ଆଜି ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ
ପଦ୍ମପୁର,୧୯।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଉକ୍ତ ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁର ବ୍ଲକରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ…
ହିରୋ ଜୁମ୍ ୧୧୦ ସିସି ସ୍କୁଟରର ବଜାର ପ୍ରବେଶ
ବରଗଡ଼ ଅଫିସ୍,୧୮।୨: ବିଶ୍ୱର ଏକ ନମ୍ବର ମୋଟରସାଇକେଲ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ୧୧୦ ସିସି ବିଶିଷ୍ଟ ସ୍କୁଟରର ସ୍କୁଟର ଜୁମ୍ର ବଜାର ପ୍ରବେଶ ହୋଇଛି । ଏହି ପରିପ୍ରେକ୍ଷୀରେ ବରଗଡ଼ସ୍ଥିତ ଅଧିକୃତ ବିକ୍ରେତା ଆକାଶ ମୋଟର୍ସ ପରିସରରେ ଏହାର ସ୍ବତନ୍ତ୍ର…
ହସ୍ତାନ୍ତର ହେଲା ଜବତ ୨୦ ମୋବାଇଲ
ସୋହେଲା,୧୭।୨(ଡି.ଏନ.ଏ.): ଦୁର୍ଗାପୁଜା ସମୟରେ ଚୋରି ହୋଇଥିବା ୨୦ଟି ମୋବାଇଲ ଫୋନକୁ ସୋହେଲା ପୋଲିସ ଜବତ କରି ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଜବତ ମୋବାଇଲଗୁଡିକର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ। ଗୁରୁବାର ସୋହେଲା ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀରେ…
ଧାନକିଣା ନୀତି, ଚାଉଳ କାଟ୍ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି
ବରଗଡ଼ ଅଫିସ,୧୬ା୨: ଧାନକିଣା ନୀତି ଓ ଚାଉଳ କାଟ୍ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଗୁରୁବାର ବରଗଡ଼ ଗାନ୍ଧୀଛକରେ ବିଜେଡି ନେତା, କର୍ମୀ ଧାରଣାରେ ବସି ଏହାର ପ୍ରତିବାଦ କରିଥିବା ବେଳେ ଜିଲାପାଳ ଅଫିସ ଆଗରେ ବିକ୍ଷୋଭ…
ଯୁବତୀଙ୍କୁ ଗଳାକାଟି ହତ୍ୟା, ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ
ପାଇକମାଳ,୧୬ା୨(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଳ ଥାନା ଜର୍ଜଗଡ଼ ଗ୍ରାମ ନିକଟ ଏକ ନାଳ ପାଖରେ ଗୁରୁବାର ଜଣେ ଯୁବତୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଯୁବତୀ ଜଣକ ହେଲେ, ଉକ୍ତ ଗ୍ରାମର ନମିତା ଶତନାମୀ (୨୦)। ସେ ଆଜି ପୂର୍ବାହ୍ନରେ ନିକଟସ୍ଥନାଳକୁ…
ଜମାଟଙ୍କା ନ ଫେରାଇଲେ ଆନ୍ଦୋଳନ
ବରଗଡ଼ ଅଫିସ୍,୧୪।୨ ଚିଟଫଣ୍ଡ୍ ସଂସ୍ଥା ଦ୍ୱାରା ଅନେକ ଜମାକାରୀ ଠକାମୀର ଶୀକାର ହୋଇଛନ୍ତି। ସରକାରଙ୍କ ପାଖରେ ବାରମ୍ବାର ଦାବି ସତ୍ତ୍ବେ ସେମାନେ ସେମାନଙ୍କ ଜମାଟଙ୍କା ଫେରି ପାଇ ନାହାନ୍ତି। ଏହାକୁ ନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ…
‘ବଜେଟରେ ଚାଷୀଙ୍କୁ ଠକିଛି କେନ୍ଦ୍ର’
ବରଗଡ଼ ଅଫିସ୍,୮।୨: କେନ୍ଦ୍ର ସରକାର ୨୦୨୩-୨୪ ବର୍ଷ ପାଇଁ ଆଗତ କରିଥିବା ବଜେଟ୍ରେ ଚାଷୀଙ୍କୁ ଠକିଛି ବୋଲି ବିଜେଡି ଅଭିଯୋଗ କରିଛି। ବରଗଡ଼ର ଏକ ହୋଟେଲରେ ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ଏମ୍ପି…
ଟଙ୍କା ଜମା କରି ଯୋଜନାରୁ ବଞ୍ଚିତ
ବରଗଡ଼ ଅଫିସ୍,୭।୨ : ବରଗଡ଼ ଜିଲାରେ ଅଣଜଳସେଚିତ ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ଥିବା ଗଭୀର ନଳକୂପ ଖନନ ଯୋଜନା ବାଟବଣା ହୋଇଛି। ଚାଷୀମାନେ ଅଗ୍ରୀମ ଦେୟ ସହିତ ଆବଶ୍ୟକ କାଗଜାତ୍ ଜମା ଦେବା ପରେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ।…
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ଜଣେ ମୃତ, ଅନେକ ଆହତ
ସୋହେଲା,୫।୨ (ଡିଏନଏ): ବରଗଡ଼ ଜିଲା ସୋହେଲା କଲେଜ ଛକରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜିଯେ ୦୫ ବିଏକ୍ସକ୍ ୩୪୨୩ ନମ୍ବର ବିଶିଷ୍ଚ ଏକ ତୀର୍ଥଯାତ୍ରୀ ବସ୍ ସୋହେଲା କଲେଜ ସମ୍ମୁଖ ରାସ୍ତାକଡରେ ଛିଡ଼ା…
ଜମିପଟ୍ଟା ଦିଅ, ନଚେତ୍ ବିସ୍ଥାପନ କର
ବରଗଡ଼ ଅଫିସ୍,୨୧।୧: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ କର୍ଲା ପଞ୍ଚାୟତ ଅନ୍ତର୍ଗତ ଦେଚୁଆଁ ଗ୍ରାମବାସୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ପାଖକୁ ମୌଳିକ ସୁବିଧା ସୁଯୋଗ ମିଳିନାହିଁ। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଗ୍ରାମବାସୀ ବରଗଡ଼…
ସ୍ବାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍ଓଙ୍କୁ ଫେରାଦ
ବରଗଡ଼ ଅଫିସ୍,୧୮।୧: ବରଗଡ଼ ଜିଲା ଅଭିଭାବକ ସଂଘର ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମ୍ଓ) ଡା. ଚାରୁବାଳା ରଥଙ୍କୁ ଫେରାଦ ହୋଇ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୂତନ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର…
୪ ଶିଶୁଙ୍କ ସମେତ ୧୧ ଶ୍ରମିକ ବନ୍ଧକ
ବରଗଡ଼ ଅଫିସ୍,୧୦।୧: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଦାଦନ ସମସ୍ୟା ଲାଗି ରହିଛି। ଏହି ଉପଖଣ୍ଡ ଜଗଦଲପୁର ଥାନା ଘେଁସରା ଗ୍ରାମର ୭ଜଣ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଯାଇ ସେଠାରେ ଜଣେ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି।…
Archives


