏଥିରେ…
ଦେଢ଼କୋଟି ଟଙ୍କାର ସାପ ବିଷ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଗ୍ରାହକ ସାଜି ବାନ୍ଧିଲା ପୋଲିସ
ଦେବଗଡ଼,୨୦ା୧୧(ଡି.ଏନ୍.ଏ.): ସାପ ବିଷ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି। ସାପ ବିଷ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାହକ ସାଜି ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଦେବଗଡ଼ ଜିଲାର ସ୍ବତନ୍ତ୍ର ପୋଲିସ ଟିମ୍ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଚଢ଼ାଉ…
ବାଘଛାଲ ବିକ୍ରି ପାଇଁ ଡିଲ୍ବେଳେ ଧରିଲା ବନବିଭାଗ
ଦେବଗଡ଼,୧୧ା୧୧(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଧରିଛି ବନବିଭାଗ। ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡ଼ାଙ୍କୁ ଗିରଫ…
ପୋଲିସ ଉପରକୁ ଗୁଳିମାଡ଼
ଦେବଗଡ଼,୧୩।୧୦(ଡି.ଏନ.ଏ): ଗଞ୍ଜେଇ ଚାଲାଣକାରୀଙ୍କୁ ପିଛା କରିବା ବେଳେ ଦେବଗଡ଼ ଜିଲା ରିଆମାଳ ପୋଲିସ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ କୌଣସି ପୋଲିସ କର୍ମଚାରୀଙ୍କ କ୍ଷତି ହୋଇନାହିଁ। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା…

