ଜିଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଜିଲାପାଳ: ସେବା ସମ୍ପର୍କରେ ରୋଗୀଙ୍କୁ ପଚାରିଲେ, ସମସ୍ୟା ବୁଝିଲେ
ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ତାହାର ତଦାରଖ ପାଇଁ ଶନିବାର ପୂର୍ବାହ୍ନ ୧୧ଟାରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ମେଡିକାଲରେ ପହଞ୍ଚିଥିଲେ। ତାଙ୍କ ସହ ଉପଜିଲାପାଳ...
ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ: ପରୀକ୍ଷା ହେବ ୧୧ ଖାଦ୍ୟ ନମୁନା
ଅନୁଗୋଳ ଅଫିସ, ୧୩।୧୦ – ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ଅଧିକାରୀ ହରପ୍ରିୟା ବେହେରା, ସୁବାସ ଚନ୍ଦ୍ର ବେହେରା, ସୁନୀଲ...
ବରିଷ୍ଠ ନାଗରିକଙ୍କୁ ପୋଲିସ ବାଣ୍ଟିଲା ପରିଚୟପତ୍ର: ଏକୁଟିଆ ଥିଲେ ରହିବ ସ୍ବତନ୍ତ୍ର ଦୃଷ୍ଟି: ଏସ୍ପି
ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ମଧ୍ୟାହ୍ନରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଅନୁଗୋଳ ଥାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍ପି ଜଗମୋହନ ମୀନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପରିଚୟପତ୍ର ପ୍ରଦାନ...
ମହୀଧରପୁରରେ ପୃଥକ୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର
ଅନୁଗୋଳ ଅଫିସ,୧୨।୧୦: ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁରରେ ଶନିବାର ୨ଟି ସ୍ଥାନରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଶୁଶୁଡା ଅଞ୍ଚଳର ନରେଶ ମାହାଳିକ(୩୨) ଓରଫ...
୫୩ ବର୍ଷରେ ଠାକୁରଗଡ଼ ଲକ୍ଷ୍ମୀପୂଜା: ୩ ଶହରୁ ୫ ଲକ୍ଷ ଟଙ୍କା ଅଟକଳ
ବଇଣ୍ଡା,୧୨।୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ହେବାକୁ ଥିବା ଲକ୍ଷ୍ମୀପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ବହୁ ଆଡ଼ମ୍ବରରେ ଏହା ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ୧୯୬୬ରେ ଲକ୍ଷ୍ମୀ ବଜାରଠାରେ ଏହି...
ଦିନକ ପରେ ଧରାବତରଣ କରିବେ ମା’ ଲକ୍ଷ୍ମୀ: ଆଇନଶୃଙ୍ଖଳା ଜଗିବେ ୧୫ ପ୍ଲାଟୁନ ଫୋର୍ସ
ଅନୁଗୋଳ ଅଫିସ, ୧୨।୧୦ – ଦିନକ ପରେ ଅନୁଗୋଳରେ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଏ ନେଇ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ଏଥର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରରେ...
ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ତଦନ୍ତ ଦାବି କଲେ ହିତାଧିକାରୀ
ଛେଣ୍ଡିପଦା, ୧୨ା୧୦ (ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ। ଏ ନେଇ ଶୁକ୍ରବାର ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି।...
୮ ମାସ ହେଲା ଯନ୍ତ୍ରଣାରେ ପୁଅର ଜୀବନ: ଆର୍ଥିକ ସହାୟତା ପାଇଁ ମା’ଙ୍କ ନିବେଦନ
ଛେଣ୍ଡିପଦା,୧୨ା୧୦(ସ୍ବ.ପ୍ର.) – ବ୍ରେନ ଷ୍ଟ୍ରୋକ, ପରେ ଗଳା ପାରାଲିସିସ୍। ମେଡିକାଲ ଦୌଡି ଦୌଡି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ସୁସ୍ଥ ହୋଇପାରିଲେନି। ଶେଷରେ ଅର୍ଥାଭାବରୁ ଅଧିକ ଚିକିତ୍ସା ନ ପାଇ ଘରକୁ ଫେରିଆସିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ...
ଅନାସ୍ଥା ବୈଠକ ସ୍ଥଗିତ: ରାତି ଅଧିଆ ଚିଠିକୁ ନେଇ ଅସନ୍ତୋଷ
ଅନୁଗୋଳ ଅଫିସ, ୧୧।୧୦-ଅନୁଗୋଳ ବ୍ଲକ ଖଲାରୀ ସରପଞ୍ଚ କନ୍ଦର୍ପ ମହାରଣାଙ୍କ ବିରୋଧରେ ଶୁକ୍ରବାର ହେବାକୁ ଥିବା ଅନାସ୍ଥା ବୈଠକ ସ୍ଥଗିତ ରହିଛି। ଗୁରୁବାର ସନ୍ଧ୍ୟା ୭ଟା ପରେ ବ୍ଲକ ପକ୍ଷରୁ ଏ ନେଇ ପଞ୍ଚାୟତର ସରପଞ୍ଚ, ସଭ୍ୟାସଭ୍ୟଙ୍କୁ ଅବଗତ କରାଯିବା...
ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ପ୍ରଶାସନର ବୈଠକ: ଆସନ୍ତା ୧୫ରୁ ଭୋଟର ତାଲିକା ସଂଶୋଧନ
ଅନୁଗୋଳ ଅଫିସ, ୧୧।୧୦- ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରିବା ପାଇଁ ଚଳିତ ମାସ ୧୫ ତାରିଖରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଭୋଟର ସତ୍ୟ ପ୍ରମାଣ କାର୍ଯ୍ୟକ୍ରମ ଗତ...
ଜେରିଆଟିକ ୱାର୍ଡରେ ତାଲା: ବୟସ୍କ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ
ଅନୁଗୋଳ ଅଫିସ, ୧୧।୧୦-ବୟସ୍କ ରୋଗୀ ବା ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେରିଆଟିକ ୱାର୍ଡ ଖୋଲାଯାଇଛି। କିନ୍ତୁ ଗତ ସପ୍ତାହେ ହେଲା ଉକ୍ତ ଓ୍ବାର୍ଡରେ ତାଲା ଝୁଲାଇ ଦିଆଯାଇଥିବାରୁ ମେଡିକାଲକୁ ଆସୁଥିବା ବୟସ୍କ ରୋଗୀମାନେ...
୫ମ ଥର ଖୋଲିଲା ରେଙ୍ଗାଳି ଗେଟ୍
କଣିହାଁ,୧୧।୧୦(ଡି.ଏନ.ଏ)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀ ବନ୍ଧ ଯୋଜନାର ରେଙ୍ଗାଳି ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁ ଡ୍ୟାମ କର୍ତ୍ତୃପକ୍ଷ ୫ମ ଥର ବନ୍ୟାଜଳ ନିଷ୍କାସନ ପାଇଁ ଗୁରୁବାର ସାରେ ଗୋଟିଏ ଗେଟ ଖୋଲିଛନ୍ତି। ନିର୍ବାହୀ ଯନ୍ତ୍ରୀ ଅଜିତ...
Archives


