ବାଲେଶ୍ୱର

ଚାଷୀ ଆତ୍ମହତ୍ୟା ଘଟଣା:ଜିଲାପାଳଙ୍କୁ ଭେଟିଲା ଚାଷୀ ମୂଲିଆ ସଂଘ

ବାଲେଶ୍ୱର ଅଫିସ,୨୮।୭-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ସୁଶାନ୍ତ କୁମାର ବେହେରା ଗତ ୨୩ତାରିଖରେ ଋଣ ବୋଝ ସହି ନ ପାରି ଆତ୍ମହତ୍ୟା କରିଥିଲେ। ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଓ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ…

ବ୍ୟାଟେରି ଚୋରି ଅଭିଯୋଗ ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଚାନ୍ଦବାଲି ଥାନା ଅଞ୍ଚଳରୁ ବିଭିନ୍ନ ଟ୍ରାକ୍ଟର, ଟ୍ରକରୁ ବ୍ୟାଟେରି ଚୋରି ଅଭିଯୋଗ ହେଉଥିବା ବେଳେ ଶନିବାର ସନ୍ଧ୍ୟାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପାଟୁଳି ଗାଁର ବସ ବେହେରା। ତାଙ୍କ ବୟାନ ଆଧାରରେ…

ଗହଣା ଦୋକାନରୁ ଲୁଟ୍‌, ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ବସ୍ତା,୨୮।୭ (ସ୍ବ.ପ୍ର): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ହଳଦୀପାଳ ବଜାରରେ ଥିବା ଇଣ୍ଡିକ୍ୟାଶ ଏଟିଏମ୍‌ ଓ ଏକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। କେହି ଦୁର୍ବୃତ୍ତ ଗ୍ୟାସ୍‌ କଟର ସାହାଯ୍ୟରେ ଦୋକାନ ତାଲା ଓ ଏଟିଏମ୍‌…

ଥମୁନି ଉତ୍ତେଜନା, ବାଲିଆପାଳ ପୋଲିସ ଛାଉଣୀ: ୨ ଢାବା କର୍ମଚାରୀ ଅଟକ, ଉଲୁଡାରେ ରାସ୍ତାରୋକୋ

ବାଲିଆପାଳ, ୨୮ା୭(ଡି.ଏନ.ଏ.)-ବାଲିଆପାଳ ଇଡକୋ ଛକରେ ରାଜଧାନୀ ଢାବା ଓ ହୋଟେଲରେ ଶୁକ୍ରବାର ନାବାଳକଙ୍କୁ ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ବାଲିଆପାଳରେ ଉତ୍ତେଜନା ଥମିବାର ନଁା ନେଉନି। ଏହି ଘଟଣାରେ ପୋଲିସ ୨ଜଣ ଢାବା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପକ୍ଷରେ…

୨୮୫୦ ଫଟୋ ପୋଷ୍ଟ ଲାଗି ରାଜେନ୍ଦ୍ରଙ୍କୁ ମୋବାଇଲ ଉପହାର

ସିମୁଳିଆ, ୨୭।୭(ଡି.ଏନ.ଏ.)- ଓଡ଼ିଶାର ଗ୍ରାମାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ ପରି ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଯୋଗୁ ରାଜେନ୍ଦ୍ର କୁମାରଙ୍କୁ ଗୁଗଲ ପିକ୍ସସେଲ  ମୋବାଇଲ ଉପହାର ଦେଇଛି। ରାଜେନ୍ଦ୍ର ଇନ୍‌ଷ୍ଟାଗ୍ରାମରେ ୧୮ଶହ ୫୦ ଓ…

ଆଶାକର୍ମୀଙ୍କୁ ଘରେ ବାନ୍ଧିବା ଘଟଣାପ୍ରତିବାଦରେ ସିଡିଏମ୍‌ଓଙ୍କ ଅଫିସ୍‌ ଘେରାଉ

ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଜୁଆରୀ ପଞ୍ଚାୟତ ଅନ୍ତର୍ଗତ ଆଳୁମେଦା ଗ୍ରାମର ଆଶାକର୍ମୀଙ୍କୁ ଘରେ ବାନ୍ଧି ରାତିସାରା ଅଟକ ରଖିବା ଏବଂ ତାଙ୍କୁ ନିର୍ଯାତନା ଦେବା ଅଭିଯୋଗକୁ  ଥାନାଧିକାରୀ ଅବହେଳା କରିବା ପ୍ରତିବାଦରେ ଓଡ଼ିଶା ରାଜ୍ୟ ଆଶା…

କେନାଲରେ ବୁଡି ୨ଛାତ୍ର ମୃତ୍ୟୁ ଘଟଣା : ଉଭୟଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଖଇରା, ୨୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରଟିଣା ପ୍ରହଲ୍ଲାଦ ନୋଡାଲ ହାଇସ୍କୁଲର ୨ଜଣ ୭ମ ଶ୍ରେଣୀ ଛାତ୍ର କେନାଲରେ ବୁଡି ପ୍ରାଣ ହରାଇବା ଘଟଣାରେ ସହାୟତା ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ସରକାରୀ ସ୍ତରରେ ୪ଲକ୍ଷ ଏବଂ ରେଡକ୍ରସରୁ ୧୦ହଜାର…

ନାବାଳକଙ୍କ ମୃତ୍ୟୁକୁ ନେଇ ବାଲିଆପାଳରେ ରାସ୍ତାରୋକ

ବାଲିଆପାଳ, ୨୭।୭(ସ୍ବ.ପ୍ର.): ନାବାଳକଙ୍କ ମୃତ୍ୟୁକୁ ନେଇ ବାଲିଆପାଳ କମର୍ଦା ମୁଖ୍ୟରାସ୍ତା ଉଲୁଡ଼ା ଛକ ନିକଟରେ ଶନିବାର ସକାଳେ ରାସ୍ତା ଅବରୋଧ କରାଯାଇଛି। ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସ ସହିତ ୨ଜଣ କନେଷ୍ଟବଳଙ୍କୁ ମଧ୍ୟ ଅଟକ ରଖିଛନ୍ତି ଆନ୍ଦୋଳନକାରୀ। ସୂଚନାଯୋଗ୍ୟ, ବାଲେଶର ଜିଲା…

ସୀମା ଟପିଲା ମାଙ୍କଡ଼ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ବସ୍ତା,୨୭।୭(ସ୍ବ.ପ୍ର.)-ବସ୍ତା ବ୍ଲକ କୁଳିଦା ପଞ୍ଚାୟତର କୁଳିଦା, ଆଗ୍ରଡ଼ା, ତେନ୍ତୁଳିଆ ଆଦି ଗ୍ରାମରେ ଗତ କିଛିଦିନ ହେଲା ମାଙ୍କଡ଼ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ମାଙ୍କଡ଼ ଗାଁରେ ବିଭିନ୍ନ କ୍ଷତି ଘଟାଇବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଗତ ୭ଦିନ ପୂର୍ବରୁ ମାଙ୍କଡ଼…

ବଟି ମାଗି ଯୁବକ ଗିରଫ:ବାଇକ ଜବତ

ବଡ଼ସାହି,୨୭ା୭(ସ୍ବ.ପ୍ର)- ଦୋକାନୀଙ୍କୁ ବଟି ମାଗିବା ଅଭିଯୋଗରେ ବଡ଼ସାହି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତ ଜଣଙ୍କ ହେଲେ ବଡ଼ସାହିର ସିପୁନ କୁମାର ସେଠୀ (୨୨) ା ବଡ଼ସାହି ବଜାରରେ ଜଳଖିଆ ଦୋକାନ କରିଥିବା…

ଭୋଜିଖାଇ ୮୦ରୁ ଊଦ୍ଧର୍‌ବ ଝାଡ଼ାବାନ୍ତିରେ ଆକ୍ରାନ୍ତ

କୁଆମରା,୨୭।୭(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ବୁଧବାର ରାତିରେ ଭୋଜି ଖାଇ ୮୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମର ଜଣେ ବ୍ୟକ୍ତିଙ୍କ ନୂତନ ଘର ପ୍ରତିଷ୍ଠା ଲାଗି ବୁଧବାର ଭୋଜି…

ଦିଲ୍ଲୀରୁ ଗହଣା ଚୋରି ଅଭିଯୋଗରେ ୨ ଗିରଫ

ସୋର, ୨୭ା୭(ଡି.ଏନ.ଏ.)-ଦିଲ୍ଲୀରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସୋର ଥାନା ଅଧୀନ ରଘୁନାଥପୁର ଗ୍ରାମର କରୁଣାକର ଦାସଙ୍କୁ ସୋର ପୋଲିସ ଗିରଫ କରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲା। ବାଲେଶ୍ୱର ଷ୍ଟେଶନରୁ ଦିଲ୍ଲୀ ପୋଲିସକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri