ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ: ତଦନ୍ତ ଆରମ୍ଭ କଲା ସାଇଣ୍ଟିଫିକ୍ ଟିମ୍
ରୂପ୍ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିହା ଏଚ୍ଡିଏଫ୍ସି ବ୍ୟାଙ୍କର ଝରକା ଗ୍ରୀଲ୍ ଭାଙ୍ଗି ରବିବାର ରାତିରେ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିବା ଜଣାପଡ଼ିଛି। ସୋମବାର ଏହି ଘଟଣା ଜଣାପଡ଼ିବା ପରେ ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି, ଆଇଆଇସି ଧନେଶ୍ୱର ସାହୁ, ଏଏସ୍ଆଇ…
ନୀଳଗିରିକୁ ପଶିଲେ ୪୫ରୁ ଊର୍ଦ୍ଧ୍ୱ ହାତୀ, ଲୋକେ ଆତଙ୍କିତ
ସଜନାଗଡ଼,୨୫।୧୧(ଡି.ଏନ୍.ଏ.): ଝାଡ଼ଖଣ୍ଡ ଜଙ୍ଗଲରୁ ନିୟମିତ ଭାବେ ୨୦୧୦ ମସିହାରୁ ହାତୀପଲ ବାଲେଶ୍ୱର ଜିଲା ନୀଳଗିରି ବନାଞ୍ଚଳକୁ ଚାଲିଆସୁଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ହାତୀପଲ ଆସି ଓଡ଼ିଶା ସୀମା ପାର ହୋଇ ମୟୂରଭଞ୍ଜରେ ଥିବାବେଳେ ସୋମବାର ଭୋରରେ ହାତୀପଲ ନୀଳଗିରି ରେଞ୍ଜ ଅଧୀନ…
ରାଜପଥ ପାର୍ଶ୍ୱ ହୋଟେଲରେ ଚଢାଉ
ଜଳେଶ୍ୱର, ୨୪ା୧୧(ଡି.ଏନ.ଏ.)-ଜଳେଶ୍ୱର ନିକଟ ଦେଇ ଯାଇଥିବା ୬୦ନଂ. ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ବିଭିନ୍ନ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବରପାଇ ରବିବାର ସକାଳେ ପୋଲିସ ଚଢାଉ କରିଥିଲା। ହୋଟେଲ ମାଲିକମାନେ ପୂର୍ବରୁ ଏ ସମ୍ପର୍କରେ ଜାଣିପାରି ସତର୍କ ହୋଇଯାଇଥିଲେ। ଫଳରେ…
ଜିଲାସ୍ତରରେ ୫-ଟି ସମୀକ୍ଷା ବୈଠକ: ଚିହ୍ନଟ ହେବେ ଅପାରଗ କର୍ମଚାରୀ
ବାଲେଶ୍ୱର ଅଫିସ,୨୪।୧୧-ପ୍ରଶାସନକୁ ଅଧିକ ଦକ୍ଷ ଓ ଲୋକାଭିମୁଖୀ କରିବା ଲାଗି ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଶନିବାର ପୂର୍ବାହ୍ନରେ ୫-ଟି କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଯେଉଁମାନଙ୍କ ନାମରେ ୩ଟି ପ୍ରୋସିଡିଂ ଥିବ…
ଡମ୍ପରକୁ ଧକ୍କା ଦେଲା ଟ୍ରକ୍ : ୨ ଗୁରୁତର
ରେମୁଣା,୨୩।୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗଉଡ଼ୁଣୀ ପୋଖରୀ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଡମ୍ପରକୁ ଟ୍ରକ୍ ଧକ୍କା ଦେବାରୁ ଟ୍ରକ୍ ଡ୍ରାଇଭ ଓ ହେଲ୍ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଶେରଗଡ଼ ଫାଣ୍ଡି ପୋଲିସ ଉଦ୍ଧାର କରି ଜିଲା…
ସିଲପଟ୍କୁ ଧକ୍କା ଦେଲା ଦୁରନ୍ତୋ ଏକ୍ସପ୍ରେସ୍
ରୂପ୍ସା, ୨୩।୧୧ (ଡି.ଏନ.ଏ.)/ ଭୁବନେଶ୍ୱର(ବ୍ୟୁରୋ): ହାଓଡ଼ାରୁ ଯଶୋବନ୍ତପୁରକୁ ଯାଉଥିବା ଦୁରନ୍ତୋ ଏକ୍ସପ୍ରେସ (ନଂ. ୧୨୨୪୫) ଶୁକ୍ରବାର ବାଲେଶ୍ୱରର ରୂପସା ଷ୍ଟେଶନରେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇ ନ ଥିଲେ ମଧ୍ୟ ଟ୍ରେନ୍ର ବ୍ୟାପକ କ୍ଷତି…
ଡାକ୍ତର ପଦବୀ ପୂରଣ ଦାବିରେ ଧାରଣା
ସୋର, ୨୩ା୧୧(ଡି.ଏନ୍.ଏ.)-ସୋର ସିଏଚ୍ସିରେ ଏବେ ଡାକ୍ତରଙ୍କ ପଦବୀ ଖାଲି ପଡିଥିବା ବେଳେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। ସୋର ସମେତ ୭ଟି ବ୍ଲକର ଲକ୍ଷାଧିକ ରୋଗୀ ଏହି କେନ୍ଦ୍ର ଉପରେ ନିର୍ଭରଶୀଳ। ଏଠାରେ ୮ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୨…
ପଞ୍ଚାୟତ କାର୍ଯ୍ୟାଳୟରେ ତାଲା: ଫେରିଗଲେ ତଦନ୍ତକାରୀ ଅଧିକାରୀ
ଖଇରା, ୨୩।୧୧(ଡି.ଏନ.ଏ.)-ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏହାର ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଅଧିକାରୀମାନେ ନିରାଶ ହୋଇ ଫେରିଥିଲେ। ଅନିୟମିତତା ନେଇ…
ବିଳମ୍ବରେ ଆସିଲା ତରକାରି: ଲୁଣ ଲଗାଇ ଭାତ ଖାଇଲେ ଛାତ୍ରୀଛାତ୍ର
ସଜନାଗଡ଼, ୨୩।୧୧(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟରେ ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା ଆଶଙ୍କା କରାଯାଇ ବାହାରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ନୀଳଗିରି…
ଜାତୀୟ ଶିକ୍ଷାନୀତି ପ୍ରତ୍ୟାହାର ଦାବିରେ ବିକ୍ଷୋଭ
ବାଲେଶ୍ୱର ଅଫିସ, ୨୨।୧୧-ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟିହୀନତା ଦୂରୀକରଣ, ଗର୍ଭବତୀ ଓ ପ୍ରସୂତିଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ପ୍ରସୂତିକାଳୀନ ମୃତ୍ୟୁହାର ହ୍ରାସ କରିବାର ଗୁରୁଦାୟିତ୍ୱ ବହନ କରିଆସିଥିବା ଆଇସିଡିଏସ୍କୁ ବନ୍ଦ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୧୯ରେ ପ୍ରସ୍ତାବ ରହିଥିବାରୁ ବାଲେଶ୍ୱର ଜିଲା…
ଋଣ ଦେବା ନାଁରେ ୧.୪୦ଲକ୍ଷ ହଡ଼ପ: ଥାନାର ଦ୍ୱାରସ୍ଥ ହେଲେ ମହିଳା
ରୂପ୍ସା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍ସା ଥାନା ଆଘିରିଆ ଗ୍ରାମରେ ଋଣ ଦେବା ନାମରେ ଏକ ଫାଇନାନ୍ସ ସଂସ୍ଥାର ଅଧିକାରୀ ୧ଲକ୍ଷ ୪୦ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଠକେଇର ଶିକାର ହୋଇଥିବା…
ଦୁର୍ଘଟଣାରୁ ବର୍ତ୍ତିଲା ଦୁରନ୍ତ ଏକ୍ସପ୍ରେସ
ରୂପସା,୨୨।୧୧(ଡି.ଏନ୍.ଏ.): ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍ସା ରେଳଜଙ୍କଶନରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଅପ୍ଲାଇନ୍ରେ ଯାଉଥିବା ହାଓ୍ବଡା-ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ ଟ୍ରେନ୍ ରୂପ୍ସା ପ୍ଲାଟ୍ଫର୍ମ(୧ନଂ) ଅତିକ୍ରମ କରୁଥିବା ବେଳେ ରେଳଲାଇନ୍ରେ ଥିବା ସିଲପଟ ସହ ଧକ୍କା…
Archives


