ବାଲେଶ୍ୱର

ଅସ୍ଥାୟୀ ଶିବିର ସମ୍ମୁଖରେ ୧୪୪ଧାରା ଜାରି

ଖଇରା,୧୦।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ବିଭିନ୍ନ ଅସ୍ଥାୟୀ ଚିକିତ୍ସା ଶିବିର ଆଗରେ ଭିଡ ଉପରେ କଟକଣା ଲଗାଇବାକୁ ପ୍ରଶାସନ ପକ୍ଷରୁ ଶନିବାର ଠାରୁ ୧୪୪ଧାରା ଜାରି କରାଯାଇଛି। ଏସମ୍ପର୍କରେ ଶନିବାର ଅପରାହ୍ନରେ ଖଇରା ତହସିଲ ପକ୍ଷରୁ ମାଇକ ଯୋଗେ ପ୍ରଚାର କରି…

ଆବଦ୍ଧାଞ୍ଚଳରେ କଟକଣା ମାନୁନାହାନ୍ତି: ବାଡବସା ପାଇଁ ହାତାହାତି

ଖଇରା,୧୦।୫(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଧବାର ଠାରୁ ବାରିଙ୍ଗିଆ ସମେତ ତତ୍‌ ସଂଲଗ୍ନ ମହିଁସାମୁଣ୍ଟା, ଚକାପଦାକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। କିନ୍ତୁ ଏହାକୁ ଲୋକେ ମାନୁ ନାହାନ୍ତି।…

କାମ ନ ସରୁଣୁ ଧସୁଛି ପଥରବନ୍ଧ

ଜଳେଶ୍ୱର, ୧୦।୫(ସ୍ବ.ପ୍ର)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ମାକିଡିଆ ପଞ୍ଚାୟତଠାରେ ନିର୍ମାଣାଧୀନ ସୁବର୍ଣ୍ଣରେଖା ନଦୀର ପଥରବନ୍ଧ ଓ ସ୍ପର ନିର୍ମାଣ ନ ସରୁଣୁ ୩ଦିନରେ ୩ଟି ସ୍ଥାନରେ ଧସି ଯାଇଛି। ବର୍ଷାଋତୁ ଆସିବା ପୂର୍ବରୁ ପଥରବନ୍ଧର ଏପରି ଅବସ୍ଥା ନେଇ ଗ୍ରାମବାସୀଙ୍କ…

ବିଲରେ ପଡି ଯୁବକଙ୍କ ପ୍ରାଣଗଲା, ଅଂଶୁଘାତ ସନ୍ଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୯।୫(ସ୍ବ.ପ୍ର/ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମର ନରୋତ୍ତମ ସାହୁ ନାମକ ଯୁବକ ଶନିବାର ମଧ୍ୟାହ୍ନ ସମୟରେ ବିଲରେ ପଡି ପ୍ରାଣ ହରାଇଛନ୍ତି। ସେ ଧାନ କାଟୁଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ। ଅନ୍ୟ ବିଲରେ କାର୍ଯ୍ୟ କରୁଥିବା କେତେଜଣ…

ଭାଜପା ପକ୍ଷରୁ ବିନା ରାଶନକାର୍ଡ଼ଧାରୀଙ୍କୁ ସାମଗ୍ରୀ ବଣ୍ଟନ

ବାଲେଶ୍ୱର ଅଫିସ, ୯।୫-କରୋନା ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ବିକଳ୍ପ ସାମାଜିକ ଦୂରତ୍ୱ ରକ୍ଷା କରିବା। ସେହି କ୍ରମରେ ଗତ ମାର୍ଚ୍ଚ ୨୩ତାରିଖରୁ କ୍ରମାଗତ ଭାବେ ରାଜ୍ୟ ଲକ୍‌ଡାଉନରେ ରହିଛି। ଲୋକଙ୍କର ଜୀବନଜୀବିକା ପାଇଁ ଉଭୟ…

୨ ଚୋରି ମାମଲାରେ ୩ ଗିରଫ

ବାଲେଶ୍ୱର ଅଫିସ, ୯।୫-ବାଲେଶ୍ୱର ଜିିଲା ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଭୋଳାଗଡ଼ିଆ ଅଞ୍ଚଳର ଜଣେ ମହିଳା ଶୁକ୍ରବାର ପୂର୍ବାହ୍ନରେ ଡାକ୍ତରଙ୍କ ପାଖକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବା ବେଳେ ଏକୁଟିଆ ଦେଖି ଦୁଇଜଣ ଯୁବକ ତାଙ୍କଠାରୁ ୧୬ ଗ୍ରାନ୍‌ର ସୁନାଚେନ୍‌ ଲୁଟି…

ଦେଶୀ ମଦ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୯।୫-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ଜିଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ଉଦେଲାଲ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଶୁକ୍ରବାର ଭୋର୍‌ ସମୟରେ ଆଇଟିଆଇ ଛକ ନିକଟରେ ଚଢ଼ାଉ…

୩୦ ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୯।୫- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଲେଶ୍ୱର ଜିଲା ସଭାପତି ତଥା ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବିଜୁ ଛାତ୍ର ଜନତା ଦଳର ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଜିଲା ମୁଖ୍ୟ ଚିକିତ୍ସାଳୟର…

ଅଫୁଟା ଗୋଳା ଗୋଟାଇ ବୃଦ୍ଧ ଗୁରୁତର

ବାହାନଗା, ୯ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବରିପଦା ପଞ୍ଚାୟତର ଅଟାସପୁର ସମୁଦ୍ରକୂଳ ବାଲିରୁ ଏକ ଅଫୁଟା ଗୋଳାକୁ ଗୋଟାଇ ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅଟାସପୁର ଗ୍ରାମର ରବୀନ୍ଦ୍ର…

ଆବଦ୍ଧାଞ୍ଚଳରେ ଦିଆଗଲା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ

ଖଇରା,୯।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ପଞ୍ଚାୟତର କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ ଜଣେ କଲିକତା ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବାରିଙ୍ଗିଆ ସମେତ ଚକାପଦା, ମହିଁସାମୁଣ୍ଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଗ୍ରାମବାସୀଙ୍କ ଘରୁ…

ମାଛ ଗାଲିସି ତଳୁ ବାହାରିଲା ୩୦ଗ୍ରାମ ବ୍ରାଉନ୍‌ସୁଗାର: ଯୁବକ ଅଟକ

ଜଳେଶ୍ୱର, ୮।୫(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ନିଶା ବ୍ୟବସାୟୀମାନେ ଏହାର ସୁଯୋଗ ନେଇ କାରବାର ଚଳାଇଛନ୍ତି। ସେମାନେ ପରିବା ଓ ମାଛ ବିକ୍ରି କରିବା ଆଳରେ ପୁଡିଆ କରି ବ୍ରାଉନ୍‌ସୁଗାର କାରବାର ନଜରକୁ ଆସିଛି।…

କରୋନା ସାଙ୍ଗକୁ ବର୍ଷା ମାଡ଼: ମଉଳିଗଲା ଚାଷୀଙ୍କ ଆଶା

ଖଇରା, ୮।୫(ଡି.ଏନ.ଏ.)-କରୋନା ସାଙ୍ଗକୁ ଏବେ ଦାଉ ସାଧୁଛି ବର୍ଷା। ଏଥିରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ। ବାଲେଶ୍ୱର ଜିଲା ଖଇରା ବ୍ଲକର ଗଗନଧୂଳି, ଡାଲଙ୍ଗ, ପଳସା ଓ ଅଚ୍ୟୁତପୁର ପଞ୍ଚାୟତରେ ଏହାର ପ୍ରଭାବ ପଡିଛି। ସରକାର କ୍ଷତିପୂରଣ ବ୍ୟବସ୍ଥା ନ କଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri