ବାଲେଶ୍ୱର

ବାଲିଆପାଳକୁ ଲକ୍‌ଡାଉନ ଘୋଷଣା

ବାଲିଆପାଳ,୨୩।୩(ସ୍ବ.ପ୍ର/ଡି.ଏନ.ଏ.)-କରୋନା ଭୂତାଣୁର ଭୟାବହତାକୁ ଦେଖି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ରବିବାର ଜନତା କର୍ଫ୍ୟୁକୁ ବାଲେଶ୍ୱର ଜିଲା ସମେତ ବାଲିଆପାଳ ବ୍ଲକରେ ବିପୁଳ ସମର୍ଥନ…

ସୁବର୍ଣ୍ଣପୁର ଦ୍ୱୀପରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ଭୋଗରାଇ, ୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ସମୁଦ୍ର କୂଳ ତାଳସାରୀ ନିକଟସ୍ଥ ସୁବର୍ଣ୍ଣପୁର ଦ୍ୱୀପରେ ଗୋଟିଏ ଅଲିଭ୍‌ ରିଡ୍‌ଲେ କଇଁଛ ସୋମବାର ପ୍ରତ୍ୟୁଷରୁ ୭୫ଟି ଅଣ୍ଡା ଦେଇ ପରେ ସମୁଦ୍ରମୁହଁା ହୋଇଛି। ଆସନ୍ତା ମଙ୍ଗଳବାର ଅମାବାସ୍ୟା ତିଥିରେ ଭରାଜୁଆର ସହିତ ପାଗ ଅନୁକୂଳ…

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ରସାଳପୁର,୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଅମ୍ବିକା ନାମ୍ନୀ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶାଶୁଘର ଲୋକେ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଗଡ଼ିଆରେ ପକାଇ ଏହାକୁ ଆତ୍ମହତ୍ୟା ରୂପ ଦେବା…

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଜାଇଲୋ: ୪ ମୃତ, ୫ ଗୁରୁତର

ବାଲେଶ୍ୱର ଅଫିସ, ୨୩।୩: ପଶ୍ଚିମବଙ୍ଗ ଦାନ୍ତୁନ୍‌ ଥାନା ଅନ୍ତର୍ଗତ ନେକୁରସୁନି ଏନ୍‌ଏଚ୍‌ ୬୦ରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଗୁରୁତର ହୋଇଛନ୍ତି । ପ୍ରକାଶ ଯେ, ଏକ ଜାଇଲୋ ଯୋଗେ ୯ଜଣ…

ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ଶୋଇଯାଇଛି ବାଲେଶ୍ୱର ସହର

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନରେ ବାଲେଶ୍ୱର ଖାଁ…

ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ: ଶିକାରୀ ଗିରଫ

ସଜନାଗଡ଼,୨୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ରବିବାର ରାତିରେ ଏହି ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିବା ନୀଳଗିରି ଥାନା ଅଧିନସ୍ଥ ଶିଆଡ଼ିମାଳ ପଞ୍ଚାୟତ ବାବନ୍ଧ ଗ୍ରାମର ପବନ ସିଂଙ୍କୁ ବନବିଭାଗ…

ବିଦେଶରୁ ବାଲେଶ୍ୱରକୁ ଫେରିଲେ ୫: ପ୍ରଶାସନ ପକ୍ଷରୁ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ସବୁଦିଗରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଏହି ପରିସ୍ଥିତିରେ ସୋମବାର ବିଦେଶରୁ ବାଲେଶ୍ୱର ଜିଲାକୁ ପୁଣି ୫ ଜଣ ଫେରିଛନ୍ତି। ଏମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।…

ଗ୍ରାମବାସୀଙ୍କ ସହିତ ଥାଳି, ଘଣ୍ଟ ବଜାଇଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୨୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ରବିବାର ସବୁଠି ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଥିଲା। କରୋନା ମୁକାବିଲା ଲାଗି ଲୋକେ ସ୍ବତଃସ୍ଫୁର୍ତ୍ତ ଭାବେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଥିଲେ। ଫଳରେ ରାସ୍ତାଘାଟ ପରିବେଶ ଶୂନଶାନ୍‌ ହୋଇ ପଡିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାଲେଶ୍ୱର ଷ୍ଟେଶନରେ ଟ୍ରେନ୍‌ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ, ୨୨।୩-କରୋନା ସଂକ୍ରମଣ ଭୂତାଣୁକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ରେଳଷ୍ଟେଶନରେ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ତତ୍ତ୍ୱାବଧାନରେ ରବିବାର ପୂର୍ବାହ୍ନ ୧୦ଟାରେ…

ପୋଖରୀକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଫେରାର

ବାଲେଶ୍ୱର ଅଫିସ,୨୨।୩- ବାଲେଶ୍ୱର ଜିଲା ସୋର ଅଞ୍ଚଳର ଔପଦା ଅଭିମୁଖେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ୟୁକୋ ବ୍ୟାଙ୍କ ନିକଟରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡିଛି। ଏହି ୧୦୮ ଟି ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ଓଲଟି ଯାଇଥିବା ବେଳେ ଡ୍ରାଇଭର…

ଜନତା କର୍ଫ୍ୟୁକୁ ସମ୍ମାନ ଦେଲେ ବାଲେଶ୍ୱର ସହରବାସୀ

ବାଲେଶ୍ୱର ଅଫିସ,୨୨।୩: କରୋନା ଭୂତାଣୁ୍ର ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରବିବାର ପାଳିତ ହେଉଥିବା ଜନତା କର୍ଫ୍ୟୁକୁ ସହରବାସୀଙ୍କ ସମର୍ଥନ କରିଛନ୍ତି। ଅଞ୍ଚଳରେ ସମସ୍ତ ଦୋକାନ ବଜାରଠାରୁ ଆରମ୍ଭ କରି ଗମନାଗମନ ଠପ୍‌ ହୋଇଯାଇଛି। ଲୋକମାନେ ଘର ବାହାରକୁ…

ନେସ୍କୋ ଟ୍ରାନ୍ସଫର୍ମର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୨୧।୩-ବାଲେଶ୍ୱର ବାଲିଆସ୍ଥିତ ନେସ୍କୋ ଟ୍ରାନ୍ସଫର୍ମର ଗୋଦାମରେ ଶନିବାର ଅପରାହ୍ନ ସାଢେ ୫ଟା ବେଳେ କୌଣସି କାରଣରୁ ଟ୍ରାନ୍ସଫର୍ମର ଅଏଲ୍‌ରେ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଳ୍ପ ସମୟ ମଧ୍ୟରେ ଏହି ନିଆଁ ଚାରିଆଡକୁ ବ୍ୟାପିବା ଆରମ୍ଭ କରିଥିଲା। ଦୁଇଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri