ବଲାଙ୍ଗୀର

ବରିଷ୍ଠ ନାଗରିକମାନେ ସମାଜର ପଥ ପ୍ରଦର୍ଶକ

ଟିଟିଲାଗଡ଼,୧୦।୮ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଦୀର୍ଘବର୍ଷ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ହାସଲ କରିଛି। ବିଧାୟିକା ଟୁକୁନୀ ସାହୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି।…

ଏସ୍‌କେଡି କେନ୍ଦ୍ର ପରିଦର୍ଶନ ସମୟରେ ଦିବ୍ୟାଙ୍ଗଙ୍କୁ ଜୋତା ପିନ୍ଧାଇଲେ ମନ୍ତ୍ରୀ

ଟିଟିଲାଗଡ଼,୧୦।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଥିବା ଏସ୍‌କେଡି କେନ୍ଦ୍ରକୁ ଶନିବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ଜଣେ ଦିବ୍ୟାଙ୍ଗ ବାଳକଙ୍କୁ କାଖେଇଥିବା ବେଳେ ଜଣେ ବାଳିକାଙ୍କୁ ଜୋତା ପିନ୍ଧାଇଥିବା…

ଦଦ୍‌ରା ଘରେ ଚାଲିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୮ା୮ (ଡି.ଏନ୍‌.ଏ):  ସରକାର ରାଜ୍‌କୋଷରୁ କୋଟି କୋଟି ଟଁକା ଖରଚ୍‌ କରି ୫ଶହ ଲୋକ୍‌ ସଂଖ୍ୟାରେ ଗୁଟେ ଲେଖେଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। କେନ୍ଦ୍ରରେ ୩ରୁ ୬ ବଛର୍‌ର ଛୁଆମାନେ ପାଠ୍‌ ପଢ଼ୁଥିଲାବେଲେ ଗରଭବତୀ ଆର ପ୍ରସୂତି ମହିଲାମାନକୁ ସେବା…

କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ ବ୍ୟାପକ ଲାଞ୍ଚ କାରବାର, ଦୁର୍ନୀତି ଅଭିଯୋଗ: ଓକିଲ ସଂଘର ଧାରଣା

କଣ୍ଟାବାଞ୍ଜି,୬।୮(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗ ନେଇ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ମଙ୍ଗଲବାର ଦୁଇ ଅଫିସ ମୁଖ୍ୟ ଦ୍ୱାରରେ ତାଲା ପକାଯାଇଛି। ଫଳରେ ଉଭୟ କାର୍ଯ୍ୟାଳୟ ଅଚଳ…

କେଜିବିଭି ହଷ୍ଟେଲରେ ପାଣି ସମସ୍ୟା, ଛାତ୍ରୀଙ୍କୁ ଧମକଚମକ: ରାସ୍ତାକୁ ଓହ୍ଲାଇଲେ ଅନ୍ତେବାସିନୀ

ଲୋଇସିଂହା,୬।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ(କେଜିବିଭି)ର ଅନ୍ତେବାସିନୀମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ପ୍ରତିବାଦ କଲେ ସେମାନଙ୍କୁ ନାଲିଆଖି ଦେଖାଯାଉଛି। ଟିସି ନେଇ ଯିବାକୁ ଧମକଚମକ ଦିଆଯାଉଛି । ପ୍ରତିବାଦ କରିଥିବା ସୁଜିଆ…

ଆନୁଷ୍ଠାନିକ ଅବକ୍ଷୟ ରୋକିବା ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୫ା୮:  ବ୍ୟକ୍ତିର ଉପଲବ୍ଧିକୁ ତାର ସାମାଜିକ ଅବଦାନ ଦୃଷ୍ଟିରୁ ବିଚାର କରାଯିବା ଉଚିତ୍‌। ଏହି ଦୃଷ୍ଟିରୁ ବିଚାର କଲେ ପୂର୍ବତନ ସାଂସଦ ଜନସେବୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଆମେ ସଫଳ ବ୍ୟକ୍ତିଜୀବନ କହିପାରିବା ବୋଲି ଅତିଥିମାନେ ତାଙ୍କର ୧୦୩ ତମ…

ଦୃଢ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ଜଗନ୍ନାଥଙ୍କୁ କରିଛି ସକ୍ଷମ

ସୋନପୁର, ୫।୮(ନି.ପ୍ର) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଦଶରାଜପୁର ଗାଁର ଜଗନ୍ନାଥ ଦାସ(୪୬)। ଆଖିକୁ ଭଲ ଦେଖା ଯାଉନି। ଗୋଡ ଓ ହାତ ଥରୁଛି। ତଳେ ଗୋଡ ଭଲ ଭାବେ ଲାଗୁନି। କିନ୍ତୁ ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ଦିବ୍ୟାଙ୍ଗ…

ପହ୍ଲାଘାରୀକୁ ଦଳି ନଷ୍ଟ କଲେ ହାତୀପଲ

ଅମରପାଲି, ୫।୮(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇରେ ହାତୀ ଉପଦ୍ରବ ଦେଖାଦେଇଛି। ସେମାନେ ପହ୍ଲାରେ ଥିବା ଧାନକୁ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଚଳିତ ବର୍ଷ ବିଳମ୍ବିତ ବର୍ଷା ଓ ଆବଶ୍ୟକଠାରୁ କମ୍‌ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବିତ…

ବିଶ୍ୱବିଦ୍ୟାଳୟ ଘୋଷଣା ବର୍ଷରେ ଅର୍ଥନୀତି: ଏମ୍‌.ଫିଲ୍‌ ପାଠ୍ୟକ୍ରମ ବନ୍ଦ

ବଲାଙ୍ଗୀର ଅଫିସ, ୪ା୮-ଏହାକୁ ବିଡମ୍ବନା କୁହାଯିବ କି ଆଉ କ’ଣ। ରାଜେନ୍ଦ୍ର ସ୍ବୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବାର ମାସ କେଇଟା ପରେ ଏହି କଲେଜରୁ ଅର୍ଥନୀତି ବିଭାଗର ଏମ୍‌ଫିଲ ପାଠ୍ୟକ୍ରମ ବନ୍ଦ ହୋଇଯିବା ଘଟଣା ସରକାରଙ୍କ ବିଚିତ୍ର ଶିକ୍ଷାନୀତିକୁ ପ୍ରତିଫଳିତ…

ବିଜ୍ଞାନ ନାଟକ ପ୍ରତିଯୋଗିତା: ‘ସମ୍ଭାବନା’ ଶ୍ରେଷ୍ଠ ବିବେଚିତ

ବଲାଙ୍ଗୀର ଅଫିସ, ୪ା୮-ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲଠାରେ ଜିଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ା ଏହି ନାଟକ ପ୍ରତିଯୋଗିତାରେ ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ନାଟକ ସମ୍ଭାବନା ଶ୍ରେଷ୍ଠ ବିବେଚିତ ହୋଇ ଜୋନାଲସ୍ତରକୁ ମନୋନୀତ ହୋଇଛି ା ଜିଲା…

ହିତାଧିକାରୀ ବଛାନିଛାରେ ଗପଲତି ଅଭିଯୋଗ:ଆବାସ ଯୋଜନାରୁ ବଁଚିତ୍‌ ହକ୍‌ଦାର ହିତାଧିକାରୀ

ଲୋଇସିଂହା,୩।୮(ଡି.ଏନ୍‌.ଏ.): ୨୦୨୨ ତକ୍‌ ଦେଶର ସବୁ ମାଟି ଘର ପକାଘରରେ ପରିନତ କରବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଯୋର ଦେଇ କହୁଛନ୍‌। ଇଆଡ଼େ ନିହାତି ଗରିବ୍‌ ଦୁଖି, ହକ୍‌ଦାର ହିତାଧିକାରୀ ବଛାନିଛାରେ ଗପଲତି ଲାଗି ଯୋଜନାର ଲାଭ ନାଇଁପାଏବାର। ସେନ୍‌ତା…

କୁସଂସ୍କାର ଦୂରୀକରଣ ଉପରେ ଗୁରୁତ୍ୱ

ମୁରିବାହାଲ,୨।୮(ଡି.ଏନ.ଏ.)- ବଲାଙ୍ଗୀର ଜିଲା ମୁରିବାହାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଗତ ୩୧ତାରିଖଠାରୁ ଆରମ୍ଭ ହୋଇଥିବା ସାମାଜିକ ଏବଂ ଆଧ୍ୟାତ୍ମିକ ସଚେତନା ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଧନ୍ଦାମୂଳକ ଶିକ୍ଷାର ଏକ ଅଂଶ ଭାବେ ପରିଚିତ ଆଧ୍ୟାତ୍ମିକ ସଚେତନା କର୍ମଶାଳା କେନ୍ଦ୍ରାପଡା ହରିହରନନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri