ବାଲେଶ୍ୱର

ବାଲେଶ୍ୱର ଷ୍ଟେଶନରେ ଟ୍ରେନ୍‌ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ, ୨୨।୩-କରୋନା ସଂକ୍ରମଣ ଭୂତାଣୁକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ରେଳଷ୍ଟେଶନରେ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ତତ୍ତ୍ୱାବଧାନରେ ରବିବାର ପୂର୍ବାହ୍ନ ୧୦ଟାରେ…

ପୋଖରୀକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଫେରାର

ବାଲେଶ୍ୱର ଅଫିସ,୨୨।୩- ବାଲେଶ୍ୱର ଜିଲା ସୋର ଅଞ୍ଚଳର ଔପଦା ଅଭିମୁଖେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ୟୁକୋ ବ୍ୟାଙ୍କ ନିକଟରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡିଛି। ଏହି ୧୦୮ ଟି ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ଓଲଟି ଯାଇଥିବା ବେଳେ ଡ୍ରାଇଭର…

ଜନତା କର୍ଫ୍ୟୁକୁ ସମ୍ମାନ ଦେଲେ ବାଲେଶ୍ୱର ସହରବାସୀ

ବାଲେଶ୍ୱର ଅଫିସ,୨୨।୩: କରୋନା ଭୂତାଣୁ୍ର ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରବିବାର ପାଳିତ ହେଉଥିବା ଜନତା କର୍ଫ୍ୟୁକୁ ସହରବାସୀଙ୍କ ସମର୍ଥନ କରିଛନ୍ତି। ଅଞ୍ଚଳରେ ସମସ୍ତ ଦୋକାନ ବଜାରଠାରୁ ଆରମ୍ଭ କରି ଗମନାଗମନ ଠପ୍‌ ହୋଇଯାଇଛି। ଲୋକମାନେ ଘର ବାହାରକୁ…

ନେସ୍କୋ ଟ୍ରାନ୍ସଫର୍ମର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୨୧।୩-ବାଲେଶ୍ୱର ବାଲିଆସ୍ଥିତ ନେସ୍କୋ ଟ୍ରାନ୍ସଫର୍ମର ଗୋଦାମରେ ଶନିବାର ଅପରାହ୍ନ ସାଢେ ୫ଟା ବେଳେ କୌଣସି କାରଣରୁ ଟ୍ରାନ୍ସଫର୍ମର ଅଏଲ୍‌ରେ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଳ୍ପ ସମୟ ମଧ୍ୟରେ ଏହି ନିଆଁ ଚାରିଆଡକୁ ବ୍ୟାପିବା ଆରମ୍ଭ କରିଥିଲା। ଦୁଇଟି…

ଅଟୋ ଚଳାଚଳ ଉପରେ କଟକଣା: ଭଦ୍ରକ, ବାଲେଶ୍ୱର ଲକ୍‌ଡାଉନ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୨୧।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜିଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ଭଦ୍ରକ ଓ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ୨୨ରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ…

କରୋନା ଭୟ: ରାଜପଥରେ ବସ୍‌ ଅଟକାଇ ୫୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସମସ୍ତ ଯାତ୍ରୀ ସୁସ୍ଥ

ସିମୁଳିଆ,ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଅଞ୍ଚଳର ୫୧ ଜଣ ତାମିଲନାଡୁରେ ବସବାସ କରୁଥିଲେ। ଶନିବାର ସେମାନେ ଘରୋଇ ବସ୍‌ ସାଡୋ (କେଏଲ୦୭ ସିଟି ୯୫୮୪) ଯୋଗେ ବାଲେଶ୍ୱର ଫେରୁଥିଲେ। ୧୬ ନଂ. ଜାତୀୟ ରାଜପଥର ସିମୁଳିଆ ଥାନା ଅଧୀନ ଜାମୁଝାଡି ନିକଟରେ ପ୍ରଶାସନ ପକ୍ଷରୁ…

ଓଟିରୋଡ ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ : ଭଙ୍ଗା ହେଲା ଲକ୍ଷ୍ମୀନାରାୟଣ ମନ୍ଦିର ନାଟମଣ୍ଡପ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସହରର ମୁଖ୍ୟରାସ୍ତା ଓଟିରୋଡ୍‌ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ତୋରଣ, ଗରୁଡ଼ଖମ୍ଭ ଓ ନାଟମଣ୍ଡପ ଜେସିବି ଦ୍ୱାରା ଭଙ୍ଗା ଯାଇଥିବାବେଳେ କେବଳ ଠାକୁରଙ୍କ ଆସ୍ଥାନ ରହିଛି। ଜିଲାର ମୁଖ୍ୟ…

ଦୁଇ ମାସର ରାଶନ ଆମତ୍ସାତ: ବିଡିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସଦର ବ୍ଲକ ଛାନୁଆଁ ପଞ୍ଚାୟତରେ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ, ଚାଉଳ ଓ କିରୋସିନ ଦିଆ ନ ଯାଇ ହଡ଼ପ କରାଯାଇଥିବା ପଞ୍ଚାୟତବାସୀ ଅଭିଯୋଗ ଆଣିଛନ୍ତି। ଏ ନେଇ ସେମାନେ ଶୁକ୍ରବାର ସଦର ବିଡ଼ିଓଙ୍କୁ ଭେଟି…

ଆରତି ମାଉସୀଙ୍କ ‘ଭୋଜନାଳୟ’

ଭୋଗରାଇ, ୨୧।୩(ପ୍ରଦୀପ ଦାସ)-ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖ ଭାଗରେ ରହିଛି ଏକ ଭୋଜନାଳୟ। ବାହାରେ ନାହଁ ଅନ୍ୟ ଭୋଜନାଳୟ ଭଳି କିଛି ଚାକଚକ୍ୟ। ନଡ଼ା ଛପର ମିଶା ଆଜବେଷ୍ଟସ ଘର। ଏହା ଭିତରେ ଚାଲିଥିବା ଭୋଜନାଳୟ ଗ୍ରାହକଙ୍କ ଲାଗି ଆକର୍ଷଣ…

ବାଙ୍କୀତିରା ଗ୍ରାମରେ ଡକାୟତି: ସ୍କୁଟି ସହ ଟଙ୍କା ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଖଇରା,୨୦।୩(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ସୋର-କୁପାରୀ ରାଜ୍ୟ ରାଜପଥ ପାର୍ଶ୍ୱ ବାଙ୍କୀତିରା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଗ୍ରାମର ମଧୁସୂଦନ ନାୟକଙ୍କ ଘର ଗ୍ରୀଲ ଭାଙ୍ଗି ଟଙ୍କା, ସ୍କୁଟି ସହ ଲକ୍ଷାଧିକ ଟଙ୍କାର ସୁନାଗହଣା…

ଡିଙ୍ଗିରି ଛତୁ ଦେଇଛି ଭିନ୍ନ ପରିଚୟ

ରୂପ୍‌ସା, ୨୦।୩ (ବାଞ୍ଛାନିଧି ଦେ)-ଆରମ୍ଭରୁ ଚାକିରି କରିବାକୁ ଇଚ୍ଛା ନ ଥିଲା। ନିଜେ କିଛି ବ୍ୟବସାୟ କରି ଅନ୍ୟଙ୍କୁ ରୋଜଗାର ଯୋଗାଇ ଦେବାର ଆଗ୍ରହ ଆଜି ସଫଳତାର ବାଟ ଦେଖାଇଛ। ଏଥିରେ ତାଙ୍କ ସ୍ତ୍ରୀଙ୍କ ଭୂମିକା ମଧ୍ୟ କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ…

ବାଘମରା କ୍ରଶର ଉପରେ ଚଢ଼ାଉ:  ଲାଲ୍‌ ପତାକା ଲଗାଇଲେ ତହସିଲଦାର

ସଜନାଗଡ଼, ୨୦।୩(ଡି.ଏନ.ଏ.)-ନୀଳଗିରି ତହସିଲ ଅଧୀନରେ ଚାଲିଥିବା ବେଆଇନ ଖାଦାନ ଏବଂ କ୍ରଶରକୁ ସାବାଡ଼ କରିବାକୁ ପ୍ରଶାସନ ଉଦ୍ୟମ କରିଛି। ଜାମୁଡ଼ିହା ପଞ୍ଚାୟତ ଅଧୀନ ବାଘମରାରେ ଥିବା କ୍ରଶର ୟୁନିଟ୍‌ ଉପରେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଗୁରୁବାର ଚଢାଉ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri