ପଲିଥିନ୍ ତଲେ ଅସାହା ଜୀବନ୍ ଘଟନା : ପଁଚେତ୍ ଆଘେ ଅନଶନରେ ଗରିବ୍ ପରିବାର
ପାଇକମାଳ,୨୯ା୧୦ (ଡି.ଏନ୍.ଏ.)- ପାଇକମାଳ ବ୍ଲକ ମାଣ୍ଡୋସିଲ ପଁଚେତ୍ ଡୁମେରବାହାଲ ଗଁାର କଷ୍ଟ ସାହୁ। ସରକାରୀ ଯୋଜନାରେ ଘରଖଁଡ଼େ ଆର ରାଶନ କାର୍ଡ ଦାବିରେ ସୋମବାରନୁ ସେ କୁଟୁମବସିଆ ପଁଚେତ୍ ଅଫିସ୍ ଆଘେ ଆମରଣ ଅନଶନରେ ବସିଛନ୍। ତାକର ଦୁରଦଶା ବାବ୍ଦେ…
ଡେବ୍ରିଗଡ଼ ଅଭୟାରଣ୍ୟରେ ହାତୀପଲ: ଆଶ୍ୱସ୍ତ ହେଲେ ଚାଷୀ
ଭଟ୍ଲି, ୨୮।୧୦(ଡି.ଏନ୍.ଏ.): ବିଗତ ୩ ଦିନ ହେବ ହାତୀଙ୍କୁ ନେଇ ଭୟରେ ଥିବା ବରଗଡ଼ ଜିଲାର ଚାଷୀମାନେ ରବିବାରଠାରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି। ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଭଟ୍ଲି ନିକଟସ୍ଥ ବାରପାହାଡ଼ ଜଙ୍ଗଲ ଅଭିମୁଖେ ଚାଲିଆସିଥିବା ୨ଟି ବଣୁଆ ହାତୀ ଧାନ…
ଏଡିଏମ୍ଓଙ୍କୁ ନିଲମ୍ବନର ଅଭିନବ ପ୍ରତିବାଦ : ପୋଷାକରେ ପ୍ଲିଜ ସସ୍ପେଣ୍ଡ ମି ବ୍ୟାଜ୍ ଲଗାଇଲେ କାର୍ଯ୍ୟରତ ଡାକ୍ତର
ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିବା ୨୭ଜଣ ମହିଳାଙ୍କୁ ନିଶ୍ଚେତକ ଇଞ୍ଜେକସନ ଦେଇ ସେମାନଙ୍କୁ ବିନା ଅସ୍ତ୍ରୋପଚାରରେ ଘରକୁ ଫେରାଇ ଦେବା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ସ୍ବାସ୍ଥ୍ୟ…
ବାରପାହାଡ଼ ଫେରୁଛନ୍ତି ହାତୀପଲ: ଚିନ୍ତାରେ ଚାଷୀ
ଭଟ୍ଲି,୨୬ା୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବାରପାହାଡ଼ ଜଙ୍ଗଲରୁ ଛତିଶଗଡ଼ ଜଙ୍ଗଲକୁ ଚାଲିଯାଇଥିବା ହାତୀପଲ ଶନିବାର ପୁଣିଥରେ ବାରପାହାଡ଼ ଜଙ୍ଗଲମୁହାଁ ହୋଇଛନ୍ତି। ବିଗତ ୩ଦିନ ଧରି ଭଟ୍ଲି ବନ ବିଭାଗ ହାତୀପଲ ଫେରୁଥିବା ଖବର ପାଇ ସଜାଗ ରହିଥିଲେ। ଶନିବାର ସକାଳୁ ଉକ୍ତ ହାତୀପଲ…
ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର,ଅଭିଭାବକ
ଭେଡ଼େନ,୨୫।୧୦(ଡି.ଏନ୍.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ବଡ଼ପିପିଲିପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଶୁକ୍ରବାର ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନ ଥିବା, ବିଜ୍ଞାନ ଆଦି ପାଠ ଠିକ୍…
ପଲିଥିନ୍ ତଲେ ଅସାହା ଜୀବନ୍
ପାଇକମାଳ, ୨୫ା୧୦(ଡି.ଏନ୍.ଏ.)-ବରଗଡ ଜିଲା ପାଇକମାଳ ବ୍ଲକ ମାଣ୍ଡୋସିଲ ପଁଚେତ୍ ଡୁମେରବାହାଲ ଗଁାର କଷ୍ଟ ସାହୁ। ପରିବାର କହେଲେ ମାଏକିନା ଆର ଦୁଇ ପୁଓକୁ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍ ହେଇଥିଲାବେଲେ କଷ୍ଟ କୁଲିମଜୁରି କରି କୁଟୁମ ପୁଷୁଛନ୍। ଏନ୍ତା…
ରେକର୍ଡ ରଚିଲେ ରୀତା
ବରଗଡ଼ ଅଫିସ/ପଦ୍ମପୁର/ଭୁବନେଶ୍ୱର(ବ୍ୟୁରୋ)୨୫-୧୦:ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା ସହିତ ଦଳ ପାଇଁ ହାଟ୍ରିକ ବିଜୟ ଆଣିଛନ୍ତି। କେବଳ ସେତିକି ନୁହେଁ, ବିଧାନସଭା ନିର୍ବାଚନରେ…
ବିଜେପୁର ଉପନିର୍ବାଚନରେ ନବୀନ ଲହର: ୫୦ହଜାର ଟପି ପାରିଲାନି ଭାଜପା; ଅମାନତ ହରାଇଲା କଂଗ୍ରେସ
ବରଗଡ଼ ଅଫିସ,୨୪।୧୦: ବିଜେପୁର ଉପନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟ ଭାଜପା ଏବଂ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ଭାଜପା ପକ୍ଷରୁ ପ୍ରଚାର ଭାର ସମ୍ଭାଳିଥିବା ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଚ୍ୟାଲେଞ୍ଜ ଦେଇଥିଲେ, ତାହା ଲୋକେ ଗ୍ରହଣ…
ବିଜେପୁର ବିଜୟିନୀ ରୀତା: ଗତ ନିର୍ବାଚନର ବିଜୟ ବ୍ୟବଧାନକୁ କାଟି କଲେ ରେକର୍ଡ
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦- ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନର ଫଳାଫଳ। ଏଥିରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ଗତ ନିର୍ବାଚନର ବହୁ ରେକର୍ଡ ଭାଙ୍ଗି ଦଳ ପାଇଁ ବୃହତ ବିଜୟ ଆଣିଦେଇଛନ୍ତି। ଗୁରୁବାର ଭୋଟଗଣତିରେ ରୀତା ସର୍ବାଧିକ ୧ ଲକ୍ଷ…
ବିଜେପୁରରେ ପୁଣି ରୀତା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବାଜିମାତ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ। ରେକର୍ଡ ବ୍ୟବଧାନରେ ରୀତା ଭାଜପା ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୭,୯୯୦ ଭୋଟରେ ହରାଇଛନ୍ତି। ଶେଷ ୨୧ ରାଉଣ୍ଡରେ ରୀତାଙ୍କୁ ମୋଟ ୧,୩୫,୯୪୯ ଭୋଟ ମିଳିଥିବା…
ବରଗଡ଼ ଉପନିର୍ବାଚନ LIVE UPDATES: ୧୮ ରାଉଣ୍ଡ ସୁଦ୍ଧା ୮୭,୩୭୩ ଭୋଟରେ ବିଜେଡି ଆଗୁଆ
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ଭୋଟ ଗଣତି ଜାରି ରହିଛି। ୧୮ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧,୨୦,୯୮୪ ଭୋଟ ମିଳିଥିବା ବେଳେ ଭାଜପାକୁ ୩୩,୬୧୧, କଂଗ୍ରେସକୁ ୫୦୪୭ ଖଣ୍ଡ ଭୋଟ ମିଳିଛି। ବିଜେଡି ପ୍ରାର୍ଥୀନୀ ରୀତା…
ବିଜେପୁର ଉପନିର୍ବାଚନ: ନବୀନଙ୍କୁ ଟପିଲେ ରୀତା
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦- ଚଳିତ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ସୃଷ୍ଟି ଦିଗରେ ଅଗ୍ରସର ହେଉଛନ୍ତି। ଏପରିକି ଗତ ସାଧାରଣ ନିର୍ବାଚନରେ ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ଯେଉଁ ବ୍ୟବଧାନରେ ଜିତିଥିଲେ,…
Archives


