ବାଲେଶ୍ୱର

ଦୁର୍ଘଟଣାରେ ଚାଲିଗଲା ନାବାଳକଙ୍କ ଜୀବନ: ରାସ୍ତା ଅବରୋଧ, ଉତ୍ତେଜନା

ସୋର,୧୧।୩: ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ବଜାର ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସ୍କୁଟି-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ…

ହଷ୍ଟେଲରେ ଝୁଲୁଛି ଲାବ ଟେକ୍ନିସିଆନଙ୍କ ମୃତଦେହ

ବାଲେଶ୍ୱର,୨।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଜିମାବାଦସ୍ଥିତ ଏକ ଘରୋଇ ହଷ୍ଟେଲରେ ରହୁଥିବା ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତ ଯୁବକ ହେଲେ ବାଲେଶ୍ୱର ହସ୍ପିଟାଲର ଲାବ ଟେକ୍ନିସିଆନ କଳିଙ୍ଗ ରାଉତ(୨୪) । ସେ ଫାଶୀ ଲଗାଇ…

ଟ୍ରକ୍‌କୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍‌: ଡ୍ରାଇଭର, ହେଲ୍‌ପର ମୃତ, ୯ ଗୁରୁତର

ଜଳେଶ୍ୱର,୨୯।୧୦ ( ନବିନ ସାହୁ): ଓଡ଼ିଶାରୁ କଲିକତା ଫେରୁଥିବା ଘରେଇ ଯାତ୍ରୀବାହୀ ବସ୍‌ ଜଳେଶ୍ୱର ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ହେଲପର ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ…

ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ

ବାଲେଶ୍ୱର,୨୫।୧୦(ବାଞ୍ଛାନିଧି ଦେ): ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବରରେ ଛୁଟି ବାତିଲ କରାଯାଇଛି। ଜିଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ ହୋଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।…

ରକ୍ତମୁଖା ହୋଇଗଲେ ସାନ ଭାଇ, ଜମିବାଡ଼ି ପାଇଁ ନେଇଗଲେ ବଡ଼ ଭାଇଙ୍କ ଜୀବନ

ଜଳେଶ୍ୱର,୨୩।୧୦(ନବୀନ ସାହୁ): ବାଲେଶର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଭାଇ ଆଉ ଜଣେ ଭାଇର ଜୀବନ ନେଇଯାଇଛନ୍ତି। ମୃତକ  ହେଲେ…

ଚୌଦ୍ୱାର ପରେ ଓଡ଼ିଶାର ଆଉ ଏକ ଜେଲରୁ ବିଚାରାଧୀନ କଏଦୀ ଫେରାର

ସୋର,୨୨।୧୦: ଓଡ଼ିଶାରେ ପୁଣି ଏକ ଜେଲ୍‌ରୁ କଏଦୀ ଫେରାର ହେବା ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ସୋର ଉପ-ଜେଲ୍‌ରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଛନ୍ତି। ରିପୋର୍ଟ ଅନୁଯାୟୀ, ଦୀପକ ରୟ ନାମକ ଏହି ବିଚାରାଧୀନ କଏଦୀ (ଚୋରି ମାମଲାରେ…

ବେଆଇନ ଚାଲୁଥିଲା ଫିଜିଓଥେରାପି ସେଣ୍ଟର, ବନ୍ଦ କଲେ ଜିଲା ମଙ୍ଗଳ ଅଧିକାରୀ

ଭୋଗରାଇ,୧୮ା୧୦(ପ୍ରଦୀପ ଦାସ): ଦିବ୍ୟାଙ୍ଗ ପାଇଁ ସକ୍ଷମ ଫିଜିଓଥେରାପି ସେଣ୍ଟର ଖୋଲିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା ଏକ ପଞ୍ଚାୟତରେ। ହେଲେ ସେଠାରେ ଉକ୍ତ ସେଣ୍ଟର ନ ହୋଇ ଅନ୍ୟ ପଞ୍ଚାୟତରେ ସେଣ୍ଟର ଖୋଲାଯାଇ ସରକାରଙ୍କଠାରୁ ଆସୁଥିବା ଲକ୍ଷାଧିକ ଟଙ୍କାର ଅନୁଦାନ…

୪ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ: ୫ ଘଣ୍ଟା ଧରି ଜଳୁଛି ନିଆଁ, କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ

ବାଲେଶ୍ୱର,୧୫।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ସିନେମା ଛକ ନିକଟରେ ଥିବା ଏକ ଚାରି ମହଲା କୋଠାରେ ବୁଧବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବନଜା ଷ୍ଟେସନାରୀ ଦୋକାନରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ। ବିଦ୍ୟୁତ ସର୍ଟ ସର୍କିଟରୁ…

ଭାଗ୍ୟ ବଦଳାଇ ଦେଉଛି ସାମୁଦ୍ରିକ ମାଛ,୯୦ଟି ତେଲିଆ ମାଛକୁ ୧କୋଟିରେ ବିକ୍ରି

ଭୋଗରାଇ, ୧୨।୧୦,( ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି ୯୦ଟି ବିରଳ ପ୍ରଜାତିର ତେଲିଆ ନାମିତ ଶୀଳା ମାଛ। ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ରବିବାର ସକାଳ ଏହି ମାଛ…

ବୟଫ୍ରେଣ୍ଡଙ୍କ ସହ ଗୁପ୍‌ଚୁପ୍‌ ଖାଇବାକୁ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଫେରିବା ବେଳେ ଗଣବଳାତ୍କାର

ଜଳେଶ୍ୱର,୧୧ା୧୦(ନବୀନ ସାହୁ): ପଶ୍ଚିମବଙ୍ଗରେ ଆରଜି କର୍‌ ମେଡିକାଲ କଲେଜ ଘଟଣାର ହୋଇଛି ପୁନରାବୃତ୍ତି। ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ହୋଇଛି ଗଣବଳାତ୍କାର। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନଚ୍ଚିମପୁର ଅଞ୍ଚଳର ବୋଲି ସୂଚନା ମିଳିଛି।…

ମଶାଧୂପ ନିଆଁରୁ ବାଣରେ ଲାଗିଲା ନିଆଁ: ମା’ ପୁଅ ଗୁରୁତର

ଜଳେଶ୍ୱର,୧୧।୧୦( ନବୀନ ସାହୁ): ବାଣ ବିସ୍ଫୋରଣରେ ମା’ ପୁଅ ଗୁରୁତର। ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଶାଳିକୋଠା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଶାଳୀକୋଠା ଗ୍ରାମର ସୁନିତା ଦତ୍ତଙ୍କୁ ସେହି ଗ୍ରାମର ଜନୈକ ବ୍ୟବସାୟ ବାଣ ତିଆରି କରିବା…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ

ଜଳେଶ୍ୱର,୧୦ା୧୦(ନବୀନ ସାହୁ): ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍‌ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ଡ୍ୟାଣ୍ଡ୍‌ରେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ରଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍‌। ସୂଚନା ଅନୁସାରେ, ଶୁକ୍ରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri