କଟକ

ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

କଣ୍ଟାପଡ଼ା,୭।୧୦(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ତଣ୍ଡିକଣା ଗ୍ରାମର ଦିପୁ ବେହେରା(୨୨)। ଏ…

ସାଧୁତା, ସତ୍ୟତାକୁ ନେଇ ଖବର ପରିବେଷଣ ହେବା ଉଚିତ

କଟକ ଅଫିସ,୭।୧୦: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଉପରାଷ୍ଟ୍ରପତି…

କୁଶୁନୁପୁରରେ ଅଗ୍ନିକାଣ୍ଡ: ୯ ପରିବାର କ୍ଷତିଗ୍ରସ୍ତ

କଣ୍ଟାପଡା,୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁଶୁନୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୯ଟି ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ରାତିରେ ଶୁକଦେବ ରାଉତଙ୍କ ଘରେ ଶର୍ଟ୍‌ଶର୍କିଟରୁ ନିଆଁ ଲାଗିଯାଇଥିଲା। ପରେ ପ୍ରହଲ୍ଲାଦ ରାଉତ,…

ଆଜି ଆସୁଛନ୍ତି ଉପରାଷ୍ଟ୍ରପତି: ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ,୬।୧୦: ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୦ଟା ୧୫ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବେ। ସେଠାରୁ ସେ…

ଫାଇନାନ୍ସ କର୍ମଚାରୀଙ୍କଠାରୁ ୩ଲକ୍ଷ ଲୁଟ୍‌

ନିଆଳି,୫ା୧୦(ଡି.ଏନ୍‌.ଏ): ନିଆଳି ବ୍ଲକ ନିକଟରୁ ଶୁକ୍ରବାର ୩ ଲୁଟେରା ଏକ ଫାଇନାନ୍ସ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ମାଡ଼ ମାରି ୩ଲକ୍ଷ ୧୮ହଜାର ୧୩୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଫେରାର ହେଉଥିବା ବେଳେ ଜଣେ ଲୁଟେରାଙ୍କୁ ଦୁଇ କର୍ମଚାରୀ କାବୁ…

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ପ୍ରସଙ୍ଗ : ପଦକ୍ଷେପ କ’ଣ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ,୪ା୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଚଞ୍ଚକତା କରି ନିଜ ବେତନ ବାବଦରେ ପ୍ରାପ୍ୟଠାରୁ ୩୦ ଲକ୍ଷରୁ ଅଧିକ ଉଠାଇ ନେଇଥିବା ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ତେବେ…

ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଯୁବବର୍ଗ

କଟକ ଅଫିସ, ୩ା୧୦: କଟକ ସ୍ବରାଜ ଆଶ୍ରମରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ଭର୍ତ୍ତୃହରି ମହତାବ,…

ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ

କଟକ ଅଫିସ,୨-୯: ଦୁର୍ଗାପୂଜା ପାଇଁ ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ ଆରମ୍ଭ ହେଉଛି। ଏହି ଅବଧି ମଧ୍ୟରେ ଦୁଇ ଦିନ ଅର୍ଥାତ୍‌ ଅକ୍ଟୋବର ୪ ଓ ୧୧ରେ ହାଇକୋର୍ଟରେ ଅବକାଶକାଳୀନ ଖଣ୍ଡପୀଠ ବସିବ। ସେହିପରି ଏହି ଅବକାଶ ସମୟରେ ଅକ୍ଟୋବର ୩,…

ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ: ପଞ୍ଚମ ଦିନରେ ୨୬ ଦଲାଲ ଗିରଫ

କଟକ ଅଫିସ/ ଭୁବନେଶ୍ୱର,୧।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ଦଲାଲ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସ୍ପେଶାଲ ଡ୍ରାଇଭ୍‌ର ୫ମ ଦିନ ସୋମବାରରେ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ୮ ଓ ଆର୍‌ଟିଓରୁ ୧୮ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଭୁବନେଶ୍ୱର ଆର୍‌ଟିଓରୁ…

ତୋରଣରେ ଷ୍ଟାଚ୍ୟୁ ଅଫ ଲିବର୍ଟି

କଟକ ଅଫିସ,୧।୧୦: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳିଛି। ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଲାଗିପଡିଛନ୍ତି।…

ବେଆଇନ ନର୍ସିଂ ହୋମ୍‌ ମାମଲା: ହାଇକୋର୍ଟରେ ହାଜର ହେଲେ ସ୍ବାସ୍ଥ୍ୟ ସଚିବ

କଟକ ଅଫିସ,୧।୧୦: ବେଆଇନ ନର୍ସିଂହୋମ୍‌କୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ସୋମବାର ବ୍ୟକ୍ତିଗତ ହାଜର ହୋଇଛନ୍ତି। ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟ ଲାଗୁ ପାଇଁ ପ୍ରତି ଜିଲାର ଜିଲାପାଳଙ୍କୁ ଏହାର…

ରାଉରକେଲା ନିର୍ବାଚନକୁ ନେଇ ମାମଲା: ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌

କଟକ ଅଫିସ, ୧।୧୦: ରାଉରକେଲା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଭାଜପାର ପରାଜିତ ପ୍ରାର୍ଥୀ ନିହାର ରାୟଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଥିବା ଏହି ମାମଲାର ଶୁଣାଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri