ଅନୁଗୋଳ

ମାହେଶ୍ୱରୀ ରାଇସ ମିଲ ଦେଲା ୧୦ ହଜାର

ମାଧପୁର, ୧୭ା୪- କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ମାହେଶ୍ୱରୀ ରାଇସ ମିଲ୍ ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ମିଲର ମ୍ୟାନେଜିଂ ଡାଇରେକ୍ଟର ଚିତ୍ତରଞ୍ଜନ ମେହେର ଉକ୍ତ ଟଙ୍କାର…

ଟ୍ରକ ଧକ୍କାରେ ଗଲା ଜୀବନ

ବଅଁରପାଳ, ୧୭ା୪(ଡି.ଏନ.ଏ.)- ବଅଁରପାଳ ଥାନା ୧୪୯ ନଂ. ଜାତୀୟ ରାଜପଥର ବଅଁରପାଳ ଓଭରବ୍ରିଜ ନିକଟରେ ଏକ ଟ୍ରକ ଧକ୍କାରେ ଶୁକ୍ରବାର ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ତାଳଚେର ବଡଦାଣ୍ଡସାହିର ଅଶୋକ ଦାସ ବୋଲି…

ସ୍ବାସ୍ଥ୍ୟ କ୍ୟାମ୍ପରେ ୫୦ ଜଣଙ୍କ ସ୍ବାବ ସଂଗ୍ରହ

ବଇଣ୍ଡା, ୧୭ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ନମୁନା ସଂଗ୍ରହ ଓ ପରୀକ୍ଷାକୁ ବ୍ୟାପକ କରିବାକୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପ କରାଯାଇଛି। କିଶୋରନଗରରେ ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟଠାରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକ୍ୟାମ୍ପରେ ଅନୁଗୋଳ ଜିଲା…

ରୋଷେଇ ନିଆଁରୁ ଘର ଜଳିଗଲା

କଣିହାଁ, ୧୭ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ କମରେଇ ପଞ୍ଚାୟତ ଜୁଲିବନ୍ଧ ଗ୍ରାମରେ ଅଗ୍ନିକାଣ୍ଡରେ ଚିତ୍ରା ସାହୁଙ୍କ ଚାଳଘର ସମ୍ପୂର୍ଣ୍ଣ ଜଳିଯାଇଛି । ଏଥିରେ ଘରେ ଥିବା  ସମସ୍ତ ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ରୋଷେଇ…

ଉଦ୍‌ଘାଟନ ପୂର୍ବରୁ ସମୀକ୍ଷା: ଅନୁଗୋଳ କୋଭିଡ-୧୯ ହସ୍ପିଟାଲ ଭିତ୍ତିଭୂମି, ପ୍ରସ୍ତୁତି ବୁଲି ଦେଖିଲେ ୫-ଟି ସଚିବ

ତାଳଚେର,୧୭।୪(ନି.ପ୍ର.): କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ୍‌-୧୯ ଡାକ୍ତରଖାନା ନିର୍ମାଣ କରାଯାଉଛି। ଏହି କ୍ରମରେ ଅନୁଗୋଳ ଜିଲାରେ ମଧ୍ୟ ଗୋଟିଏ ଡାକ୍ତରଖାନା ନିର୍ମାଣର ପ୍ରସ୍ତୁତି ଚାଲିଛି। ଶୁକ୍ରବାର ସ୍ଥାନୀୟ ନେହୁରୁ ଶତାବ୍ଦୀ କେନ୍ଦ୍ରୀୟ ମେଡିକାଲକୁ…

କ୍ବାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ

ଅନୁଗୋଳ ଅଫିସ, ୧୭।୪- ବଅଁରପାଳ ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପଜିଲାପାଳ ବାସୁଦେବ ଶତପଥୀ ପରିଦର୍ଶନ କରିଛନ୍ତି। ବଅଁରପାଳ ସେବାଶ୍ରମ ଓ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଏହି ସେଣ୍ଟର ପରିଦର୍ଶନ ବେଳେ…

ପୋଲିସକୁ ଛତା, ଅସହାୟଙ୍କୁ ଖାଦ୍ୟ

ଅନୁଗୋଳ ଅଫିସ, ୧୭।୪ – କରୋନା ମହାମାରୀ ସଂକ୍ରମଣ ଭୟ ଓ ଲକ୍‌ ଡାଉନ୍‌ ଯୋଗୁ ଅନୁଗୋଳ ଜିଲାରେ ବହୁ ଗରିବ, ଅସହାୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ ରଖି ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ, କମ୍ପାନୀ କର୍ତ୍ତୃପକ୍ଷ ସହାୟତା…

ଅଗ୍ନିକାଣ୍ଡରେ ୪ ବଖରା ପାଉଁଶ

ବନ୍ତଳା, ୧୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ପୁରୁଣାଗଡ଼ ମାଟିଆ ସାହି ପଞ୍ଚାୟତ ମଦନମୋହନ ପାଟଣାରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗ୍ରାମର ୪ ପରିବାର ସରୋଜ ବେହେରା, ପଳଉ ବେହେରା, ବ୍ରଜବନ୍ଧୁ ବେହେରା ଓ ହାଡ଼ିବନ୍ଧୁ ବେହେରାଙ୍କ…

ଟିକିରା ନଦୀରେ ବୁଡ଼ି ଜଣେ ମୃତ

କଣିହାଁ, ୧୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଟୋଲକବେଡା ଗ୍ରାମର ପଞ୍ଚାନନ ସାହୁ(୫୮) ଗୁରୁବାର ଟିକିରା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ପୋଲିସ ତାଙ୍କ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣାରୁ…

କଟକଣା ଉଲ୍ଲଂଘନ, ୨୦ ଗିରଫ

ଅନୁଗୋଳ ଅଫିସ, ୧୬।୪- ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ମୋଟ୍‌ ୨୦ ଜଣ ଗିରଫ ହୋଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ପାଖରୁ ୫ଟି ମୋଟର ସାଇକେଲ, ଗୋଟିଏ ଅଟୋ ରିକ୍ସା ଓ ମଦ ଜବତ କରାଯାଇଥିବା ଏସ୍‌ପି ଜଗମୋହନ ମୀନା…

ଭୂତ ବେଶରେ ସଚେତନତା

ପାଲଲହଡ଼ା, ୧୬ା୪(ଡି.ଏନ.ଏ.) ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଅଭିନବ ଉପାୟ ବାଛିଛନ୍ତି ପାଲଲହଡ଼ା ଅଞ୍ଚଳର ସ୍ବେଚ୍ଛାସେବୀ ଦିଲୀପ କୁମାର ପ୍ରଧାନ। ଭୂତ ଭଳି ବେଶ ହୋଇ ସାଇକେଲରେ ବୁଲି କରୋନା କେତେ ଭୟଙ୍କର ତାହା ଲୋକଙ୍କୁ ବୁଝାଉଛନ୍ତି। ବିଶେଷକରି ଘରୁ…

ନିରାଡ଼ମ୍ବରରେ ହିଙ୍ଗୁଳାଯାତ୍ରା ସମ୍ପନ୍ନ

ତାଳଚେର,୧୬ା୪(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ବୁଧବାର ସମ୍ପନ୍ନ ହୋଇଛି। କରୋନା କଟକଣା ପାଇଁ ଚଳିତବର୍ଷ ଏହା ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରାଯାଇଥିଲା। ଅପରାହ୍ନରେ ମା’ ହିଙ୍ଗୁଳା ଓ କୁଟେଇଶୁଣୀଙ୍କ ଚଳନ୍ତି ପ୍ରତିମା ଆଲମକୁ ଦିଅଁଘରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri