ବିଳମ୍ବରେ ଆସିଲା ତରକାରି: ଲୁଣ ଲଗାଇ ଭାତ ଖାଇଲେ ଛାତ୍ରୀଛାତ୍ର

ସଜନାଗଡ଼, ୨୩।୧୧(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟରେ ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା ଆଶଙ୍କା କରାଯାଇ ବାହାରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ୧୮ଟି ବିଦ୍ୟାଳୟକୁ ପ୍ରାୟ ମାସେ ହେଲା ଶେରଗଡ଼ସ୍ଥିତ କିଚେନ୍‌ ସେଣ୍ଟରରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ମାତ୍ର ଏହି ଖାଦ୍ୟକୁ ପିଲାମାନେ ଖାଇବାକୁ ଆଗ୍ରହ ଦେଖାଉନାହାନ୍ତି। ଖାଦ୍ୟ ନିମ୍ନମାନର ଦିଆଯିବା ସହ ଠିକ୍‌ ସମୟରେ ବିଦ୍ୟାଳୟଗୁଡ଼ିକରେ ଖାଦ୍ୟ ପହଞ୍ଚତ୍ ପାରୁ ନ ଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି କାହାଳିଆ ବଂଶୀଧର ନୋଡ଼ାଲ ସ୍କୁଲରେ।
ବିଦ୍ୟାଳୟରେ ପ୍ରତ୍ୟହ ଅପରାହ୍ନ ୧ଟା ୧୦ମିନିଟ୍‌ରେ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ସମୟ ଧାର୍ଯ୍ୟ କରାଯାଇଛି। ହେଲେ ଶୁକ୍ରବାର ଉକ୍ତ ବିଦ୍ୟାଳୟରେ ପ୍ରାୟ ୧ଟା ୨୦ମିନିଟ୍‌ରେ ରନ୍ଧାଖାଦ୍ୟ ଗାଡ଼ି ପହଞ୍ଚିଥିଲା। ସେଥିରେ ଛାତ୍ରୀଛାତ୍ରମାନଙ୍କ ପାଇଁ ତରକାରି ଆସି ନ ଥିଲା। ଫଳରେ ଭୋକରେ ଆଉଟୁପାଉଟୁ ହେଉଥିବା ଛାତ୍ରୀଛାତ୍ରମାନେ ବାଧ୍ୟ ହୋଇ ଲୁଣ ଲଗାଇ ଭାତ ଖାଇଥିଲେ। ପ୍ରାୟ ୨୦ମିନିଟ୍‌ ପରେ ଏକ ବାଇକ୍‌ରେ ସୋୟାବିନ୍‌ ତରକାରି ଅଣାଯାଇଥିଲା। ସେତେବେଳକୁ ଛାତ୍ରୀଛାତ୍ରମାନେ ଅଧା ଭାତ ଖାଇ ସାରିଥିଲେ। ଉକ୍ତ ତରକାରି ଦୁର୍ଗନ୍ଧ ହେଉଥିବା ବେଳେ ଖଟାଳିଆ ଲାଗିବାରୁ ଛାତ୍ରୀଛାତ୍ରମାନେ ଏହାକୁ ଖାଇବାକୁ କୁଣ୍ଠାବୋଧ କରିଥିଲେ। ଏପରି ନିମ୍ନମାନର ଖାଦ୍ୟ ଦେଖି ଶତାଧିକ ଅଭିଭାବକ ବିଦ୍ୟାଳୟରେ ପହଞ୍ଚତ୍ ଅସନ୍ତୋଷ ପ୍ରକାଶ କରିବା ସହ ବିତରକଙ୍କ ସହ ଯୁକ୍ତିତର୍କ କରିଥିଲେ। ରନ୍ଧା ଖାଦ୍ୟ ଯେଉଁ ଗାଡ଼ିରେ ଆସୁଛି, ଉକ୍ତ ଗାଡ଼ି ନିରାପଦ ନ ଥିବା ବେଳେ ଖାଦ୍ୟ ଉପରେ ପଲିଥିନ୍‌ ପକାଇ ଅଣାଯାଉଛି। ଏଭଳି ଅବ୍ୟବସ୍ଥାକୁ ବିରୋଧ କରି ବିଦ୍ୟାଳୟ ପରିସରରେ ଗ୍ରାମବାସୀ ଏକାଠି ହୋଇ ପ୍ରତିବାଦ କରିବା ପରେ ଘଟଣାସ୍ଥଳରେ ସିଆର୍‌ସିସି ରଣଜିତ ରାଉତ ପହଞ୍ଚତ୍ଥିଲେ। ତରକାରି ବିଳମ୍ବରେ ଆସିଥିବା ସେ ସ୍ବୀକାର କରିବା ସହିତ ସୋୟାବିନ୍‌ ତରକାରି ଦୁର୍ଗନ୍ଧ ହେଉଥିବା ଜାଣିବାକୁ ପାଇଥିଲେ। ପ୍ରଧାନଶିକ୍ଷକ ବାଲୁଙ୍କେଶ୍ୱର ବେହେରାଙ୍କୁ ପଚାରିବାରୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଓ ତରକାରି ବିଳମ୍ବରେ ଆସିବାରୁ ପିଲାମାନେ ଲୁଣ ଲଗାଇ ଭାତ ଖାଇଥିବା କହିଛନ୍ତି। ଏ ସମ୍ପର୍କରେ ନୀଳଗିରି ବିଇଓ ଭଗୀରଥ ଗିରିଙ୍କୁ ପଚାରିବାରୁ ଘଟଣା ବିଷୟରେ ଉପଯୁକ୍ତ ତଦନ୍ତ କରି ପ୍ରତିକାର ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri